ଝିଅକୁ ମାରି ପୋଡ଼ି ଦେଲେ! ରାଜଧାନୀ ଉପକଣ୍ଠରେ ଅନର କିଲିଂ ଅଭିଯୋଗ

Published By : Prameya-News7 Bureau | December 23, 2019 IST

ଭୁବନେଶ୍ବର୨୩/୧୨: ରାଜଧାନୀ ଉପକଣ୍ଠରେ ଅନର କିଲିଂ ଅଭିଯୋଗ । ପରିବାରର ସମ୍ମାନ ପାଇଁ ଝିଅକୁ ମାରି ପରିବାର ଲୋକେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ନ ହେଲେ ବି କିଛି ଗ୍ରାମବାସୀଙ୍କଠୁ  ଖବର ପାଇ ବାଲିପାଟଣା ଥାନା ବନ୍ଧସାହିରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

{"id":201594,"sizeSlug":"large"}

ବନ୍ଧ ସାହି ଗାଁରେ ପୋଲିସ ଟିମ । ଗାଁ ଲୋକେ ଆଶ୍ଚର୍ଯ୍ୟ , କାରଣ ପୋଲିସ ସିଧା ଯାଇଥିଲା ସେହି ସ୍ଥାନକୁ ଯେଉଁଠାରେ ଗାଁର ମିଲୁ ଭୋଇଙ୍କ ଶବଦାହ କରାଯାଇଥିଲା।   ସେଠାରୁ ପାଉଁଶ ଓ ହାଡ ସଂଗ୍ରହ କରିଛି ପୋଲିସ। ଏଥିସହିତ  ମିଲୁର ବାପା ବାନାମ୍ବର ଭୋଇଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ପରିବାରର ଜଣେ ସଦସ୍ୟା ଙ୍କ କହିବା ମୁତାବକ ରବିବାର ମଧ୍ୟ ରାତ୍ରିରେ ମିଲୁ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ।

{"id":201595,"sizeSlug":"large"}

 ଅନ୍ୟପଟେ ମିଲୁଙ୍କ ବାପା କହୁଛନ୍ତି ଅତ୍ୟଧିକ  ରକ୍ତସ୍ରାବ  ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।  ସାଇଁଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି। ତେବେ ପରିବାର ଲୋକଙ୍କ ଭିନ୍ନ ଭିନ୍ନ କଥା ମିଲୁଙ୍କ ମୃତ୍ୟୁ ଉପରେ ସନ୍ଦେହ ସୃଷ୍ଟି କରିଛି।  ଯଦି ମିଲୁଙ୍କର  ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ  ମ଼ତ୍ୟୁ  ହୋଇଛି ତେବେ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ କି। ମୃତ୍ୟୁ ପରେ କାହିଁକି ପୋଲିସ କୁ ନ ଜଣାଇ ମୃତଦେହ ସଂସ୍କାର କରାଗଲା। 

{"id":201596,"sizeSlug":"large"}

ଯଦି ମିଲୁ କିରୋସିନ ଢାଳି  ଆତ୍ମହତ୍ୟା କରିଛନ୍ତି ତେବେ  ସେ ସ୍ଥାନଟି କେଉଁଛି ।  କାରଣ ଘର ଭିତରେ କିମ୍ବା ଆଖପାଖ ସ୍ଥାନରେ  କିରୋସିନ ଜଳିବାର ନାଁ ଗନ୍ଧ ଦେଖିବାକୁ ମିଳୁନି ।  ପ୍ରଶ୍ନ ଏୟା ମଧ୍ୟ ଉଠୁଛି ଏହା ଏକ ଅନର କିଲିଂ ନୁହେଁତ? ମିଲୁଙ୍କୁ ପରିବାର ଲୋକେ ହତ୍ୟା କରି ପରେ ଶବଦାହ କରିଦେଇନାହାନ୍ତି ତ? ।  ପୋଲିସ ଛାନଭିନ କରୁଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

{"id":201598,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.