Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ହଙ୍ଗକଙ୍ଗରେ ଚୀନକୁ ଝଟକା, ଜିଲ୍ଲା ପରିଷଦ ନିର୍ବାଚନରେ ଗଣତନ୍ତ୍ରର ବଡ ଜିତ୍

25/11/2019 at 9:59 PM

ହଙ୍ଗକଙ୍ଗ: ଗଣତନ୍ତ୍ର ବିରୋଧୀ ଚୀନକୁ ହଙ୍ଗକଙ୍ଗରେ ଗଣତନ୍ତ୍ର ସମର୍ଥକଙ୍କ ବଡ ଝଟକା। ଗତ ୬ ମାସ ଧରି ବିରୋଧ ପ୍ରଦର୍ଶନ ପରେ ରବିବାର ଡିଷ୍ଟ୍ରିକ୍ଟ କାଉନସିଲ ନିର୍ବାଚନ ଲାଗି ମତଗ୍ରହଣ ହୋଇଥିଲା। ଏଥିରେ ୭୦ ପ୍ରତିଶତରୁ ବି ଅଧିକ ମତଦାନ ହୋଇଥିବା ବେଳେ ଡେମୋକ୍ରାଟ ବିପୁଳ ବିଜୟ ହାସଲ କରିଛନ୍ତି। ମତଦାନର ଏଭଳି ଫଳାଫଳକୁ ଗଣତାନ୍ତ୍ରିକ ସମୂହଙ୍କ ବଡ ଜିତ ବୋଲି ଏବେ କୁହାଯାଉଛି। ଅନ୍ୟପକ୍ଷରେ ଏହି ନିର୍ବାଚନକୁ ହଙ୍ଗକଙ୍ଗର ନେତା ତଥା ଚିଫ ଏକଜ୍ୟୁକୁଟିଭ କେରି ଲେମଙ୍କ ଲାଗି ଏବେ ଶକ୍ତି ପରୀକ୍ଷା ବିବେଚନା କରାଯାଉଛି।

ତେବେ ୬ମାସ ଧରି ହଙ୍ଗକଙ୍ଗରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ନିଶ୍ଚିତ ସରକାରଙ୍କୁ ଏକ ବାର୍ତ୍ତା ଦେବ ବୋଲି ଗଣତନ୍ତ୍ର ସପକ୍ଷବାଦୀମାନେ ଆଶାବ୍ୟକ୍ତ କରିଛନ୍ତି। ବାଣିଜ୍ୟିକ ହବ୍ ଭାବେ ଜଣାସୁଣା ହଙ୍ଗକଙ୍ଗର ଗଣତନ୍ତ୍ର ସମର୍ଥକ ପ୍ରାର୍ଥୀମାନେ ପ୍ରଥମ ଥର ୪୫୨ ସଦସୀୟ ଡିଷ୍ଟ୍ରିକ୍ଟ କାଉନସିଲର ଅଧାରୁ ଅଧିକ ଆସନରେ ବିଜୟୀ ହୋଇଛନ୍ତି।  ମଧ୍ୟରାତ୍ର ପରେ ନିର୍ବାଚନ ଫଳାଫଳ ଆସିବା ପରେ ବେଜିଂ ସମର୍ଥକମାନେ ଡେମୋକ୍ରାଟଙ୍କ ବିଜୟକୁ ଦେଖି ବେଶ ଚିନ୍ତିତ ହୋଇପଡିଛନ୍ତି।

ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନେ ଗଣତନ୍ତ୍ର ସମୂହର ଏହା ବିଜୟ ବୋଲି କହିଛନ୍ତି। ସେହିପରି ଏହି ନିର୍ବାଚନ ଫଳାଫଳ ଚିଫ ଏକଜ୍ୟୁକୁଟିଭ କେରି ଲେମଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ବିଜୟୀପ୍ରାର୍ଥୀମାନେ ଆଶାବ୍ୟକ୍ତ କରିଛନ୍ତି। କେରି ଲେମ ଚୀନର ସମର୍ଥକ ହୋଇଥିବା ବେଳେ ତାଙ୍କ ଯୋଗୁ ହଙ୍ଗକଙ୍ଗ ଗତ ଏକ ଦଶକରୁ ଊର୍ଦ୍ଧ୍ୱକାଳ ହେଲା ହଙ୍ଗକଙ୍ଗ ଆନ୍ଦୋଳନ ଓ ବିକ୍ଷୋଭର କେନ୍ଦ୍ରସ୍ଥଳି ପାଲଟିଥିବା ଲୋକେ କହିଛନ୍ତି।  

   Related Posts