କୋଭିଡ ଭୂତାଣୁର ମୂଳୋତ୍ପଟନ କରିବ ଷ୍ଟିଲ! ମାତ୍ର ୬ ଘଣ୍ଟାରେ ୯୯.୯୯ ପ୍ରତିଶତ ଭୂତାଣୁ ହେଉଛନ୍ତି ନିଷ୍କ୍ରିୟ

Published By : Prameya-News7 Bureau | December 08, 2021 IST

ହଙ୍ଗକଙ୍ଗ : କୋଭିଡ ସଂକ୍ରମଣ ରୋକିବ ଷ୍ଟିଲ ! ହଙ୍ଗକଙ୍ଗରେ ଗବେଷକମାନେ ଏପରି ଷ୍ଟିଲ ବିକଶିତ କରିଥିବା ଦାବି କରୁଛନ୍ତି ଯାହା ବିଶ୍ୱରେ ବ୍ୟାପୁଥିବା କୋଭିଡ ସଂକ୍ରମଣକୁ ନିୟନ୍ତ୍ରିତ କରିପାରିବ।  ନୂଆକରି ବିକଶିତ ଏହି ଧାତୁ ୯୯.୭୫ ପ୍ରତିଶତ ଭୂତାଣୁଙ୍କୁ ମାତ୍ର ୩ ଘଣ୍ଟାରେ ଓ ୯୯.୯୯ ପ୍ରତିଶତକୁ ୬ ଘଣ୍ଟାରେ ନିଷ୍କ୍ରିୟ କରିପାରୁଥିବା ଦାବି କରାଯାଇଛି।  ଯଦି ସାର୍ବଜନିକ ସ୍ଥଳରେ ଏପରି ଷ୍ଟିଲର ଉପଯୋଗ କରାଯାଏ ତେବେ ବିଶ୍ୱରେ କୋଭିଡ ସଂକ୍ରମଣ ଅନେକାଂଶରେ ହ୍ରାସ ହେବା ସହ ଲୋକେ କୋଭିଡ ପୂର୍ବ ଜୀବନଯାତ୍ରାକୁ ପୁଣି ଫେରିପାରିବେ ବୋଲି ବୈଜ୍ଞାନିକ ଦାବି କରିଛନ୍ତି।

ୟୁନିଭର୍ସିଟି ଅଫ ହଙ୍ଗକଙ୍ଗର ଗବେଷକଙ୍କ ଏକ ଟିମ୍‌ ଦ୍ୱାରା ଏ ସମ୍ପର୍କରେ ନଭେମ୍ବର ୨୫ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ  ମିଶ୍ରଧାତୁରେ ନୂଆ କରି ବିକଶିତ ଷ୍ଟିଲରେ ନିର୍ମିତ ଲିଫ୍ଟ ବଟନ, ହ୍ୟାଣ୍ଡରେଲସ୍‌, ଡୋରକୋବସ୍‌ ଭୂତାଣୁ ନିଷ୍କ୍ରିୟ କରିବାରେ ସହାୟକ ହେବ। ବିଶ୍ୱବିଦ୍ୟାଳୟଙ୍କ ଇଞ୍ଜିନିୟରିଂ ବିଭାଗର ହୁଆଙ୍ଗ ମିଙ୍ଗଜିନ୍ ଓ ସେଣ୍ଟର ଫର ଇମ୍ୟୁନିଟି ଏଣ୍ଡ ଇନଫେକ୍ସନର ଲିୟୋ ପୁନଙ୍କ ନେତୃତ୍ୱରେ ଏହି ଗବେଷଣା ହୋଇଥିଲା।

{"id":556338,"width":838,"height":471,"sizeSlug":"full","linkDestination":"none"}

