ଚତୁର୍ଥ ଥର ପାଇଁ ଏୟାର ଇଣ୍ଡିଆ ଉଡାଣରେ ରୋକ ଲଗାଇଲା ହଂକଂ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯/୧୦: କିଛି ଯାତ୍ରୀ କରୋନାରେ ସଂକ୍ରମିତ ହେବା ଜଣାପଡ଼ିବା ପରେ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆ ଉପରେ ରୋକ ଲଗାଇଛି ହଂକଂ । ଏ କଟକଣା ନଭେମ୍ବର ୧୦ ମଧ୍ୟ ବଳବତ୍ତର ରହିବ। ବୁଧିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଳିତ ସପ୍ତାହ​ରେ ଯାତ୍ରା କରିଥିବା କିଛି ଯାତ୍ରୀ ହଂକଂ ପହଞ୍ଚିବା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଣୁ ହଂକଂ ସରକାର ଅକ୍ଟୋବର ୨୮ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ମୁମ୍ବାଇ-ହଂକଂ ଉଡାଣ ଉପରେ କଟକଣା ଲଗାଇଛନ୍ତି।

ତେବେ ଏୟାର ଇଣ୍ଡିଆ ଉପରେ ପ୍ରଥମ ଥର ପାଇଁ ଏଭଳି କଟକଣା ଲାଗୁ ହେଉ ନାହିଁ। ହଂକଂ ସରକାର ଚତୁର୍ଥ ଥର ପାଇଁ ଭାରତରୁ ଯାଉଥିବା ଏୟାର ଇଣ୍ଡିଆର ଉଡାଣ ଉପରେ କଟକଣା ଲଗାଇଛନ୍ତି।

ହଂକଂ ସରକାରଙ୍କ ପକ୍ଷରୁ ଜୁଲାଇରେ ଜାରି ହୋଇଥିବା ନିୟମ ଅନୁସାରେ ଭାରତର ଯାତ୍ରୀ ହଂକଂ ସେତେବେଳେ ଆସିପାରିବେ ଯେତେବେଳେ ସେମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା କୋଭିଡ ପରୀକ୍ଷର ରିପୋର୍ଟ ନେଗେଟିଭ ଆସିବ। ଏହା ସହ ସମସ୍ତ ଯାତ୍ରୀଙ୍କୁ ହଂକଂ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ପରୀକ୍ଷା କରିବା ଜରୁରୀ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.