ଅନରକିଲିଂ; ଭଉଣୀ ପ୍ରେମବିବାହ କଲା ବୋଲି ଭାଇ ସାଜିଲା କଂସେଇ, ଭଉଣୀର ପ୍ରେମିକକୁ ଚାକୁରେ କରିଦେଲା ଖଣ୍ଡ ଖଣ୍ଡ

Published By : Prameya-News7 Bureau | December 21, 2018 IST

ତେଲଗାଁ ୨୧/୧୨ ः ଆଜିକାଲି ପ୍ରେମକୁ ନେଇ ଘଟୁଛି ଅନେକ ଅନରକିଲିଂ । ସାମାଜିକ ମାନମର୍ଯ୍ୟାଦାକୁ ନେଇ ଉଠୁଛି ପ୍ରଶ୍ନ । ସତରେ ପ୍ରେମ କଣ ଅପରାଧ । ପ୍ରେମ ଓ ଅନରକିଲିଂକୁ ନେଇ ସେଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ତେଲଗାଁରେ ।

ଭାଗ୍ୟଶ୍ରୀ ଓ ସୁମିତ ଗୋଟିଏ ଘୋରେଇ ଇଂଜିନିୟରିଂ କଲେଜରେ ପାଠ ପଢ଼ୁଥିଲେ । ସେମାନଙ୍କ ମଧ୍ୟରେ  ପ୍ରଥମେ ବନ୍ଧୁତା ଓ ତାପରେ ପ୍ରେମ ଗଢ଼ିଉଠିଥିଲା ।ଏହି ଭଲପାଇବାକୁ ନେଇ ଉଭୟ ପରିବାର ରାଜି ନଥିଲେ । ସେମାନେ ଭଲପାଇବାକୁ ଚ୍ୟାଲେଂଜ ଭାବେ ନେଇ କାହାରିକୁ ନ ଜଣାଇ ଦିନେ ଛାଡ଼ିଦେଇଥିଲେ ଘର । ବିବାହ କରି ସେମାନେ ଖୁସିରେ ବି ଥିଲେ । ହେଲେ ଦଇବ ସହିଲା ନାହିଁ ସେମାନଙ୍କ ସୁଖ ।

ଏହି ବିବାହକୁ ଭାଗ୍ୟଶ୍ରୀର ଘରେ କେହି ଗ୍ରହଣ କରିପାରୁ ନ ଥିଲେ । ଭାଗ୍ୟଶ୍ରୀର ଭାଇ ବାଲାଜି ଆଦୌ ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନ ଥିଲା । ସେ ମନେ ମନେ ମୌକା ଖୋଜୁଥିଲା । ତା ମନ ଭିତରେ ପ୍ରତିଶୋଧର ନିଆଁ ଜଳୁଥିଲା । ସେ ସୁଯୋଗ ଖୋଜୁଥିଲା ନେବାକୁ ପ୍ରତିଶୋଧ ।

ସୁମିତ ଓ ଭାଗ୍ୟଶ୍ରୀ କୌଣସି କାମରେ ବଜାରକୁ ଯାଇଥିଲେ । ଏହି ସମୟରେ ଭାଗ୍ୟଶ୍ରୀର ଭାଇ ବାଲାଜି ତାର ଦୁଇ ଜଣ ସାଙ୍ଗଙ୍କ ସହ ଆସି ଅତର୍କିତ ଆକ୍ରମଣ କରିଥିଲା ସୁମିତକୁ । ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି ଚାଲିଥିଲା ସୁମିତକୁ । ରାସ୍ତାରେ ଅନେକ ଲୋକ ଏହି ଦୃଶ୍ୟ ଠିଆ ହୋଇ ଦେଖୁଥିଲେ ମଧ୍ୟ କେହି ବାଲାଜିକୁ ଅଟକାଇବା ପାଇଁ ସାହସ କରୁ ନ ଥିଲେ ।  ଭାଗ୍ୟଶ୍ରୀ ତା ଭାଇ ବାଲାଜୀକୁ ଯେତେ ନେହୁରା ହେଲେ ବି ସେ ଶୁଣି ନଥିଲା । ସୁମିତ ପ୍ରାଣବିକଳରେ ଯେତେ ଚିତ୍କାର କଲେ ବି ବାଲାଜି ଓ ତାର ସାଙ୍ଗ କିଛି ଶୁଣି ନ ଥିଲେ । ଭାଗ୍ୟଶ୍ରୀ ଲୋକଙ୍କ ସାହାର୍ଯ୍ୟରେ ସୁମିତକୁ ନେଇ ମେଡ଼ିକାଲ ପହଂଚିଥିଲା । ଡ଼ାକ୍ତର ସୁମିତକୁ ମୃତଘୋଷଣା କରିଥିଲେ ।

ଭାଗ୍ୟଶ୍ରୀର ବୟାନ ମୁତାବକ ଭାଇ ବାଲାଜିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ସହ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.