ସାର୍ବଜନିକ ସ୍ଥଳ ଯେପରିକି ବିମାନ ବନ୍ଦର, ଟ୍ରେନ୍‌ ଷ୍ଟେସନ୍ ସମେତ ଅନ୍ୟ ସ୍ଥାନ ଯେଉଁଠି ପ୍ରାୟତଃ ଜନଗହଳି ଲାଗି ରହିଥାଏ ଯେପରିକି ସିନେମା ହଲ, ଷ୍ଟାଡିୟମ ଓ ପାର୍କ ଆଦି  ସ୍ଥାନମାନଙ୍କରେ ଉପଯୋଗରେ ଆସୁଥିବା ଧାତବ ସାମଗ୍ରୀ ବଦଳେ ନୂଆ ବିକଶିତ ଧାତୂ ପ୍ରସ୍ତୁତ ସାମଗ୍ରୀ ଉପଯୋଗ ହୋଇପାରିବ। ଯାହା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବ। କରୋନା ଭାଇରସ ମହାମାରୀର ଓମିକ୍ରନ ସଂସ୍କରଣର ପ୍ରସାର ଏବେ ସଂକ୍ରମଣ ଭୟକୁ ଶତପ୍ରତିଶତ ବଢ଼ାଇ ଦେଇଛି। ଏଥିରେ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଆବିଷ୍କୃତ ଧାତୂ ଭୂତାଣୁ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ଗବେଷକଙ୍କ ପ୍ରକାଶିତ ଅଧ୍ୟୟନରେ ମିଶ୍ରଧାତୁ ପ୍ରସ୍ତୁତ ସାମଗ୍ରୀରେ ରୋଗାଣୁ ରୋଧୀ ଗୁଣ ଦୀର୍ଘକାଳ ପର୍ଯ୍ୟନ୍ତ ରହିବ। ଉପଯୋଗରେ ଥିବା ବେଳେ ଯଦିଓ ଏପରି ସାମଗ୍ରୀ ବାରମ୍ବାର କ୍ଷତିଗ୍ରସ୍ତ ହୋଇପାରେ ହେଲେ ଯେ ପର୍ଯ୍ୟନ୍ତ ସେବାରେ ରହିବ ସେ ପର୍ଯ୍ୟନ୍ତ ଭୂତାଣୁ ନିଷ୍କ୍ରିୟ କରିଚାଲିଥିବ। ଏପରି ସ୍ଥଳରେ ଉତ୍ପାଦନ ଖର୍ଚ୍ଚ ହ୍ରାସ ଲାଗି ‘ପାଉଡର ମେଟାଲର୍ଜି’ ଜ୍ଞାନକୌଶଳର ମଧ୍ୟ ଉପଯୋଗ ହୋଇପାରିବ ବୋଲି କୁହାଯାଇଛି।

{"id":556339,"sizeSlug":"full","linkDestination":"none"}

ନୂଆ ମିଶ୍ରଧାତୁ ଯେଉଁଥିରେ ଷ୍ଟେନଲେସ୍ ଷ୍ଟିଲ ସହ ତମ୍ବା ମଧ୍ୟ ରହିଛି ଏହା ଅନ୍ୟ ରୋଗ ସୃଷ୍ଚି କରୁଥିବା ଭୂତାଣୁକୁ ମଧ୍ୟ ନିଷ୍କ୍ରିୟ କରିପାରୁଛି। ଏହା ଏଚ୧ଏନ୧ ଇନଫ୍ଲୁଏଞ୍ଜା ଭୂତାଣୁ ସମେତ  ଏଶ୍ଚେରିଚିଆ କୋଲି ବ୍ୟାକ୍ଟେରିଆକୁ ମଧ୍ୟ ନିଷ୍କ୍ରିୟ କରିପାରୁଛି। କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଏପର୍ୟ୍ୟନ୍ତ ୨୬୬ ନିୟୁତ ଲୋକଙ୍କୁ ସଂକ୍ରମଣର କାରଣ ହେଲାଣି। ସେହିପରି ଭୂତାଣୁ ଯୋଗୁ ଅନୁନ୍ୟ ୫.୨ ମିଲିୟନ ଲୋକେ ପ୍ରାଣ ହରାଇଲେଣି। ଭୂତାଣୁର ଅନେକ ନୂଆ ପ୍ରକାର ଉତ୍ପତି ହୋଇଥିବା ବେଳେ ଏଥିରୁ ୫ଟିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତାନଜକ ବୋଲି ଘୋଷଣା ମଧ୍ୟ କରିଛନ୍ତି। ଏଥିରେ ନୂଆ ଉଦଭାବନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.