ଗୁରୁବାର ରାଶିଫଳ : ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | April 15, 2020 IST

ମେଷ – ସ୍ୱରାଶିରେ ରବି ଥିବାରୁ ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି । ସାଂଗଠନିକ ସ୍ଥିତି ବେଶ୍ ମଜଭୁତ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ବୃଷ – ଶୁକ୍ର ପ୍ରଭାବରେ ଆପଣଙ୍କ କଥା ଯେମିତି କାମ ମଧ୍ୟ ଠିକ୍ ସେମିତି କରିବାରେ ସଫଳତା ହାସଲ କରିବେ । ନିଜ ଲୋକମାନେ ବିରୋଧ କରୁଥିଲେ ମଧ୍ୟ ଶୁଭେଚ୍ଛୁମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମିଥୁନ - ଏକାଧିକଗ୍ରହ ଧନଭାବକୁ ଦେଖୁଥିବାରୁ ଅର୍ଥ ଲାଭ ସହ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ । କଥା ଓ କାମରେ ସନ୍ତୁଷ୍ଟ କରାଇ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କର୍କଟ – ଗ୍ରହଦୃଷ୍ଟି ପ୍ରଭାବରେ ଶାରୀରିକ ସ୍ୱାସ୍ଥ୍ୟ, ଯାତ୍ରା କରିବା , ବ୍ୟବସାୟ, ସ୍ତ୍ରୀ ସମ୍ପର୍କ, ବିବାଦ ଓ କିଛି ନୂତନ କାମ ସମ୍ପର୍କରେ ଦୁଶ୍ଚିନ୍ତା ଦେଖାଦେଇପାରେ । ବନ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ସିଂହ – ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ଆପଣଙ୍କ ସକାଶେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଜମିଜମା କ୍ରୟବିକ୍ରୟ, ନିର୍ମାଣାଧୀନ କାମ, ଆମଦାନୀ କାରବାର, ବିଦେଶ ଯାତ୍ରା, ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କନ୍ୟା – ରାହୁଙ୍କ ଅବସ୍ଥିତିଜନିତ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କର୍ମକ୍ଷେତ୍ର ଅଶାନ୍ତ ରହିପାରେ । ବିରୋଧୀମାନଙ୍କ ଦ୍ୱାରା ହଠାତ୍ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ତୁଳା – ଲାଭାଧିପତି ରାଶିକୁ ଦେଖୁଥିବାରୁ ଯାହା ପାଇବା ପାଇଁ ଆଶା ରଖିଛନ୍ତି ତାହା ନିଶ୍ଚିତ ପାଇପାରିବେ । କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ କିଛି ହେବନି କିମ୍ବା ମାଲିମକଦ୍ଦମା ମଧ୍ୟ ସପକ୍ଷରେ ନ ଯାଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ବିଛା – ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଯେଉଁ କାମରେ ହାତଦେବେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ । କିଛି ପ୍ରତିଶ୍ରୁତି ମାଧ୍ୟମରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ଧନୁ – ରାଶିରେ କେତୁ ଦ୍ୱିତୀୟସ୍ଥ ପାପଗ୍ରହ ହେତୁ ଆପଣଙ୍କ ପାଇଁ ସମୟର ପ୍ରତିକୂଳ ବାତାବରଣ ଲାଗି ରହିଛି । ପାରିବାରିକ କ୍ଷେତ୍ରରେ ନିଜକୁ ନ ସୁଧାରିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ମକର – ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ସ୍ଥିତି ଶାରିରୀକ ଓ ମାନସିକ ସ୍ଥିତିକୁ ସୁସ୍ଥ ରଖି ନ ପାରେ । ବନ୍ଧୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି କାମ କରିପାରିଲେ ତାହା ଆପଣଙ୍କ ଉପକାରରେ ଆସିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କୁମ୍ଭ - ବୁଧଙ୍କ ପ୍ରଭାବରେ ଅପ୍ରିୟଭାଷଣଜନିତ ବନ୍ଧୁଙ୍କ ସହ ଟେନ୍ସନ ଲାଗି ରହିବ । ଘରର ବରାଦ ଅନୁଯାୟୀ ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମୀନ - ଅଷ୍ଟମାଧିପତି ତୃତୀୟସ୍ଥ ଯୋଗୁଁ ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ କଳହ ଲାଗିପାରେ । ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ କ’ଣ ହେବ ସତ କହି କହି ସମସ୍ୟାକୁ ଡାକି ଆଣିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.