'ହନିଟ୍ରାପ୍' ଭାଇରାଲ : କେରଳ ପୋଲିସର ସର୍ଟ ଫିଲ୍ମ ନେଟିଜେନ୍ସଙ୍କ ଜବରଦସ୍ତ ପସନ୍ଦ

Published By : Prameya-News7 Bureau | July 24, 2021 IST

କୋଚି, ୨୪/୦୭ :  ହନି ଟ୍ରାପକୁ ନେଇ ପୋଲିସ କରିଥିବା ସର୍ଟ ଫିଲ୍ମ ହେଲା ଭାଇରାଲ । ଏପରି ଘଟଣା ଘଟିଛି କେରଳର ଏର୍ଣ୍ଣାକୁଲାମ ଅଞ୍ଚଳରେ । ଫିଲ୍ମଟି ସୋସିଆଲ ମିଡିଆରେ ମଧ୍ୟ ଘୁରି ବୁଲୁଛି । ଏହାକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ସଚେତନତା ପାଇଁ ଏପରି ଫିଲ୍ମ ନିର୍ମାଣ କରିଥିଲା ପୋଲିସ ।

ସର୍ଟ ଫିଲ୍ମରେ ଦେଖିବାକୁ ମିଳିଛି ଯେ, ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଥାନା ଭିତରେ ନିଜକୁ ଗୁଳିକରି ଆତ୍ମହତ୍ୟା କରୁଛନ୍ତି ।କାରଣ ସେ ହନିଟ୍ରାପରେ ପଡିଥିଲେ । ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରାଯାଉଥିଲା । ଏହି ଫିଲ୍ମରେ ଭଏସ ଦେଇଛନ୍ତି ଅଭିନେତା ପୃଥ୍ୱୀରାଜ ସୁକୁମାରନ । କିପରି ସୋସିଆଲ ମିଡିଆ ସାହାଯ୍ୟରେ ଯୁବତୀମାନେ ଅଧିକାରୀ ଓ ସାଧାରଣ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଉଛନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି ।

ଭିଡିଓରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କେହି ଏପରି ହନିଟ୍ରାପରେ ଫସୁଛନ୍ତି ପୋଲିସରେ ସୂଚନା ଦିଅନ୍ତୁ । ସଚେତନ ନହେଲେ ଏପରି ସମସ୍ୟା ସୃଷ୍ଟି ହୁଏ । ଭିଡିଓ କେରଳ ପୋଲିସ ପକ୍ଷରୁ ପୋଷ୍ଟ ହେବା ପରେ ଏବେସୁଦ୍ଧା ୩ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି ।

wp:html /wp:html

ପିଲ୍ମର କ୍ରିଏଟିଭ୍ ହେଡ୍ ଆଇଜି ପି ବିଜୟନ ଓ ଏର୍ଣ୍ଣାକୁଲାମ ଗ୍ରାମାଞ୍ଚଳ ଏସପି କହିଛନ୍ତି ଯେ, ଏହାର ସ୍କ୍ରିପ୍ଟ ପ୍ରସାଦ ପରପୁରମ ଲେଖିଛନ୍ତି । ଯେ କି ଜଣେ ପୋଲିସ ଅଦିକାରୀ । ଏହାର ନିର୍ଦ୍ଦେଶନା ଅରୁଣ ବିଶ୍ୱମ ନାମକ ଆଉ ଜଣେ ଅଧିକାରୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିବର୍ଷ ହେବ ଅନଲାଇନ୍ ଠକେଇ, ହନିଟ୍ରାପ ଆଦି ମାମଲା ବଢିବାରେ ଲାଗିଛି । ସ୍କାମର୍ସମାନେ ସୁନ୍ଦରୀଙ୍କୁ ନିୟୋଜିତ କରି ସଂଭ୍ରାନ୍ତ ବ୍ୟକ୍ତି ଓ ସରକାରୀ ଅଧିକାରୀଙ୍କୁ ଜାଲରେ ଫସାଉଛନ୍ତି । ସେମାନଙ୍କ ସହ ଚାଟ୍ କରି ଅଶ୍ଲୀଳ ଭିଡିଓ ପଠାଉଛନ୍ତି । ଏହାସହ ବ୍ଲାକମେଲିଂ କରି ଟଙ୍କା ମାଗୁଛନ୍ତି । ପୋଲିସ ଲଗାତର ଭାବେ ଏନେଇ ଲୋକଙ୍କୁ ସଚେତନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.