ଗୁରୁବାରର ସମ୍ପୂର୍ଣ୍ଣ ରାଶିଫଳ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | March 11, 2020 IST

ମେଷ – ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହାନ ସୁଖ ଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ, ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହଯୋଗ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବୃଷ – ଯାନବାହନରେ ଅପବ୍ୟୟ ହେବ । ଦୁଃଶ୍ଚିନ୍ତା ବୃଦ୍ଧି । କର୍ମ ପରିସର ବଢିବ । ଆଇନ ଅଦାଲତରୁ ଆସ୍ଥା କମିବ । ଚକ୍ଷୁପୀଡା କିମ୍ବା ଗଣ୍ଠିବ୍ୟଥାର ଆଶଙ୍କା । ଭୂମି ସଂକ୍ରାନ୍ତୀୟ ଅସୁବିଧାର ସହଜ ସମାଧାନ, ବୁଝାମଣାରେ ଉନ୍ନତି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମିଥୁନ - କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ । ଭୋଗ ବିଳାସର ସାଧନ କ୍ରୟ କରିପାରନ୍ତି । ଆର୍ଥିକ ସ୍ଥିତି ଉନ୍ନତ ରହିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ପିତାମାତା ଗୁରୁଜନ ବର୍ଗରୁ ଆର୍ଶୀବାଦ, ବନ୍ଧୁ ସହ-ଯୋଗ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କର୍କଟ – ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଲକ୍ଷ୍ୟସ୍ଥଳରେ ପହଞ୍ôଚବାରେ ବିଳମ୍ବ ହେବ । ଦେହ ଅସୁସ୍ଥ ଓ ମନରେ ଅଶାନ୍ତି ଆସିପାରେ । ଗୃହ ପରିବେଶରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ସିଂହ – ଶ୍ରୀ ଚନ୍ଦ୍ର ଭୋଗ ହେଉଛି । ପ୍ରତ୍ୟେକ କାର୍ଯ୍ୟରେ ମାନସିକ ସ୍ଥିରତା ରଖିବାର ଆବଶ୍ୟକତା ଅଛି । ନିର୍ମାଣମୂଳକ କାର୍ଯ୍ୟରେ ବ୍ୟୟ କରିବେ । ସତ ପରାମର୍ଶ ପାଇ ନିଜକୁ ନିୟନ୍ତ୍ରିତ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କନ୍ୟା – ମାଙ୍ଗଳିକ କର୍ମ ସଂପୃକ୍ତି କର୍ମକ୍ଷେତ୍ରରେ ମନ୍ଥରତା, ଯାନବାହନରେ ବ୍ୟୟ ଲୋକ ସଂପର୍କ, ଗୃହ ଭୂମିରେ ସଂସ୍କାର ଆଦି ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଆଧ୍ୟାମ୍‌ôିକ ଚିନ୍ତା ଓ ଚେତନା ବିକାଶ ଘଟିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ତୁଳା – ଭୋଗ ବିଳାସ ଦ୍ରବ୍ୟ ପାଇବେ । ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ପ୍ରତ୍ୟେକ କାର୍ଯ୍ୟରେ ସହ-ଯୋଗ ଲାଭ କରିବେ । ଅପରାହ୍ନ ଠାରୁ ନିଃସଂଗତାବୋଧ ସାମୟିକ କଷ୍ଟଦାୟକ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – ଧର୍ମ କର୍ମରେ ଋଚିବୋଧ ବଢିବ । ପତିତ ଅର୍ଥ ହାତକୁ ଆସିପାରେ । ବନ୍ଧୁ ବର୍ଗରୁ ସହ ଯୋଗ ପାଇବେ । ଦେହ ସୁସ୍ଥ ରହିବ । ଭୂମି କ୍ରୟ ବିକ୍ରୟରେ ଲାଭବାନ୍ ହେବାର ସମ୍ଭାବନା ଅଧିକ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଧନୁ – ଦେହ ଓ ମନରେ ସୁସ୍ଥ ରହିବେ । ପାରିବାରିକ ପରିବେଶ ଶାନ୍ତିଦାୟକ ହେବ । କର୍ମରେ ଗୁରତ୍ୱ ବଢିବ । ଅନେକଙ୍କର ବିଶ୍ୱାସ ଭାଜନ ହେବେ । ଯାନବାହନ ସୁଖ ସୌଭାଗ୍ୟ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମକର – ଘାତଚନ୍ଦ୍ର ଭୋଗ ହେଉଛି । କିଛି ପ୍ରତିକୂଳ ଫଳ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଲୋକ ସଂପର୍କ ହାନୀ କଥା ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହେବ । ଆହର ବିହାରରେ ଅନିୟମିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

କୁମ୍ଭ  - ବନ୍ଧୁ ପରିଜନରୁ ସହ ଯୋଗ ପାଇବେ । ଆଧ୍ୟାତ୍ମିକ ଅନୁଭବ ଓ ନିଷ୍ଠା ବଢିବ । ସମୟୋପଯୋଗୀ ସତ ପରାମର୍ଶ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ, ଲକ୍ଷ୍ୟପୂରଣ , ସମସ୍ୟା ସମାଧାନ ଓ ନୂତନ ଚିନ୍ତାଧାରାକୁ କାର୍ଯ୍ୟ ରୂପ ଦେଇପାରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ମୀନ - ସାମାଜିକ ଅନୁଷ୍ଠାନ ସଂପର୍କୀତ ହେବେ । ବିଭିନ୍ନ ପ୍ରୋତ୍ସାହନ ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ଆୟ ଉପାର୍ଜନର ଦିଗ ପରିବର୍ତ୍ତିତ ହୋଇପାରେ । ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ବୈଷୟିକ ସୁଖ ସମୃଦ୍ଧି ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.