Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହନି ସିଂହ: କ୍ଷତିପୂରଣ ବାବଦକୁ ଏତିକି ଦାବି କଲେ ପତ୍ନୀ ଶାଲିନୀ ତଲୱାର

4/08/2021 at 3:31 PM

ମୁମ୍ବାଇ ୦୪/୦୮ : ଗାୟକ ରାପର ହନି ସିଂହଙ୍କ ପତ୍ନୀ ଶାଲିନୀ ତଲୱାର ଦିଲ୍ଲୀର ତେଜ ହଜାରୀ କୋର୍ଟରେ ସ୍ୱାମୀ ହ୍ରଦେଶ ସିଂ (ହନି ସିଂ), ତାଙ୍କ ପିତାମାତା ଏବଂ ସାନ ଭଉଣୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଶାଲିନୀ ତଲୱାର ଘରୋଇ ହିଂସା, ମାନସିକ ନିର୍ଯାତନା ଏବଂ ଆର୍ଥିକ ଅତ୍ୟାଚାର ଅଭିଯୋଗ କରିଛନ୍ତି। ସେ ତାଙ୍କ ପିଟିସନରେ କହିଛନ୍ତି ଯେ ତାଙ୍କ ବିବାହ ପରଠାରୁ ସେ କ୍ରମାଗତ ଭାବରେ ଘରୋଇ ହିଂସାର ଶିକାର ହେଉଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ହନି ସିଂହ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କ୍ଷତିପୂରଣ ବାବଦକୁ ତାଙ୍କ ପତ୍ନୀ ମୋଟା ଅଙ୍କର ଟଙ୍କା ମାଗିଛନ୍ତି।

ହନି ସିଂଙ୍କର ବୋଧହୁଏ କୌଣସି ଧାରଣା ନଥିଲା ଯେ ପତ୍ନୀ ଶାଲିନୀ ତଲୱାର ବିବାହର ଦଶ ବର୍ଷ ପରେ ନିରବତା ଭାଙ୍ଗିବେ ଏବଂ ସେହି ରହସ୍ୟ ଦୁନିଆ ସାମ୍ନାକୁ ଆସିବ ଯାହା ଏପର୍ଯ୍ୟନ୍ତ କେବଳ ରହସ୍ୟ ଥିଲା।

ଧନୀ ରାପରମାନଙ୍କ ମଧ୍ୟରେ ହନି ସିଂହଙ୍କ ନାଁ ଶୀର୍ଷରେ ଗଣାଯାଏ। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହନି ସିଂହ ପ୍ରାୟ ୧୭୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ। ସେ ପ୍ରତିବର୍ଷ ପ୍ରାୟ ୪୨ କୋଟି ରୋଜଗାର କରନ୍ତି। ଏହି ଆବେଦନରେ ତାଙ୍କ ପତ୍ନୀ ତାଙ୍କ ଶୋ’ରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ମଧ୍ୟ ଦାବି କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହନି ସିଂହଙ୍କ ପାଖରେ ୨୫ ମିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ଅଛି ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୭୩ କୋଟି ମୂଲ୍ୟର ସମ୍ପତ୍ତି। ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଘର ଅଛି। ନୋଏଡା, ଗୁରୁଗାଓଁ, ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ ସହିତ ୩ କୋଟିରୁ ଅଧିକ ମୂଲ୍ୟର ବଙ୍ଗଳା ରହିଛି।]

ଗୋଟିଏ ଗୀତ ଗାଇବା ପାଇଁ ହନି ସିଂହ ୧୫ ଲକ୍ଷ ଟଙ୍କା ଆଦାୟ କରନ୍ତି। ରାପର୍ ଦେଶର ସର୍ବାଧିକ ଟ୍ୟାକ୍ସ ଦେଉଥିବା ଲୋକମାନଙ୍କ ମଧ୍ୟରେ ସାମିଲ। ସେ ତାଙ୍କ କାରକୁ ବହୁତ ଭଲ ପାଆନ୍ତି। ତାଙ୍କର ଗୋଟିଏ ଅଡି Q7, ଅଡି R8, ଜାଗୁଆର, ରୋଲ୍ସ, ବିଏମଡବ୍ଲୁ ଆଦି ମହଙ୍ଗା କାର ଅଛି।

ଶାଲିନୀ ତାଲୱାର କୋର୍ଟରେ ୧୬୦ ପୃଷ୍ଠାର ଆବେଦନରେ ହନି ସିଂହ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଆବେଦନ ସହ କ୍ଷତିପୂରଣ ଦାବି କରିଛନ୍ତି। ଶାଲିନୀ ଦାବି କରିଛନ୍ତି ଦିଲ୍ଲୀର ଯେଉଁ ଅଞ୍ଚଳରେ ସେ ରହୁଛନ୍ତି ସେହି ଘରର ଭଡା ୫ ଲକ୍ଷ ଟଙ୍କା। ହନି ସିଂହ ତାଙ୍କୁ ଏହି ରାଶି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହା ସହିତ ସେ ନିଜ ଗହଣାର ଏକ ଲମ୍ବା ତାଲିକା ମଧ୍ୟ ଦେଇଛନ୍ତି। ଏଥିସହ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ହିସାବରେ ସେ ୧୦ କୋଟି ଟଙ୍କା ଦାବି କରିଛନ୍ତି।

   Related Posts