ଗୁରୁବାରର ରାଶିଫଳ: ଜାଣନ୍ତୁ କେମିତି କଟିବ ଦିନ

ରାଶିଫଳ୪/୧୨: ମେଷ–ଗୃହଉପକରଣ ସଂଗ୍ରହ କରିବେ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶ ଅର୍ଜନ କରି ଗର୍ବିତ ହୋଇପାରନ୍ତି। ଶୁଭରଙ୍ଗ ପିଙ୍କ୍। ଶୁଭଅଙ୍କ ୭।
ବୃଷ- ପାରିବାରିକ ଜୀବନ ଉନ୍ନତମାନରହେବ। ପରୋପକାରୀହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ମଗ୍ନର ରହିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଶୁଭ ରଙ୍ଗ ମେରୁନ୍।ଶୁଭ ଅଙ୍କ ୧।
ମିଥୁନ – ଯାନ୍ତ୍ରିକ ଅଭିଜ୍ଞତାବଢାଇପାରନ୍ତି।ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହେବେ।ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୪।
କର୍କଟ–ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ବନ୍ଧୁମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ।ସମାଜସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍ହୋଇପାରନ୍ତି। ଅବିବାହିତଙ୍କର ବିବାହସ୍ଥିର ହେବ। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୯।
ସିଂହ –ମନରେ ବଢୁଥିବା ଉଦ୍ବେଗ ପ୍ରଶମିତ ହେବ। ବଦ ଖର୍ଚ୍ଚ ହୋଇପାରେ। ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୩।
କନ୍ୟା – ନୂତନ ନିଯୁକ୍ତି ପାଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭ ହୋଇପାରେ। ଶୁଭ ରଙ୍ଗ ମେରୁନ୍।ଶୁଭ ଅଙ୍କ ୭।
ତୁଳା– ଧୈର୍ଯ୍ୟ ରଖିକାର୍ଯ୍ୟ କଲେ ସଫଳତା ମିଳିବ। ଉଦାରସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ।ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୧।
ବିଛା–ଶ୍ରମସାର୍ଥକ ହେବ। ଉଦାର ପ୍ରକୃତିର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ। ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୬।
ଧନୁ –କର୍ମ କ୍ଷେତ୍ର ଉତ୍ସାହଜନକ ହେବ। ଆଳସ୍ୟ ଅନୁଭବ କରିପାରନ୍ତି, ତଥାପି ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।ଶୁଭରଙ୍ଗ ଧୂସର। ଶୁଭ ଅଙ୍କ ୫।
ମକର–ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ସୈନିକମାନେ ଋଣାଙ୍ଗନରେବୀରତ୍ୱ ପ୍ରଦର୍ଶନ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଶୁଭରଙ୍ଗ କଫି।ଶୁଭ ଅଙ୍କ ୩।
କୁମ୍ଭ -ମନ ଦୁର୍ବଳ ରହିପାରେ।ବ୍ୟୟ ପରିମାଣ ବୃଦ୍ଧି ପାଇବ। ଥଣ୍ଡା-କଫଜିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।ଚଞ୍ଚଳସ୍ୱଭାବର ହେବେ। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ଶୁଭ ରଙ୍ଗ କ୍ରୀନ। ଶୁଭ ଅଙ୍କ ୮।
ମୀନ – ଗୃହର ଆଭ୍ୟନ୍ତରୀଣ ବ୍ୟାପାର ଆନନ୍ଦଦାୟକ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୨।
530 Views