ଗାଡ଼ି ପଛପଟେ କାହିଁକି ଲେଖାହୋଇଥାଏ ‘ହର୍ଣ୍ଣ ଓକେ ପ୍ଲିଜ୍’ : ଏହାର କାରଣ ହେଉଛି ଏକ ସାବୁନ

Published By : Prameya-News7 Bureau | January 19, 2019 IST

ରାସ୍ତାରେ ଗଲେ ଆମକୁ ବହୁତ କିଛି ନଜରକୁ ଆସିଥାଏ। ବିଭିନ୍ନ ପ୍ରକାରର ଲୋକ,ବିଭିନ୍ନ ପ୍ରକାର ଗାଡ଼ି ଇତ୍ୟାଦି। ଏଗୁଡ଼ିକ ମଧ୍ୟରୁ କିଛି ଜିନିଷ ଦୁର୍ଲଭ ହୋଇଥାଏ ଯାହା ଆମକୁ ବେଳେବେଳେ ଦେଖିବାକୁ ମିଳିଥାଏ ଏବଂ କେତେକ ଜିନିଷ ଏପରି ହୋଇଥାଏ ଯାହାକୁ ଆମେ ସବୁବେଳେ ଦେଖିଥାଉ।

ଏଥି ମଧ୍ୟରୁ ଗୋଟିଏ ହେଲା ଗାଡ଼ି ପଛପଟେ ଲେଖାଯାଉଥିବା କେତେକ ଶବ୍ଦ ଯେପରିକି ‘ବୁରି ନଜର ଓ୍ବାଲେ ତେରା ମୁଁ କାଲା’,‘ଫିର ମିଲେଙ୍ଗେ’,‘ଜଗହ ମିଲନେ ପର ପାସ୍ ଦିଆ ଯାଏଗା’ ଏବଂ ଏଗୁଡ଼ିକ ମଧ୍ୟରେ ଯାହା ସବୁଠୁ ସାଧାରଣ ତାହା ହେଲା ‘ହର୍ଣ୍ଣ ଓକେ ପ୍ଲିଜ୍’।

ଅଧିକାଂଶ ଟ୍ରକ୍ ପଛପଟେ ଏହା ଲେଖାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଅର୍ଥ କ’ଣ? ଏବଂ ଏହା କ’ଣ ପାଇଁ ଲେଖାଯାଇଥାଏ? ଆଜି ଆମେ ଜାଣିବା ଏହା ବିଷୟରେ

ଏହା ସୁରକ୍ଷା ପାଇଁ ଲେଖା ଯାଇଥାଏ। ଆମେ ସମସ୍ତେ ଏହା ଜାଣିଛୁ ଯେ ହାଇଓ୍ବେରେ ବଡ଼ ଗାଡ଼ି ଯାତାୟତ ପାଇଁ କେବଳ ଗୋଟିଏ ରାସ୍ତା ହିଁ ଥାଏ। ଏଥିପାଇଁ ଚାଳକଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଏପରି କୁହାଯାଏ ଯେ ପ୍ରଥମେ ଗାଡ଼ି ପଛପଟେ ଯେଉଁଠାରେ ଓକେ ଲେଖାଯାଏ ସେଠାରେ ଲାଇଟ୍ ଲଗାଯାଉଥିଲା। ଯଦି କେହି ଚାଳକ ପଛପଟୁ ହର୍ଣ୍ଣ ବଜାଉଥିଲେ ତେବେ ଟ୍ରକ୍ ଡ୍ରାଇଭର ଆଗ ପଛ ଦେଖି  ଏହି ଲାଇଟ୍ ଜଳାଉଥିଲା ଏହା ଦ୍ବାରା ସେ ଅନ୍ୟ ଚାଳକଙ୍କୁ ଓଭରଟେକ୍ କରିବାକୁ ଅନୁମତି ଦେଉଥିଲେ ଯାହା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ଏହା ସହିତ ହର୍ଣ୍ଣ ଓକେ ପ୍ଲିଜ ଲେଖିବାର ଉଦ୍ଦେଶ୍ୟ ହେଉଛି ଏହା ଦ୍ବାରା ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ମଧ୍ୟରେ ବ୍ୟବଧାନ ରହିବା ଉଚିତ୍। ଯାହା ଦ୍ବାରା ଦୁର୍ଘଟଣାର ଆଶଙ୍କାକୁ କମ୍ କରାଯାଇପାରିବ।

ଏପରି ମଧ୍ୟ କୁହାଯାଏ ଯେ ପ୍ରଥମେ ଓକେ ସ୍ଥାନରେ ଓଭରଟେକ୍ ଲେଖାଯାଉଥିଲା। ଏହାର ତାତ୍ପର୍ଯ୍ୟ ଏହା ଥିଲା ଯେ ଅନ୍ୟ ଗାଡ଼ି ଚାଳକ ଟ୍ରକକୁ ଓଭରଟେକ୍ କରିବା ପୂର୍ବରୁ ହର୍ଣ୍ଣ ବଜାଇ ସଚେତନ କରିଦେବେ।

ଏବେ ଆମେ ଜାଣିବା ଓକେ ଲେଖାଯିବା ପଛରେ ସବୁଠୁ ବଡ଼ କାରଣ। ବାସ୍ତବରେ ଟାଟା ଅଏଲ୍ ମିଲ୍ସ ଲି.ଙ୍କ ଦ୍ବାରା ଓକେ ନାମକ ଏକ ସାବୁନ୍ ଲଞ୍ଚ କରାଯାଇଥିଲା ଏହି ସାବୁନର ଲୋଗୋ ଏକ ପଦ୍ମ ଫୁଲ ଥିଲା।

ଟାଟା ନିଜ ଦ୍ବାରା ଲଞ୍ଚ କରିଥିବା ଏହି ସାବୁନକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ଟ୍ରକ୍ ପଛପଟେ ଏହା ଲେଖୁଥିଲା। ଏହା ଦ୍ବାରା ଯିବା ଆସିବା କରୁଥିବା ପ୍ରତି ଲୋକଙ୍କ ନଜର ଏଥିରେ ପଡ଼ୁଥିଲା ଏବଂ ଲୋକମାନେ ସାବୁନ ବିଷୟରେ ଜାଣି ଯାଉଥିଲେ।

{"id":75696}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.