ଯୁବକଙ୍କୁ ପିଟିପିଟି ମାରିଦେଲେ ଯୁବତୀଙ୍କ ପରିବାର ଲୋକ, ପ୍ରେମ ସଂପର୍କକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ

Published By : Prameya-News7 Bureau | February 04, 2019 IST

ଜୟପୁର ୪/୧- ରାଜସ୍ଥାନ ଜୟପୁରରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ଯୁବତୀଙ୍କ ପରିବାର ଲୋକ । ଏହି ଅନରକିଲିଂ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି ।

ଜୟପୁରର ସେରୁଓ୍ଵା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରଣବୀର ନାମକ ଜଣେ ଯୁବକ ସେହି ଗାଁରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ମଧ୍ୟ ଜିଦ୍ ଧରିଥିଲେ । କିନ୍ତୁ ଉଭୟ ପରିବାର ଲୋକ ଏହି ବିବାହରେ ରାଜି ନଥିଲେ । ବିଶେଷକରି ଯୁବତୀଙ୍କ ପରିବାର ଲୋକ ଏହି ସଂପର୍କକୁ ବିରୋଧ କରୁଥିଲେ ।

ସବୁଦିନ ପାଇଁ ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ରଣବୀର ରାତିରେ ଘରେ ଶୋଇଥିବା ସମୟରେ ଯୁବତୀଙ୍କ ପରିବାର ଲୋକ ତାଙ୍କ ଘର ଭିତରେ ପଶିଥିଲେ । ରଣବୀର ଶୋଇଥିବା ସମୟରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା କଥା ଥାନାରେ ଏତାଲା ଦେଇଛନ୍ତି ରଣବୀର ବାପା ।

ଯୁବତୀଙ୍କ ପରିବାର ଲୋକ ରଣବୀରକୁ ମାରିଦେଲା ପରେ ଯୁବତୀଙ୍କ ଉପରେ ମଧ୍ୟ କରିଥିଲେ ଅକଥନୀୟ ଅତ୍ୟାଚାର । ଯୁବତୀଙ୍କୁ ମଧ୍ୟ କରିଥିଲେ ମରଣାନ୍ତକ ଆକ୍ରମଣ ।

ଏହି ଘଟଣାରେ ପୋଲିସ ମୂଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.