ପୁଣି ବାବା ରାମ ରହିମଙ୍କ ପାଖକୁ ଯିବାକୁ ମନ ବଳେଇଲେଣି ହନିପ୍ରିତ; ଜାଣନ୍ତୁ କାହିଁକି

Published By : Prameya-News7 Bureau | November 14, 2018 IST

ଚଣ୍ଡିଗଡ ୧୪|୧୧:  ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ ପୁଣି ବାବାଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି । ହନିପ୍ରୀତ ଅମ୍ବାଲା ସେଣ୍ଟ୍ରାଲ ଜେଲରୁ ସ୍ଥାନାନ୍ତର ପାଇଁ ଆବେଦନ କରିଛି । ସେ ରୋହତକର ସୁନରିୟା ଜେଲ୍ ଯିବାକୁ ଚାହୁଁଛନ୍ତି । ରାମ ରହିମ ସୁନରିୟା ଜେଲରେ ରହିଛନ୍ତି । ଯୌନ ଶୋଷଣ ମାମଲାରେ ଜେଲ୍ ସଜ୍ଜା କାଟୁଛନ୍ତି ରାମ ରହିମ । ତାଙ୍କୁ ଏବେ ପାରୋଲ ମିଳିବାର କୌଣସି ଆଶା ମଧ୍ୟ ନାହିଁ । ଡେରାମୁଖି ତରଫରୁ ପାରୋଲରେ ନେବା ପାଇଁ କୌଣସି ଆବେଦନ ସରକାରଙ୍କ ପାଖରେ ପହଞ୍ଚିନାହିଁ । ଜେଲ୍ ମନ୍ତ୍ରୀ କୃଷ୍ଣଲାଲ ପନଓ୍ବର ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି ଯେ, ହନିପ୍ରୀତ ଅମ୍ବାଲା ଜେଲରୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି । ମାତ୍ର ସେ ଏହା ସ୍ପଷ୍ଟ କରିନାହାନ୍ତି ଯେ ସେ କେଉଁ ଜେଲକୁ ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି । ସୂତ୍ର ଅନୁସାରେ ହନିପ୍ରିତ ସୁନରିୟା ଜେଲ୍ କୁ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି ।  ସୁନରିୟା ଜେଲରେ ଗୁରୁମିତ ରାମ ରହିମଙ୍କୁ ରଖାଯାଇଛି । ଏହା ପୂର୍ବରୁ ରାମ ରହିମ ମଧ୍ୟ ହନିପ୍ରୀତଙ୍କୁ ସୁନରିୟା ଜେଲକୁ ଆଣିବାକୁ ଦାବି କରିଥିଲେ । ମାତ୍ର ତାହାକୁ ଖାରଜ କରିଦିଆଯାଇଥିଲା । ଜେଲ୍ ମନ୍ତ୍ରୀ ପନଓ୍ବର କହିଛନ୍ତି ଯେ, ହନିପ୍ରୀତଙ୍କ ଆବେଦନକୁ ଆଇଜି ସ୍ତରର ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ । ଯଦି ଜେଲରୁ ସ୍ଥାନାନ୍ତର ପାଇଁ କାରଣ ଠିକ୍ ଥିବ ତେବେ ତେବେ କୋର୍ଟ ମାଧ୍ୟମରେ ସ୍ଥାନାନ୍ତର କରାଯିବ । ରାମ ରହିମ ପାରୋଲରେ ଯିବା ପାଇଁ କୌଣସି ଆବେଦନ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ସେ ଆବେଦନ କରନ୍ତି ତେବେ ପୋଲିସ ଯାଞ୍ଚ କରାଯିବ ଏବଂ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପନଓ୍ବର କହିଛନ୍ତି ଯେ ଜେଲରେ ରାମ ରହିମର ବ୍ୟବହାର ସନ୍ତୋଷଜନକ ରହିଛି ସେ ସାଧାରଣ କଏଦୀମାନଙ୍କ ଭଳି ସଜ୍ଜା କାଟୁଛନ୍ତି । ତାଙ୍କର ଖରାପ ଆଚରଣର କୌଣସି ଅଭିଯୋଗ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିନାହିଁ । ସୂଚନାଯୋଗ୍ୟ ଯେ ୨୦୦୨ରେ ସିବିଆଇ ଦ୍ବାରା ଆତ୍ମଘୋଷିତ ବାବା ରାମ ରହିମଙ୍କ ବିରୋଧରେ ଯୌନ ଶୋଷଣର ମାମଲା ରୁଜୁ କରାଯାଇଥିଲା । ସେ ୨ଜଣ ମହିଳା ଭକ୍ତଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ କେତେକ ଅଜଣା ପତ୍ରକୁ ଆଧାର କରି ଏହି ମାମଲା ଦାୟର କରାଯାଇଥିଲା । ୨୦୦୭ରୁ ଏହି ମାମଲାର ଶୁଣାଣି ଚାଲିଥିଲା । ପୂର୍ବରୁ ତାଙ୍କ ବିରୋଧରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ନେଇ ମଧ୍ୟ ମାମଲା ଚାଲିଥିଲା । ମାମଲାରୁ ଶୁଣାଣି କରି ରାମ ରହିମଙ୍କୁ ୨୦ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ପାଳିତ କନ୍ୟା ହନିପ୍ରୀତଙ୍କ ସହ ରାମ ରହିମଙ୍କ ମଧ୍ୟରେ ସଂପର୍କ ଥିଲା । ରାମ ରହିମ ଓ ହନିପ୍ରୀତ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.