କାଶ୍ମୀର ପ୍ରସଂଗରେ ପାକିସ୍ତାନ ପାଇଁ ଭଦ୍ରଲୋକି କରୁଥିବା ଚୀନ ହାତରୁ ଖସିବାକୁ ବସିଲାଣି ହଂକଂ

Published By : Prameya-News7 Bureau | August 18, 2019 IST

ନୂଆଦିଲ୍ଲୀ୧୮|୮: କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇ  ଚୀନ୍ ହଟହଟା ହୋଇଛି । କିନ୍ତୁ ମୁହଁତୋଡ଼ ଦେଖାଇ କହୁଛି ପାକିସ୍ତାନର ଭାଷା। ସେପଟେ ଚୀନ ହାତରୁ ହଂକଂ ଖସିଯିବାକୁ ବସିଲାଣି । ଦୀର୍ଘ ବର୍ଷ ଧରି ବ୍ରିଟିଶ ଶାସନ ଅଧୀନରେ ରହିବା ପରେ ହଂକଂ ଯେତେବେଳେ ଚୀନ୍‌ ଅଧିନକୁ ଗଲା ସେତେବେଳେ ତାହା ସ୍ବୟଂଶାସନ ମାନ୍ୟତା ପାଇଲା ।କିନ୍ତୁ ଚୀନ୍‌ର ବ୍ୟାପକ ହସ୍ତକ୍ଷେପ ଯୋଗୁଁ ଅସନ୍ତୁଷ୍ଟ ହୋଇପଡ଼ିଥିବା ହଂକଂ ବାସୀ ଏବେ ଚୀନ୍‌ ନିକଟରୁ ସଂପୂର୍ଣ୍ଣ ସ୍ବାଧୀନତା ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ।…

{"id":145868}

ଆଗ ହଂକଂ ସମ୍ଭାଳ । ପରେ କାଶ୍ମୀର ପାଇଁ ଭଦ୍ରଲୋକି କରିବ । ସୋସିଆଲ ମିଡିଆରେ ଚୀନକୁ ଏମିତି ଚାରିଆଡୁ ଚେତାବନୀ । ପୂର୍ଣ୍ଣ ସ୍ବାଧୀନତା ଦାବି କରି ୧୫ ଦିନ ହେଲା ବସି ରହିଛନ୍ତି ହଂକଂବାସୀ ।  ଲକ୍ଷ ଲକ୍ଷ ଲୋକ ରାସ୍ତାରେ ବସିରହିଛନ୍ତି ଶୋରିଷଟିଏ ବି ତଳେ ପଡ଼ିବନି। ହଂକଂବାସୀ ଅଡ଼ି ରହିଛନ୍ତି ।  କାଶ୍ମୀରର ପଥରବାଜ୍‌ଙ୍କ ମାନବାଧିକାର କହୁଥିବା ଚୀନ ହଂକଂବାସୀଙ୍କ ମାନବାଧିକାର ଚିନ୍ତା କରୁ ।

{"id":145869}

କାରଣ ଏମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାବି ପାଇଁ ଅଡି ରହିଛନ୍ତି। ଚୀନ୍‌ ଦେଇଥିବା ସ୍ବୟଂଶାସନ କ୍ଷମତାକୁ ନେଇ ଏମାନେ ସନ୍ତୁଷ୍ଟ ନୁହନ୍ତି । ଚୀନ୍‌ର କମ୍ୟୁନିଷ୍ଟ ଶାସନରେ ଏମାନେ ଅଣନିଶ୍ବାସୀ ହୋଇଗଲେଣି। ତେଣୁ ଅଧିକ ସ୍ବାୟତ୍ତତା ଏବଂ ଗଣତନ୍ତ୍ର ପାଇଁ ଏମାନେ ଦାବି କରୁଛନ୍ତି।  

{"id":145871}

୧୯୯୭ରେ ଯେତେବେଳେ ବ୍ରିଟିଶ ଶାସନରୁ ହଂକଂ ମୁକ୍ତ ହେଲା ସେତେବେଳେ ଚୀନ୍‌ ଅଧିନକୁ ଗୋଟିଏ ରାଷ୍ଟ୍ର, ଦୁଇଟି ବ୍ୟବସ୍ଥା ନିୟମରେ ଆସିଥିଲା ।ହେଲେ ଏହା ପରଠାରୁ ଚୀନ୍‌ ପ୍ରତିବର୍ଷ ହଂକଂର ସ୍ବାୟତ୍ତତାରେ ହସ୍ତକ୍ଷେପ କରିବା ସହିତ ଏହାକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଆସୁଛି  । ଚୀନ୍‌ ଚାପରେ ହଂକଂର ବଡ଼ ବଡ଼ କମ୍ପାନୀର ସିଇଓ ମାନେ ନିଜ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି ।

{"id":145873}

ଯେତେବେଳେ ହଂକଂରେ ଚୀନ୍‌ ବିରୋଧୀ ସ୍ବର ତୀବ୍ର ହେବାରେ ଲାଗିଛି, ଏହାକୁ ଦମନ କରିବା ପାଇଁ  ଚୀନ୍‌ର ଏକଛତ୍ରବାଦୀ କମ୍ୟୁନିଷ୍ଟ ସରକାର ବଳ ପ୍ରୟୋଗର ଚେତାବନୀ ଦେଲାଣି। ଚୀନ  ତିଆନ୍‌ମେନ୍‌ ଗଣହତ୍ୟା ଭଳି ନୀତି ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

{"id":145874}

ଭିଡିଓରେ ହଂକଂବାସୀଙ୍କୁ ଏକପ୍ରକାରର ଧମକ ଦିଆଯାଉଛି। କେମିତି ଚୀନ ପୋଲିସ ଓ ସେନା ଆନ୍ଦୋଳନକୁ ଦମନ କରିବା ଲାଗି ଅଭିଯାନ ଆରମ୍ଭ କରିଛନ୍ତି।  କାଶ୍ମୀର ପ୍ରସଙ୍ଗରେ ଭଦ୍ରଲୋକି କରୁଥିବା ଚୀନ ଏବେ ହଂକଂରେ ବଢୁଥିବା ବିକ୍ଷୋଭ କୁ କିଭଳି ନିୟନ୍ତ୍ରଣ କରିବ ତା ଉପରେ ସାରା ବିଶ୍ବର ନଜର ।…

{"id":145875}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.