ବିବାଦରେ ହନି ସିଂ: ପତ୍ନୀ କହିଲେ, ମୋ ସହ ପଶୁ ଭଳି ବ୍ୟବହାର କରୁଥିଲେ, କ୍ଷତିପୂରଣ ବାବଦକୁ ଦାବି କଲେ ୧୦ କୋଟି

Published By : Prameya-News7 Bureau | August 05, 2021 IST

ମୁମ୍ବାଇ ୦୫/୦୮ : ରାପର ହନି ସିଂଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଚାଲିଛି। ୟୋ ୟୋ ହନି ସିଂଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ଘରୋଇ ହିଂସାକୁ ନେଇ ଅଭିଯୋଗ କରିଛନ୍ତି। ରାପରଙ୍କ ପତ୍ନୀ ଏହା ମଧ୍ୟ କହିଛନ୍ତି ଯେ ହନି ସିଂଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିଲା।

ଶାଲିନୀ ତଲୱାର କହିଛନ୍ତି ଯେ ଯେତେବେଳେ ସେ 'ବ୍ରାଉନ୍ ରଙ୍ଗ ଦେ'ର ସୁଟିଂ ସମୟରେ ଜଣେ ଯୁବତୀଙ୍କ ସହ ହନିଙ୍କ ଯୌନ ସମ୍ପର୍କକୁ ରଙ୍ଗ ହାତ ଧରିଥିଲେ ସେତେବେଳେ ହାନି ସିଂ ତାଙ୍କ ଉପରେ ଏକ ମଦ ବୋତଲ ଫିଙ୍ଗିଥିଲେ। ସେ ତାଙ୍କ ପିଟିସନରେ ଶାଶୁ ଭୁପିନ୍ଦର କୌର, ଶ୍ୱଶୁର ସରବଜିତ ସିଂ ଏବଂ ଭାଉଜ ସ୍ନେହା ସିଂଙ୍କ ନାମ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଶାଲିନୀ ତଲୱାର ତାଙ୍କ ଶାଶୁଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ବିରୋଧରେ ସୁରକ୍ଷା ଆଦେଶ ଏବଂ ଅନ୍ୟାନ୍ୟ ରିଲିଫ୍ ଦାବି କରିଛନ୍ତି।

{"id":491346,"sizeSlug":"full","linkDestination":"none"}

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 'ଶାଲିନୀ ଘରୋଇ ହିଂସା ଆଇନ ମହିଳାଙ୍କ ସୁରକ୍ଷା' ଅଧୀନରେ ହନି ସିଂଙ୍କ ଠାରୁ ୧୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେ କୋର୍ଟରେ ଗୁହାରି କରିଛନ୍ତି ଯେ ଦିଲ୍ଲୀରେ ତାଙ୍କୁ ୫ ଲକ୍ଷ ଟଙ୍କା ଘର ଭଡା ଦିଅନ୍ତୁ ଯେଉଁଠାରେ ସେ ଶାନ୍ତିରେ ରହିବେ କାରଣ ସେ କାର୍ଯ୍ୟରତ ମହିଳା ନୁହନ୍ତି ଏବଂ ନିଜ ବିଧବା ମା' ଉପରେ ବୋଝ ହେବାକୁ ଚାହୁଁ ନାହାନ୍ତି।

ଶାଲିନୀ ନିଜର ୧୨୦ ପୃଷ୍ଠାର ଆବେଦନରେ ସେହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ସେ ଘରୋଇ ହିଂସାର ଶିକାର ହୋଇଥିଲେ। ଶାଲିନୀ କହିଛନ୍ତି ଯେ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ହନି ସିଂ ଭୟଭୀତ ହୋଇଥିଲେ ଏବଂ ଶାଲିନୀ ହିଁ ଫଟୋ ଲିକ କରିଥିବା ନେଇ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲେ। ଶାଲିନୀ କହିଛନ୍ତି ଯେ ହନି ସିଂ ଏସବୁ ଏଇଥିପାଇଁ କରିଥିଲେ କାରଣ ସେ ନିଜ ବୈବାହିକ ଜୀବନର ଅସ୍ତିତ୍ୱ ଲୁଚାଇବାକୁ ଚାହୁଁଥିଲେ। ଶାଲିନୀ କହିଛନ୍ତି ହନି ତାଙ୍କ ସହ ପଶୁଙ୍କ ଭଳି ବ୍ୟବହାର କରିଛନ୍ତି।

{"id":491348,"sizeSlug":"full","linkDestination":"none"}

ଶାଲିନୀ ତାଲୱାର ଘରୋଇ ହିଂସା ମାମଲା ରୁଜ୍ଜୁ କରିବା ପରେ ଦିଲ୍ଲୀ କୋର୍ଟ ହନି ସିଂଙ୍କୁ ଅଗଷ୍ଟ ୨୮ ସୁଦ୍ଧା ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି। ଇତି ମଧ୍ୟରେ କୋର୍ଟ ଶାଲିନୀଙ୍କ ସପକ୍ଷରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ମଧ୍ୟ ପାସ କରିଛନ୍ତି ଏବଂ ହନି ସିଂଙ୍କୁ ମିଳିତ ସମ୍ପତ୍ତି ମାମଲା ସମାଧାନରୁ ନିବୃତ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.