ପ୍ରେମ ବିବାହ କରିବାରୁ ଝିଅକୁ କୋଦାଳରେ ହାଣି ହତ୍ୟାକଲା ବାପା

Published By : Prameya-News7 Bureau | February 08, 2019 IST

ବସନ୍ତରାୟ ୮/୨-ନିଜ ପରିବାରର ମାନସମ୍ମାନ ବଂଚାଇବାକୁ ଯାଇ ନିଜ ଝିଅକୁ ହତ୍ୟାକଲା ବାପା । ନଦୀପଠାରୁ ପୋଲିସ ଉଦ୍ଧାର କଲା ଶବ ।

ଏହିଭଳି ଘଟଣା ଘଟିଛି ଝାରଖଣ୍ଡର ବସନ୍ତରାୟ ଥାନା ଅଂଚଳରେ ।  ନୀଲୁ ନାମରେ ଜଣେ ଯୁବତୀ ସେହି ଗାଁର ସୁରଜ ନାମକ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ପରିବାରଲୋକ ଏହି ବିବାହ ରେ ସମର୍ଥନ କରୁ ନଥିଲେ ।

 ଘରେ ରାଜି ନଥିଲେ ବି ସୁରଜଙ୍କୁ ବିବାହ କରିଥିଲେ ନିଲୁ । ସେମାନେ ଘରଛାଡ଼ି ଚାଲିଯାଇଥିଲେ । ଘର ଛାଡ଼ି ଯିବାବେଳକୁ ନୀଲୁ ନାବାଳିକା ଥିବାରୁ ଏନେଇ ତାଙ୍କ ବାପା ସୁରଜଙ୍କ ନାଁରେ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ପୋଲିସ ସୁରଜ ଓ ନୀଲୁକୁ ପୋଲିସ ଧରିଆଣିଥିଲା । ନୀଲୁକୁ କୋର୍ଟ ଚାଲାଣ କରିବା ସହ ନୀଲୁକୁ ସୁଧାର ଗୃହକୁ ପଠାଇଦେଇଥିଲେ । ନୀଲୁ ଜେଲରେ ବାହାରିବା ପରେ ସେମାନେ ସାଙ୍ଗ ହୋଇ ରହିଥିଲେ ।

ଏହି ଘଟଣାରେ ନୀଲୁର ବାପା ଆହୁରି ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଫଳରେ ନୀଲୁର ବାପା, ଭାଇ ଓ ମାଆ ଦିନେ ନୀଲୁକୁ ଉଠାଇ ଆଣିଥିଲେ । ନୀଲୁକୁ ସେମାନେ କୋଦାଳରେ ହାଣି ହତ୍ୟା କଲାପରେ ଗେରୁଆ ନଦୀ ପଠାରେ ପକାଇଦେଇଥିଲେ । ଏପରିକି ମୁହଁକୁ କୁତ୍ସିତ କରି ମଧ୍ୟ ହାଣି ଦେଇଥିଲେ ।

ଏବାବଦରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବକୁ ଜବତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ମାଆ-ବାପା-ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.