Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଭାରତରୁ କୋଭିଡ୍-୧୯ ପଜିଟିଭ୍ ଆଣିବାରୁ ଏୟାର ଇଣ୍ଡିଆ ଓ ଭିସ୍ତାରାର ଚଳାଚଳ ଉପରେ କଟକଣା ଲଗାଇଲା ହଂକଂ

17/10/2020 at 6:38 PM

ନୂଆଦିଲ୍ଲୀ ୧୭।୧୦: କୋଭିଡ୍-୧୯ ପଜିଟିଭ୍ ସଂକ୍ରମିତ ଆଣିବା କାରଣରୁ ହଂକଂ ଶୁକ୍ରବାର ଅକ୍ଟୋବର ୧୭ରୁ ଅକ୍ଟୋବର ୩୦ ତାରିଖ  ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଓ ଭିସ୍ତାରା ବିମାନର ଉଡାଣ ଉପରେ ରୋକ୍ ଲଗାଇଛି। କାରଣରୁ ବିମାନ ଜରିଆରେ କିଛି କୋଭିଡ୍-୧୯ ପଜିଟିଭ୍ ଯାତ୍ରୀ ଭାରତରୁ ହଂକଂରୁ ପହଞ୍ଚି  ଯାଇଛନ୍ତି। ଉଲ୍ଲେଖନୀୟ ହଂକଂ ତୃତୀୟ ଥର କୋଭିଡ୍-୧୯ ପଜିଟିଭ୍ ଯାତ୍ରୀ ଆଣିବା କାରଣରୁ ଏୟାର ଇଣ୍ଡିଆର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି।

ଅନ୍ୟପଟେ ଭିସ୍ତାରା ପ୍ରଥମ ଥର କରୋନା ମହାମାରୀ ସମୟରେ ହଂକଂ ସରକାରଙ୍କ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି। ଏହି କଟକଣା ଉପରେ ପ୍ରତିକ୍ରିୟା ଦେଇ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, କେବଳ କୋଭିଡ୍-୧୯ ନେଗେଟିଭ୍ ଲୋକଙ୍କୁ ହିଁ ଭାରତରୁ ବିମାନରେ ଚଢିବାକୁ ଅନୁମତି ମିଳୁଛି। ତେଣୁ ଏୟାର ଇଣ୍ଡିଆ ଯାତ୍ରୀଙ୍କ କରୋନା ପରୀକ୍ଷଣ ରିପୋର୍ଟ ପ୍ରସଙ୍ଗରେ କୌଣସି ପ୍ରକାରର ତ୍ରୁଟି ପାଇଁ ଦାୟୀ ନୁହେଁ।

ଅପରପକ୍ଷେ ଯାତ୍ରୀ ବିମାନରେ ପହଞ୍ଚିବା ପରେ ପୁଣି ଥରେ ସେମାନଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯିବାକୁ ହଂକଂ ସରକାର ବାଧ୍ୟତାମୂଳକ କରିଛନ୍ତି। ସେହି ପରି ଉଡାଣ ଭରିବାର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ପରୀକ୍ଷଣ ମଧ୍ୟ ଭିନ୍ନ ହୋଇପାରେ।

ହଂକଂ ସରକାରଙ୍କ ନିୟମ ଅନୁଯାୟୀ ଭାରତରୁ ସେହି ଯାତ୍ରୀ ହଂକଂ ଆସି ପାରିବେ, ଯଦି ୭୨ ଘଣ୍ଟା ଭିତରେ ଯାତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଜୁଲାଇ ମାସରୁ ହଂକଂ ସରକାର ଏହି ନିୟମ ଜାରି କରିଛନ୍ତି। ତେଣୁ ହଂକଂର ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇବା ପରେ ଯାତ୍ରୀଙ୍କୁ କୋଭିଡ୍-୧୯ ପରୀକ୍ଷା ଦେଇ ଗତି କରିବାକୁ ପଡିବ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଭାରତରେ ମାର୍ଚ୍ଚ ୨୩ରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ରୋକ୍ ଲାଗିଛି। ଚଳିତ ବର୍ଷ ମେ ମାସରୁ କେବଳ ବନ୍ଦେ ଭାରତ ମିଶନ ଜରିଆରେ ସ୍ଵତନ୍ତ୍ର ବିମାନକୁ ବିଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ଅନୁମତି ମିଳିଛି। ଦ୍ଵିପାକ୍ଷିକ ଏୟାର ବବଲ ପାକ୍ଟ ଅନୁଯାୟୀ ଉଭୟ ଦେଶ କିଛି ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ ସହିତ ଅନ୍ତରାଷ୍ଟ୍ରୀୟ ଉଡାଣ ସଞ୍ଚାଳନ କରାଯାଉଛି। ଭାରତ ପ୍ରାୟ ୧୭ ଦେଶ ସହିତ ଏହି ରାଜିନାମା କରିଛି।

   Related Posts