କନ୍ୟା ରାଶି ପାଇଁ କେମିତି କଟିବ ବର୍ଷ ୨୦୨୧ ? ଜାଣନ୍ତୁ ବାର୍ଷିକ ରାଶିଫଳ

Published By : Prameya-News7 Bureau | January 16, 2021 IST

ଭୁବନେଶ୍ୱର ୧୬/୦୧ : କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେମିତି ରହିବ ବର୍ଷ ୨୦୨୧, ଜାଣନ୍ତୁ କନ୍ୟା ରାଶିର ବାର୍ଷିକ ରାଶିଫଳ। ବର୍ଷର ପ୍ରଥମ ଭାଗରେ କିଛିଟା ଶୁଭଫଳ ପାଇବେ। ଗୃହର ଶୁଭ କର୍ମରେ ସହଯୋଗ ମିଳିବ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ କିଛିଟା ବାଧାବିଘ୍ନ ଆସିଲେ ବି ସବୁ ବାଧାବିଘ୍ନ ଏଡାଇ ବିବାହ କାର୍ଯ୍ୟ ସଫଳ ହେବ।

ସନ୍ତାନସନ୍ତତି ନେଇ ଆଶିଂକ ଶୁଭଫଳ ପାଇବେ। ଭୂସମ୍ପତି, ବ୍ୟବସାୟ ବାଣିଜ୍ୟରେ ଶୁଭଫଳ ପାଇବେ। ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ, ବନ୍ଧୁ ସହଯୋଗ ମିଳିବ, ପାରିବାରିକ ସ୍ଥିତି ଏକ ପ୍ରକାର ଚଳନୀୟ ହେବ।

ଏପ୍ରିଲ ୫ ତାରିଖ ପରେ ସ୍ଥିତିଫଳ ବହୁତ ଗମ୍ଭୀର ହେବ। ସ୍ୱାସ୍ଥ୍ୟଗତ କଷ୍ଟ, ଅମ୍ଳପିତ୍ତ ଗ୍ୟାସ, ବାୟୁପିତ୍ତ ଜନିତ କଷ୍ଟ ଅନୁଭବ କରିବେ। ମାନସିକ ଦୁଃଚିନ୍ତା ନେଇ ରକ୍ତଚାପ ବଢିବ। ଶିରା, ସ୍ନାୟୁ ଜନିତ କଷ୍ଟ ଅନୁଭବ କରିପାରନ୍ତି। ପେଟ ଗରମ, ଧାତୁ ଜନିତ କଷ୍ଟର ଆଭାସ ରହୁଛି।

ଶତୃବାଧା, ଗୁପ୍ତଶତୃ ବଢିଯିବେ। ପାରିବାରିକ ସ୍ଥିତି ବହୁ ଜଟିଳ ପରିସ୍ଥିତି ନେଇ ଗତି କରିବେ। ଭାତୃ ବିବାଦ ବଢିବ। ଜମିଜମା ନେଇ କୋଟକଚେରି ଆଦିର ମାମଲା ବଢିବ। ବନ୍ଧୁ ବିରୋଧୀ ଦେଖାଦେବ। ଚାକିରି କ୍ଷେତ୍ରରେ ବନ୍ଧୁ ବିରୋଧ, ମନମାଳିନ୍ୟ ଲାଗି ରହିବ।

ବ୍ୟବସାୟରେ ମତଭେଦ, ଠକାମିର ଶିକାର ହେବେ। ଆଶାତିତ ଲାଭରୁ ବହୁ ଉଣା ହେବ। ବୃଥା ଭ୍ରମଣ, ବୃଥା ସ୍ଥାନ ପରିବର୍ତ୍ତନ ଆଦି ଯୋଗ ରହୁଛି। ବିଦେଶ ଯାତ୍ରାରେ ବାଧା ଉପୁଜିବ। ବିଦେଶୀୟ ପୁଞ୍ଜିନିବେଶ ରେ ହାନୀ ସହିବେ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ମତଦ୍ୱନ୍ଦ,ସନ୍ଦେହାତ୍ମକ ସ୍ଥିତି ଉପୁଜିବ। ଶତୃତା ବଢିବ। ସେପ୍ଟେମ୍ବର ୧୪ ପରେ ଆଶିଂକ ଶୁଭଫଳ ପାଇବେ। ନଭେମ୍ବର ୨୧ ପରେ ପୁନଶ୍ଚ ଅଶୁଭ ଫଳ ପାଇବେ।

ଉପଚାର :-

ପ୍ରତିଦିନ ଶ୍ରୀଦୁର୍ଗାଙ୍କର ଆରାଧନା କରନ୍ତୁ

ଶ୍ରୀଗଣେଶ ପୂଜା କରନ୍ତୁ

କୁଆ, କୁକୁରଙ୍କୁ ରୋଟି ଖାଇବାକୁ ଦିଅନ୍ତୁ

ଶନିବାର ବ୍ରତ ରଖନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.