Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହଙ୍ଗକଙ୍ଗ ମିଡିଆ ଟାଇକୁନ ଜିମ୍ମି ଲାଇ ପୁଣି ଗିରଫ, ହାଜତକୁ ପଠାଇଦେଲେ କୋର୍ଟ

31/12/2020 at 5:05 PM

ହଙ୍ଗକଙ୍ଗ: ମିଡିଆ ଓ ପ୍ରକାଶନ ବ୍ୟବସାୟୀ ଜିମ୍ମି ଲାଇଙ୍କୁ ହଙ୍ଗକଙ୍ଗ ଶୀର୍ଷ ନ୍ୟାୟାଳୟ ପୁଣି ଥରେ ଜେଲ ହାଜତକୁ ପଠାଇଦେଇଛନ୍ତି। ଚୀନ୍‌ ଶାସିତ ଦେଶର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜାତୀୟ ସୁରକ୍ଷା ଆଇନରେ ଜିମ୍ମିଙ୍କୁ ଗିରଫ ପରେ ହାଜତକୁ ପଠାଯାଇଛି। ଫେବୃଆରୀ ୧ ତାରିଖ ଅନ୍ୟ ଜାମିନ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହଙ୍ଗକଙ୍ଗର ଗଣତାନ୍ତ୍ରିକ କର୍ମୀ ଭାବେ ଜଣାଶୁଣା ଲାଇଙ୍କ ବିରୋଧରେ ଚୀନ୍‌ ସରକାର ବିଦେଶୀ ଶକ୍ତିଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ଆଣିଛନ୍ତି। ତାଙ୍କ ଗିରଫଦାରୀ ନେଇ ଫାଇନାଲ ଅପିଲ କୋର୍ଟଙ୍କ ନିଷ୍ପତ୍ତି ତାଙ୍କୁ ସପ୍ତାହକ ପରେ ମିଳିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ସେ ଗିରଫ ହୋଇ ଜେଲରେ ଥିଲେ। ତେବେ ୧୦ ମିଲିୟନ ହଙ୍ଗକଙ୍ଗ ଡଲାର ବିନିମୟରେ ସେ ଜାମିନରେ ମୁକୁଳିଥିଲେ।

କୋର୍ଟ ତାଙ୍କୁ ଅନେକ କଟକଣାରେ ଜାମିନ ମଞ୍ଜୁର କରିଥିଲେ। ଏଥିରେ ତାଙ୍କୁ ସୋସିଆଲ ମିଡିଆରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଥିଲା। ପୂର୍ବ ବ୍ରିଟିଶ ଉପନିବେଶ ହଙ୍ଗକଙ୍ଗରେ ଚୀନ ନିଜ କର୍ତ୍ତୃତ୍ୱ ଜାହିର କରିବା ସହ ଏପରି କୌଣସି ଗତିବିଧି ଉପରେ କଡାକଟକଣା ଲାଗୁ କରିଛି ଯେଉଁଥିରେ ଶୀର୍ଷ ଶାସକଙ୍କୁ କେହି ସମାଲୋଚନା କରିପାରିବେ ନାହିଁ କି ଦେଶର ନିୟମ ବିରୋଧୀ କାମ କରିପାରିବେ ନାହିଁ। ତେବେ ହଙ୍ଗକଙ୍ଗ ଚୀନ୍‌ ପ୍ରଶାସକଙ୍କୁ ପ୍ରଥମରୁ ଅସ୍ୱୀକାର କରିଆସୁଛି।

   Related Posts