କଲଗାର୍ଲଙ୍କର ସହାୟତାରେ ପୋଲିସ ଅଧିକାରୀ ଚଳାଇଥିଲେ ହନିଟ୍ରାପର କଳା ବ୍ୟବସାୟ, ଆଇଜି କଲେ ଘଟଣାର ପର୍ଦ୍ଦାଫାଶ

Published By : Prameya-News7 Bureau | September 29, 2019 IST

ଭୋପାଳ୨୯|୯: ମଧ୍ୟ ପ୍ରଦେଶରେ ହନିଟ୍ରାପ ଟଙ୍କା ରୋଜଗାରର ଏକ ମାଧ୍ୟମ ବନି ସାରିଛି।  ଏହା ଏକ ରାକେଟ୍‌ ନୁହେଁ  ଏକ ବ୍ୟବସାୟ ପରି କାୟା ବିସ୍ତାର କରିଛି । ଏଥିରେ ମଧ୍ୟ ପ୍ରଦେଶ ପୁଲିସର ଅଧିକାରୀ ଏଏସ୍‌ଆଇ ଓ କନେଷ୍ଟବଳ ସାମିଲ ଥିବା କଥା ସାମ୍ନାକୁ ଆସିଛି ।

ହନିଟ୍ରାପ ମାମଲାରେ କିଛି ସରକାରୀ କର୍ମଚାରୀଙ୍କ ନାଁ ସାମ୍ନାକୁ ଆସିଛି। ମଧ୍ୟ ପ୍ରଦେଶ ପୋଲିସର ଟାଉନ ଥାନା ଅଧିକାରୀ ହରିଶ ଯାଦବ, ଏଏସ୍‌ଆଇ ବାହାରଦୂର ପଟେଲ, କନେଷ୍ଟବଳ ରୂପନ ରାଜୁ ଓ ସଂଘରତ୍ନା ସିଂହ କଲଗାର୍ଲଙ୍କ ସହ ମିଶି ହନିଟ୍ରାପ ରାକେଟ ଚଳାଉଥିଲେ। ଭୋପାଳ ଆଇଜି ଏହି ଘଟଣାର ପର୍ଦ୍ଦଫାଶ କରିଛନ୍ତି।

ସେପ୍ଟେମ୍ବର ୨୪ ତାରିଖରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ଏମାନେ ଅଧିକାଂଶ ବିବାହିତ ଲୋକ ଓ ଛୋଟ ଛୋଟ ବ୍ୟବସାୟୀଙ୍କୁ ଫଶାଇ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ। ଟଙ୍କା ନଦେଲେ ସେମାନଙ୍କୁ ଫଶାଇ ଦେବେ ବୋଲି ଗଲଗାର୍ଲ ଧମକ ଦେଉଥିଲେ । ଗିରଫ ହୋଇଥିବା ଗଲଗାର୍ଲଙ୍କ ମୋବାଇଲ ଫୋନରୁ ଏଏସଆଇ ବାହାରଦୂର ପଟେଲେ, କନେଷ୍ଟବଳ ରୂପନ ରାଜୁ ଓ ସଂଘରତ୍ନା ସିଂହଙ୍କ ଗୁପ୍ତ ତଥ୍ୟ ପୋଲିସ ହାତରେ ଲାଗି ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏଏସଆଇ ବାହାଦୂର ପଟେଲ ଓ କନେଷ୍ଟବଳ ସଂଘରତ୍ନ ସିଂହ ପୂର୍ବରୁ ଗଲଗାର୍ଲଙ୍କୁ ନେଇ ବ୍ୟବସାୟ କରୁଥିଲେ। ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କୁ ଫଶାଇ ଲାଗି ସେମାନେ ଚେଷ୍ଟା କରୁଥିଲେ।

ଏହି ପୋଲିସ କର୍ମଚାରୀ ଠିକ୍‌ କରୁଥିବା ଗ୍ରାହକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିଲା। ଏପରିକି ଗୋଟିଏ କଲଗାର୍ଲଙ୍କୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯାଉଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ହନିଟ୍ରାପରେ ସଂପୃକ୍ତ ତିନି କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାଲାଗି ଆଇଜି ସାଗରଙ୍କୁ ନିର୍ଦେଶ ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.