ବଢ଼ିବାରେ ଲାଗିଛି ହନିମୁନ କିଡନାପିଙ୍ଗ୍‌ ମାମଲା : ଚିନ୍ତାରେ ପୋଲିସ

Published By : Prameya-News7 Bureau | May 01, 2019 IST

ପାଟଣା ୧/୫ : ବିହାରରେ ହନିମୁନ କିଡନାପିଂ ମାମଲା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଯୁବତୀ ନିଖୋଜ ହେବାପରେ ଅପହରଣ ମାମଲା ରୁଜ୍ଜୁ ହେଉଛି | କିନ୍ତୁ ମାମଲା ରୁଜ୍ଜୁ କରି ପୋଲିସ ଯେତେବେଳେ ଘଟଣାର ଖିଅ ଖୋଜୁଛି ସେତେବେଳେ ଘଟଣା ଅଲଗା ହୋଇଥାଉଛି | ମାମଲା ପ୍ରେମ ସମ୍ପର୍କ କିମ୍ବା ଯୁବତୀ ନିଜେ ଘରୁ ଫେରାର ହୋଇଥିବା ଜଣାପଡୁଛି | ବିହାର ପୋଲିସର ଅନୁମାନ ଅନୁଯାୟୀ, ପ୍ରତିବର୍ଷ ପ୍ରେମ ପ୍ରସଙ୍ଗ ଏବଂ ଘରୁ ଫେରାର ହୋଇ ବିବାହ କରିଥିବା ଅପହରଣ ମାମଲାରେ ୧୦ ରୁ ୨୫ ପ୍ରତିଶତ ମାମଲା ବୃଦ୍ଧି ପାଇଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ପ୍ରେମ ପ୍ରସଙ୍ଗ କିମ୍ବା ଘରୁ ପଳେଇଯାଇ ବିବାହ କରିଥିବା ଯୁବତୀମାନଙ୍କ ମଧ୍ୟରୁ ନାବାଳିକାଙ୍କ ସଂଖ୍ୟା ଅଧିକ |

{"id":109356,"width":573,"height":302}


ଏହି ସବୁ ମାମଲାରେ ପୋଲିସର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ପ୍ରେମ ପ୍ରସଙ୍ଗ କିମ୍ବା ଫେରାର ମାମଲାରେ ଅଧିକାଂଶ ଯୁବକ ଯୁବତୀ ବିହାର ରାଜ୍ୟ ବାହାରୁ ମିଳିଥାନ୍ତି | ଏମାନଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ଟିମକୁ ରାଜ୍ୟ ବାହାରକୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିଥାଏ | ଏଥିପାଇଁ ପୋଲିସ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି |
୨୦୧୫ ମସିହାରେ ପ୍ରେମ ପ୍ରସଙ୍ଗ ଏବଂ ବିବାହ ପାଇଁ ଅପହରଣ ହୋଇଥିବା ୪୨୧୯ଟି ଘଟଣା ସାମ୍ନାକୁ ଆସିଥିଲା |

{"id":109353}

୨୦୧୬ ମସିହାରେ ଏହି ସଂଖ୍ୟା ବଢି ୪୬୫୩ ହୋଇଥିଲା | ୨୦୧୭ ମସିହାରେ ୬୨୧୭ ମାମଲା ରୁଜ୍ଜୁ ହୋଇଥିଲା | ୨୦୧୮ ମସିହାରେ ପାଖାପାଖି ୮ ହଜାର ମାମଲା ରୁଜ୍ଜୁ ହୋଇଥିଲା | ଚଳିତବର୍ଷ କେବଳ ଜାନୁଆରୀ ଏବଂ ଫେବୃଆରୀ ମାସରେ ୧୧୫୯ ମାମଲା ରୁଜ୍ଜୁ ହୋଇଥିଲା | ଯଦି ଏହି ଅନୁପାତରେ ମାମଲା ରୁଜ୍ଜୁ ହୁଏ ତାହେଲେ ଚଳିତବର୍ଷ ୧୦ ହଜାରରୁ ଅଧିକ ମାମଲା ରୁଜ୍ଜୁ ହୋଇପାରେ |

