ବିଶ୍ୱର ସବୁଠାରୁ ମହଙ୍ଗା ପରିବା 'ହପ୍ ସୁଟ୍ସ': କିଲୋ ପ୍ରତି ୮୨ ହଜାର ଟଙ୍କା

Published By : Prameya-News7 Bureau | April 01, 2021 IST

ଔରଙ୍ଗାବାଦ ୦୧/୦୪ : ବିହାର ଔରଙ୍ଗାବାଦର ଜଣେ ଯୁବ ଚାଷୀ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରିଛନ୍ତି। ବିଶ୍ୱର ସବୁଠାରୁ ମହଙ୍ଗା ଏହି ପରିବା ନାଁ ହେ;ଏ ହପ୍ ସୁଟ୍ସ (Hop Shoots)। ଅନ୍ତର୍ଜାତୀୟ ବଜାରରେ ଗୋଟିଏ କିଲୋ ହପ୍ ସୁଟ୍ସର ଦାମ୍ ଏକ ହଜାର ୟୁରୋ ଅର୍ଥାତ ୮୨ ହଜାର ଟଙ୍କା। ଏହି ପରିବା ସମ୍ଭବତଃ ଆପଣ କୌଣସି ଷ୍ଟୋର କିମ୍ବା ବଜାରରେ ଦେଖିବାକୁ ପାଇବେ। ଏହି ପରିବା ଦେଖିବାକୁ ହେଲେ ଆପଣଙ୍କୁ ଔରଙ୍ଗାବାଦ କରମଡିରେ ରହୁଥିବା ଚାଷୀ ଅମରେଶ କୁମାର ସିଂହଙ୍କ କ୍ଷେତକୁ ଯିବାକୁ ପଡିବ।

{"id":431494,"sizeSlug":"large","linkDestination":"none"}

କରମଡିରେ ଗାଁରେ ଏହି ପରିବା ଚାଷ ହେଉଛି। ଏକ ଗଣମାଧ୍ୟମକୁ ଅମରେଶ କହିଛନ୍ତି ଯେ ସେ ହିମାଚଳ ପ୍ରଦେଶରୁ ସେ ଏହି ଚାରା ଆଣିଥିଲେ। ୪ ମାସ ପୂର୍ବରୁ ଚାରା ଲଗାଇଥିଲେ। ଏହା ଏବେ ଧୀରେ ଧୀରେ ବଡ ହେଉଛି। ଗଛ ସହ ଅମରେଶଙ୍କ ଆଶା ମଧ୍ୟ ବଡ ହେଉଛି। କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଗଲା ଓ କିଛି ଦିନ ପାଇଁ ସେ ଦିଲ୍ଲୀ ଚାଲିଗଲେ। ତାଙ୍କ ବନ୍ଧୁ ତାଙ୍କ ଭଳି ଗଛଗୁଡିକର ଦେଖାଶୁଣା କରିନଥିଲେ। ସେ ନିଜେ ଦେଖାଶୁଣା କରିଥିଲେ ପରିବା ଆଜି ଅଲଗା ପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି। ତାଙ୍କର ମନୋବଳ ଦୃଢ ଅଛି। ସେ ପୁଣିଥରେ ଭଲ ଭାବେ Hop Shoots ଚାଷ କରିବେ ବୋଲି କହିଛନ୍ତି।

{"id":431495,"width":639,"height":432,"sizeSlug":"large","linkDestination":"none"}

ହପ୍ ସୁଟ୍ସର ସବୁଠାରୁ ବଡ କ୍ରେତା ହେଲା ଆମେରିକା। ଏହି ପରିବା ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ସୁଟ୍ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଫୁଲ ମଦ ତିଆରି ପାଇଁ ବ୍ୟବହାର କରଯାଏ। ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ। ବାକିତକ ଅଂଶ ଖାଇବାରେ ଉପଯୋଗ କରାଯାଇଥାଏ। ଏଥିରେ ଆଚାର ମଧ୍ୟ ତିଆରି କରାଯାଏ। ଏହି ଆଚାର ମଧ୍ୟ ଅଭୁତ ମହଙ୍ଗା। 

{"id":431497,"width":650,"height":489,"sizeSlug":"large","linkDestination":"none"}

ୟୁରୋପୀୟ ଦେଶରେ ବହୁଳ ମାତ୍ରାରେ ଏହି ପରିବା ଚାଷ କରାଯାଏ। ବ୍ରିଟେନ ଓ ଜର୍ମାନୀରେ ଲୋକେ ଏହି ପରିବାକୁ ବହୁତ ପସନ୍ଦ କରନ୍ତି। ହପ୍ ସୁଟ୍ସ ଚାଷ ପାଇଁ ବସନ୍ତ ଋତୁ ସବୁଠାରୁ ଭଲ ବୋଲି କୁହାଯାଏ। ଅମରେଶ କହିଛନ୍ତି ଯେ ସେ ପୁଣିଥରେ ଭଲ ଭାବେ ଚାଷ କରିବେ। ହପ୍ ସୁଟ୍ସ ଚାଷ ଦ୍ୱାରା ଅନେକ ଚାଷୀଙ୍କ ଭାଗ୍ୟ ବଦଳି ଯାଇପାରେ। ଚାଷୀ ଏ ଚାଷ ସମ୍ପର୍କରେ ଜାଣିବା ପରେ ସେମାନେ ପାରମ୍ପରିକ ଚାଷ ଛାଡି ହପ୍ ସୁଟ୍ସ ଚାଷ କରିବାକୁ ଆଗେଇ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.