Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରେମୀଯୁଗଳଙ୍କୁ ମାରି ଫିଙ୍ଗିଦେଲେ ରେଳଧାରଣାରେ, ଅନରକିଲିଂ ସନ୍ଦେହ

26/01/2019 at 7:26 PM

ପାଟନା ୨୬/୧- ସାଧାରଣତନ୍ତ୍ର ଦିବସରେ ବି ଅପରାଧ କରିବାକୁ ପଛେଇନାହାଁନ୍ତି ଅପରାଧୀ ।ଆଜି ରେଳଧାରଣାରୁ ଉଦ୍ଧାର ହୋଇଛି ପ୍ରେମୀଯୁଗଳଙ୍କ ଶବ । କେହି ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଇଥିବା ଅନୁମାନ କରୁଛି ପୋଲିସ ।

ଏହି ଘଟଣା ଘଟିଛି ବିହାରର ସାସାରାମ ଅଂଚଳରେ । ପ୍ରେମୀଯୁଗଳଙ୍କ ଶବ ପଡ଼ିଥିବା ନେଇ ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ପାରିପାର୍ଶିକ ଅବସ୍ଥାକୁ ନିରୀକ୍ଷଣ କରି ଅପରାଧୀକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।

ଯାହା ସନ୍ଦେହ କରାଯାଉଛି, ଏହା ଅନରକିଲିଂ ହୋଇଥିବା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟଲୋକଙ୍କ କହିବା ଅନୁସାରେ, ପ୍ରେମୀଯୁଗଳ ବର୍ଷକ ପୂର୍ବରୁ ଘରୁ ଲୁଚି ପଳାଇଯାଇଥିଲେ । ସେମାନେ ବିବାହ କରି ଏକାସାଥିରେ ରହୁଥିଲେ । ଏହି ବିବାହକୁ ଉଭୟ ପରିବାର ଲୋକ ମଧ୍ୟ ବିରୋଧ କରୁଥିଲେ ।

ଏହି ହତ୍ୟା ପୁଅଘର କିମ୍ବା ଝିଅଘର ଲୋକଙ୍କ ପକ୍ଷରୁ ହୋଇଥାଇପାରେ ବୋଲି ପୋଲିସ ଉଭୟ ପରିବାର ଲୋକଙ୍କ ଉପରେ ସନ୍ଦେହ ଆଣିଛି ।

ପୋଲିସ ଆଉଗୋଟେ ଦିଗପ୍ରତି ଗୁରୁତ୍ଵଦେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି । ପ୍ରେମୀଯୁଗଳ ପରସ୍ପର ସହମତିରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହଘେରକୁ ଆଣିଛି ପୋଲିସ ।

   Related Posts