ଶୁକ୍ରବାରରେ ଏହି ରାଶିର ବ୍ୟକ୍ତି ପାଇବେ ସଫଳତା,ଯଶ, ମାନ ଗୌରବ- ଏମାନେ ରୁହନ୍ତୁ ସାବଧାନ:ଜାଣନ୍ତୁ ଶୁଭ ରଙ୍ଗ ଓ ଅଙ୍କ

Published By : Prameya-News7 Bureau | October 03, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା ଲାଭ ସହ ଆୟ ବୃଦ୍ଧି ଘଟିବ। ଯଶ, ମାନ, ଗୌରବ ପ୍ରାପ୍ତ କରିବେ, ପଦୋନ୍ନତି ଘଟିପାରେ। ପରିବାରରେ ଅସୁବିଧା ଦେଖା ଦେଇପାରେ। ରିଷ୍ଟଖଣ୍ଡନ ପାଇଁ ଘିଅଦୀପ ଜଳାଇ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୬।
ବୃଷ – ସାବଧାନ ରୁହନ୍ତୁ ନଚେତ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଆର୍ଥିକ ଅଭିବୃଦ୍ଧି ଘଟିବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥ୍ୟ ଲାଭବାନ ହେବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ମିଥୁନ - ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟା କରିବେ। ଦ୍ରବ୍ୟଲାଭର ଯୋଗ ସୃଷ୍ଟି ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୮।
କର୍କଟ – ପ୍ରତିଯୋଗିତାରେ ବିଜୟୀ ହେବେ, ଶତ୍ରୁ ପରାସ୍ତ ହେବେ। ଆର୍ଥିକ ସମୃଦ୍ଧି ଘଟିପାରେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।
ସିଂହ – ପିଲାଙ୍କୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ, ପ୍ରଶଂସିତ ହେବେ। ଦୂର ଯାତ୍ରା ଅନୁକୂଳ ରହିବ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ୍ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୧।
କନ୍ୟା – ଅଯଥା ବିବାଦ ମଧ୍ୟରେ ଛନ୍ଦି ହୋଇପାରନ୍ତି। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କର୍ମକ୍ଷେତ୍ର ବ୍ୟାପକ ଓ ଜମି ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୫।
ତୁଳା – ଭାଇଙ୍କର ସହ-ଯୋଗ କାର୍ଯ୍ୟରେ ପାଇବେ ନାହିଁ। ଶତ୍ରୁ ଦ୍ୱାରା ପରାସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଦ୍ୱନ୍ଦ ଦେଖା ଦେବ। ମହିଳା ଓ ବିଦ୍ୟାର୍ଥୀଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୨।
ବିଛା – ମାନସିକ ଅବସାଦ ଦେଖାଦେବ। ଯାନବାହନ କିଣିପାରନ୍ତି ଓ ଆର୍ଥିକ ସ୍ୱଚ୍ଛଳତା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ଜମିବାଡି ସଂକ୍ରାନ୍ତ ସମସ୍ୟା ଦେଖା ଦେବ ଓ ଶତ୍ରୁ ବୃଦ୍ଧି ଘଟିପାରେ। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୯।
ଧନୁ – କାର୍ଯ୍ୟ କ୍ଷେତ୍ରରେ ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଅଯଥା ବ୍ୟୟ ମୁଣ୍ଡବ୍ୟଥାର କାରଣ ହୋଇପାରେ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ବିବାଦଗ୍ରସ୍ତ ହେବେ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୫।
ମକର – ଆଘାତ ପ୍ରାପ୍ତ ହୋଇପାରନ୍ତି। ପଦମର୍ଯ୍ୟାଦା ଓ ଆୟ ବୃଦ୍ଧି ହେବ। ବୈବାହିକ ସମସ୍ୟା ଦୂରୀଭୂତ ହୋଇ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସମସ୍ୟା ଦୂରୀଭୂତ କରି ମହିଳା ଓ ବିଦ୍ୟାର୍ଥୀମାନେ ଯଶଲାଭ କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୮।
କୁମ୍ଭ - କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ବ୍ୟୟବୃଦ୍ଧି ଘଟିପାରେ। ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବା ପାଇଁ ପ୍ରଯତ୍ନଶୀଳ ରହିବେ। ଜଗି ରଖି ଚଳିବାକୁ ହେବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
ମୀନ - କର୍ମକ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି। ଯଶଲାଭ ସହ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଶାରୀରିକ ପୀଡା ପ୍ରାପ୍ତ ସହ ଅଯଥା ବ୍ୟୟ ହେବ। ଶ୍ରୀବୃଦ୍ଧି ଘଟିବ, ଆର୍ଥିକ ସମୃଦ୍ଧି ପ୍ରାପ୍ତ ହୋଇପାରେ। ବିଦ୍ୟାର୍ଥୀ ଆନନ୍ଦ ଚିତ୍ତ ରହିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.