{"id":109357,"width":572,"height":372}


ମନସ୍ତତ୍ବବିତ ଡାକ୍ତର ମନୋଜ କୁମାର କହିଛନ୍ତି ବର୍ତ୍ତମାନ ସମୟରେ ମାତା ପିତା ଏବଂ ସନ୍ତାନଙ୍କ ମଧ୍ୟରେ ପାରସ୍ପରିକ ସମ୍ବେଦନହୀନ ସ୍ଥିତି ଉପୁଜିଛି | ଆଜିକାଲି ସନ୍ତାନଙ୍କୁ ମାତା ପିତାଙ୍କ ସବୁକଥା ଖରାପ ଲାଗୁଚି | ଆଜିକା ଯୁଗରେ ମାତା ପିତା ମଧ୍ୟ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି ଏବଂ ନିଜ ସନ୍ତାନଙ୍କ ସମସ୍ୟାଗୁଡିକୁ ଜାଣିଶୁଣି ଅଣଦେଖା କରୁଛନ୍ତି | ଯାହାଫଳରେ ସେମାନେ ଧୀରେ ଧୀରେ ନିଜ ପରିବାର, ମାତା ପିତାଙ୍କ ଠାରୁ ଦୁରେଇ ଯାଇଥାନ୍ତି | ଏହିଭଳି ସ୍ଥିତିରେ ପରିବାରରେ ଫାଟ ସୃଷ୍ଟି ହୋଇଥାଏ ଏବଂ ପିଲାମାନେ ଖରାପ ରାସ୍ତାକୁ ଚାଲିଯାନ୍ତି |

{"id":109358,"width":580,"height":386}


ଥାନାରେ ଯେଉଁସବୁ ମାମଲା ରୁଜ୍ଜୁ ହୋଇଛି, ସେଥିରୁ ୧୫ ରୁ ୨୦ ବର୍ଷ ବୟସ୍କ ଝିଅମାନଙ୍କ ସଂଖ୍ୟା ଅଧିକ | ଅନୁମାନ ଅନୁଯାୟୀ, ୧୫ ରୁ ୨୦ ବର୍ଷ ବୟସର ପୁଅ ଝିଅମାନଙ୍କ ସଂଖ୍ୟା ୭୦ ପ୍ରତିଶତ | ୩୦ ପ୍ରତିଶତ ୨୦ରୁ ୩୦ ବର୍ଷ ବୟସ୍କ ପୁଅଝିଅ ଅଛନ୍ତି | ୩୦ ବର୍ଷରୁ ବୟସ୍କ ପୁଅଝିଅ ଘରୁ ଫେରାର ହେବା ଘଟଣା କଦବା କ୍ଵଚିତ ଦେଖିବାକୁ ମିଳିଥାଏ |

{"id":109359,"width":578,"height":385}



ପାଟଣା ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ସାଇକୋଲୋଜିକାଲ ରିସର୍ଚ୍ଚ ଆଣ୍ଡ ସର୍ଭିସ ସେଣ୍ଟର ନିର୍ଦେଶକ ପ୍ରଫେସର ଇଫତେଖାର ହୁସେନ କହିଛନ୍ତି ଯେ, ପାଶ୍ଚାତ୍ୟ ଜୀବନଶୈଳୀ, ଇଲେକ୍ଟ୍ରୋନିକ ମିଡ଼ିଆ ଏବଂ ଇଣ୍ଟରନେଟ ଯୋଗୁଁ ନାବାଳକ ନାବାଳିକା ସମୟ ପୂର୍ବରୁ ବୁଦ୍ଧିମାନ ହେଉଯାଉଛନ୍ତି | ଏବେ ଇଣ୍ଟରନେଟ ଯୁଗରେ ୧୫ ବର୍ଷର ନାବାଳକ ନାବାଳିକା ସବୁ କଥା ବୁଝୁଛନ୍ତି | ଆଜି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି | ସ୍ମାର୍ଟ ଫୋନରେ ସବୁ ଜିନିଷ ଉପଲବ୍ଧ | ଇଣ୍ଟରନେଟରେ ପିଲାମାନେ ସବୁ ଖୋଜି ବାହାର କରୁଛନ୍ତି ଏବଂ ସବୁ ଜାଣୁଛନ୍ତି | ଏହାସହ ମାତା ପିତା ମଧ୍ୟ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ପିଲାଙ୍କୁ ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ | ଯେଉଁଥିପାଇଁ ପିଲାମାନେ ବିଗିଡି ଯାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.