ଭାରତ ଫେରିଲେ ରାହୁଲ ଗାନ୍ଧି, ଏବେ ହୋଇପାରେ ସିଡବ୍ଲୁସି ବୈଠକ

Published By : Prameya-News7 Bureau | July 26, 2019 IST

ନୂଆଦିଲ୍ଲୀ ୨୬।୭:  ସ୍ବଦେଶ ଫେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଭାରତ ଫେରିବା ପରେ ଖୁବ୍ ଶୀଘ୍ର ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହେବା ନେଇ କଂଗ୍ରେସରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଦଳର ଜାତୀୟ ସଭାପତି ପଦରୁ ରାହୁଲଙ୍କ ଇସ୍ତଫା ପରେ ଏହି ପଦ ଏବେବି ଖାଲି ପଡିଛି। କାର୍ଯ୍ୟକାରିଣୀ ବୈଠକରେ ମନୋନୀତ ସଭାପତିଙ୍କ ନାମରେ ମୋହର ବାଜିବ କି ନୂଆ ନିର୍ବାଚନ ହେବ ସେ ନେଇ ନିଷ୍ପତ୍ତି ହେବ।

{"id":137736,"width":579,"height":324}

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଚରମ ବିପର୍ଯୟର ସମ୍ମୁଖୀନ ହୋଇଥିଲା। ଦଳର ଏଭଳି ପରାଜୟ ପାଇଁ ଜାତୀୟ ସଭାପତି ରାହୁଲ ଗାନ୍ଧି ନିଜକୁ ଦାୟିକରି ପଦବୀରୁ ଇସ୍ତଫା ଘୋଷଣା କରିଥିଲେ। ତେବେ ଦଳ ତାଙ୍କ ଇସ୍ତଫା ଗ୍ରହଣ କରିନଥିବା ବେଳେ ନିକଟରେ ରାହୁଲ ତାଙ୍କ ଟ୍ବିଟର ରେ ଇସ୍ତଫା ପତ୍ର ସଲଗ୍ନ କରିଥିଲେ। ଏଥିରୁ ତାଙ୍କର ଇସ୍ତଫା ନିଶ୍ଟିତ ହୋଇଯାଇଥିଲେ ହେଁ ଦଳ ନୂଆ ସଭାପତିଙ୍କ ନେଇ କୌଣସି ନିଷ୍ପତ୍ତିରେ ଉପନୀତ ହୋଇପାରିନାହିଁ। ଏଥିରେ ରାହୁଲ ବିଦେଶ ଗସ୍ତରେ ଯିବା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଳମ୍ବ ହୋଇଛି। ଏଣୁ ରାହୁଲ ଏବେ ଫେରିଆସିଥିବାରୁ ସଭାପତି ପଦକୁ ନେଇ ଦଳରେ ଲାଗି ରହିଥିବା ଅନିଶ୍ଚିତତା ଦୂର ହେବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.