ଧୋନୀଙ୍କ ସମ୍ପର୍କରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର : କହିଲେ ସଚିନ, ସେହଓ୍ବାଗ ଓ ଗମ୍ଭୀରଙ୍କ ସହିତ ଖେଳିବାକୁ ମନା କରିଦେଇଥିଲେ ଧୋନୀ
19/07/2019 at 12:30 PM

ନୂଆଦିଲ୍ଲୀ୧୯|୭: ୨୦୧୯ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ସରିବା ପରେ ପୂର୍ବତନ କ୍ରିକେଟର, କ୍ରିକେଟ ସମୀକ୍ଷକ ଓ କ୍ରିକେଟପ୍ରେମୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ମନ୍ତବ୍ୟ ପଦାକୁ ଆସିଛି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଟିମର ପୂର୍ବତନ ଅଧିନାୟକ ଧୋନୀଙ୍କ ଉପରେ ଦୋଷ ଲଗାଇଛନ୍ତି। ଧୋନୀଙ୍କୁ ଦଳରୁ ବାହାର କରି ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ଉପରେ ସେ ଯୋର ଦେଉଛନ୍ତି । ଯା ମଧ୍ୟରେ ଧୋନୀ କ୍ୟାପଟେନଥିଲାବେଳେ କେମିତି ସଚ୍ଚିନ, ଗମ୍ବୀର ଓ ସେହେୱାଗଙ୍କୁ ନଖେଳାଇବା ଲାଗି ଯୋଜନା କରିଥିଲେ ତାର ଗୁମର ଖୋଲିଛନ୍ତି ଗମ୍ଭୀର ।
୨୦୧୫ ବିଶ୍ବକପରେ ସଚିନ ତେନ୍ଦୁକର, ବିରେନ୍ଦ୍ର ସେହଓ୍ବାଗ ଓ ଗମ୍ଭୀର ଖେଳିପାରିବେ ନାହିଁ ବୋଲି ଧୋନି ୨୦୧୧ ବିଶ୍ବକପ ପରେପରେ ସ୍ପଷ୍ଟଭାବେ କହିସାରିଥିଲେ। ଧୋନି କ୍ରିକେଟ ଖେଳରୁ ସନ୍ୟାସ ନେବେ ବୋଲି ତିନିଦିନ ଲଗାତର ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ସମୟରେ ଧୋନୀଙ୍କୁ ଦୋଷ ଦେଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର।
ଗମ୍ଭୀର କହିଛନ୍ତି, ଧୋନୀ ୨୦୧୨ରେ ନିଷ୍ପତ୍ତି ନେଇଥିଲେ ଯେ ୨୦୧୫ ବିଶ୍ବକପରେ ସଚିନ, ସେହଓ୍ବାଗ ଓ ଗମ୍ଭୀର ଖେଳିପାରିବେ ନାହିଁ। ଏଥିସହ ଅଷ୍ଟ୍ରେଲିଆ ଗସ୍ତ ବେଳେ ଧୋନୀ କହିଥିଲେ, ୧୧ ଜଣ ଖେଳାଳୀଙ୍କ ମଧ୍ୟରେ ଗମ୍ଭୀର, ସଚିନ ଓ ସେହଓ୍ବାଗ ଏକା ସହ ରହିବେ ନାହିଁ। ଏହି ତିନିଜଣଙ୍କୁ ୨୦୧୫ ବିଶ୍ବକପରେ ନଖେଳାଇବାର କାରଣ ସମ୍ପର୍କରେ ଧୋନୀ ଆହୁରି ସାଂଘାତିକ କଥା କହିଥିଲେ । ଏହି ତିନିଜଣ ଫିଲଡିଂରେ ଭଲ ପ୍ରଦର୍ଶନ କରିପାରୁ ନଥିବାରୁ ଏମାନଙ୍କୁ ବିଶ୍ବକପ ଖେଳାଯିବ ନାହିଁ ବୋଲି ଧୋନୀଙ୍କ ଯୁକ୍ତି ଥିଲା ।
ଯାହା ଏହି ଖେଲାଳିଙ୍କ ପାଇଁ ଅପମାନଜନକ ଥିଲା । ଏହି କଥା ଶୁଣିବା ପରେ ତାଙ୍କୁ ଶକ୍ତ ଝଟକା ଲାଗିଥିଲା ବୋଲି ଗମ୍ଭୀର କହିଛନ୍ତି। ତିନିଜଣଙ୍କୁ ୨୦୧୫ରେ ବିଶ୍ବକପ ଖେଲାଯିବ ନାହିଁ ବୋଲି ୨୦୧୨ରେ ଜଣେ କ୍ୟାପଟେନ କେମିତି କହିପାରିବ ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି । । ଯଦି କେହି ମ୍ୟାଚରେ ଭଲ ରନ ସଂଗ୍ରହ କରେ ଓ ଭଲ ଫର୍ମରେ ଥାଏ ତେବେ ବୟସ କେବେ ମାପକାଠି ବା ଯୋଗ୍ୟତା ହୋଇପାରିବ ନହିଁ ବୋଲି ଗମ୍ଭୀର କହିଛନ୍ତି । ଗମ୍ବୀରଙ୍କ ମତରେ ବୟସ କେବଳ ଏକ ନମ୍ବର ମାତ୍ର।
ଧୋନୀଙ୍କ ଆଗାମୀ ଭବିଷ୍ୟତକୁ ଲକ୍ଷ୍ୟକରି ଗମ୍ଭୀର କହିଛନ୍ତି, ଧୋନୀଙ୍କ ସମୟ ଆସିସାରିଛି, ; ସେ ଅଧିପନାୟକ ଥିବା ସମୟରେ ମଧ୍ୟ କୌଣସି ଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହୋଇନାହାନ୍ତି। ତେଣୁ ତାଙ୍କ ବଦଳା ରିଷଭ ପନ୍ତ , ସଞ୍ଜୁ ସାମସନ ଓ ଇଶାନ କିଶାନଙ୍କୁ କିପିଂ କରିବାରସୁଯୋଗ ଦେବା ଦର୍କାର ବୋଲି ଗମ୍ଭୀର ପରାମର୍ଶ ଦେଇଛନ୍ତି । ସେମାନଙ୍କୁ କ୍ରମାଗତଭାବେ ଖେଳିବାର ସୁଯୋଗ ମିଳିଲେ ସେମାନେ ନିଶ୍ଚିତ ଆଗକୁ ଯିବେ ବୋଲି ଗମ୍ଭୀର କହିଛନ୍ତି।