Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅନର କିଲିଂ : ଗର୍ଭ ନଷ୍ଟ ପାଇଁ ଚାହିଁଲାନି କୁମାରୀ ଝିଅ,ବାପା-ମାଆ ମିଶି ମାରିଦେଲେ

9/06/2020 at 2:47 PM

ଗଦବଲ ୯/୬: କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ କାରଣରୁ କଲେଜରେ ପଢ଼ୁଥିବା ଯୁବତୀ ଜଣକ ଘରକୁ ଫେରିଥିଲେ। ଯୁବତୀ ବିବାହ ନକରି ଗର୍ଭବତୀ ହୋଇଯାଇଥିବା କଥା ଘର ଲୋକେ ଜାଣିଲେ। ଗାଁ ଲୋକେ କିଛି ନ ଜାଣିବା ପାଇଁ କିଛି ଦିନ ଯାଏଁ ଘର ଲୋକେ ଝିଅକୁ ରୁମରେ ବନ୍ଦ କରି ରଖିଥିଲେ। ବାପା ମାଆ ଝିଅକୁ ଗର୍ଭପାତ କରିବାକୁ କହିବାରୁ ଯୁବତୀ ମନା କରିଥିଲେ। ଫଳରେ ବାପା ମାଆ ନିଜ ଝିଅର ହତ୍ୟା କରି ଦେଇଥିଲେ।

ତେଲେଙ୍ଗାନାର ଗଦବଲ ଜିଲ୍ଲାର କାଲୁକୁନ୍ତଲା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ବାପା-ମାଆ ନିଜ କଲେଜ ପଢ଼ୁଆ ଝିଅକୁ ହତ୍ୟା କରିଛନ୍ତି।

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଡିଗ୍ରୀ କୋର୍ସ କରୁଥିବା ଜଣେ ଯୁବତୀ ଲକଡାଉନ୍ ଯୋଗୁଁ ନିଜ ଗାଁକୁ ଫେରିଆସିଥିଲେ। ସେ ଗର୍ଭବତୀ ଥିବାର ବାପା ମାଆ ଜାଣି ପାରିଥିଲେ।

ପରିବାର ଲୋକେ ଏଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ। ଯୁବତୀଙ୍କ ବୟଫ୍ରେଣ୍ଡ ଅନ୍ୟ ଜାତିର ଥିଲେ। ତେଣୁ ଏହି ବିବାହ ସମ୍ଭବ ନଥିଲା। ସେମାନେ ଝିଅକୁ ଗର୍ଭପାତ କରିବାକୁ କହିବାରୁ ସେ ରୋକଠୋକ୍ ମନା କରି ଦେଇଥିଲେ। ଏହା ପରେ ମାଆ ବାପା ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ହତ୍ୟା କରିବା ପୂର୍ବରୁ ତାଙ୍କୁ ଗୋଟିଏ ରୁମରେ ଅନେକ ଦିନ ଯାଏଁ ଲକ୍ କରି ରଖାଯାଇଥିଲା ଯାହା ଫଳରେ ଝିଅର ଗର୍ଭବତୀ ହେବାର ଖବର କାହାକୁ ଜଣା ନପଡ଼ୁ।

ଶନିବାର ବାପା ଭାସ୍କରାୟ ନିଜ ପତ୍ନୀଙ୍କ ସହ ମିଶି ଝିଅକୁ ହତ୍ୟା କରିଥିଲେ। ଗାଁରେ ଖବର ଦେଇଥିଲେ ଯେ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଝିଅର ମୃତ୍ୟୁ ହୋଇଛି।

ସେମାନେ ଝିଅର ଅନ୍ତିମ ସଂସ୍କାରର ପ୍ରସ୍ତୁତି କରୁଥିଲେ ସେତେବେଳେ କେହି ଜଣେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ ଅଟକାଇଥିଲେ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ପୋଷ୍ଟମର୍ଟମରୁ ଜଣା ପଡ଼ିଥିଲା ଯେ ଯୁବତୀଙ୍କୁ ହତ୍ୟା କରାଯାଇଛି।

ଏହା ପରେ ପୋଲିସ୍ ମୃତ ଯୁବତୀଙ୍କ ବାପା-ମାଆଙ୍କୁ କଡ଼ାଭାବେ ପଚାରିବାରୁ ସେମାନେ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ। ପୋଲିସ୍ ହତ୍ୟା ମାମଲାରେ ବାପା-ମାଆଙ୍କୁ ଗିରଫ କରି ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।

   Related Posts