କଟକ ନିଆଳିରେ ଅନରକିଲିଂ

Published By : Prameya-News7 Bureau | May 22, 2018 IST

ପ୍ରେମବ୍ୟାପାରକୁ କେନ୍ଦ୍ର କରି କଟକ ଜ଼ିଲ୍ଲା ନିଆଳି ଥାନା ଅନ୍ତର୍ଗତ ଅଂଳୋ ଗାଁରେ ଅନରକିଲିଂ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ବାରଣ ସତ୍ୱେ ପ୍ରେମିକଙ୍କ ସହ ସମ୍ପର୍କ ନତୁଟାଇବାରୁ ଜଣେ ନାବାଳିକାକୁ ତାଙ୍କର ଦୁଇ ଭାଇ ନିର୍ମମ ଭାବେ ହତ୍ୟାକରିଥିବା ଅଭିଯୋଗ ହୋଇଛି ।କେବଳ ସେତିକି ନୁହେଁ ପ୍ରମାଣ ଲୁଚାଇବା ପାଇଁ ମୃତ ନାବାଳିକାଙ୍କ ଶବକୁ ମଟରସାଇକେଲରେ ନେଇ ତରବରିଆ ଭାବେ ପୋଡିଦିଆଯାଇଛି । ଦୁଇଦିନତଳେ ଏ ଘଟଣା ଘଟିଥିଲେ ମଧ୍ୟ ପୋଲିସ ଗାଁରେ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଆଜି ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଅଭିଯୁକ୍ତ ଦୁଇଭାଇ ଅଭିମନ୍ୟୁ ଓଝା ଏବଂ ଅରୁଣ ଓଝାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ନିଉଜ ସେଭେନରେ ଏଇ ଖବର ପ୍ରସାରିତ ହେବ ପରେ ପୋଲିସ ତତ୍ପର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.