Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଔଷଧିୟ ଗୁଣରେ ଭରପୁର ହିମାଲୟନ କ୍ଲିଫ ମହୁ, ମଦ ଠାରୁ ବି ଅଧିକ ନିଶା

ମହୁ ଏକ ସାଧାରଣ ଘରୋଇ ଉପଯୋଗର ସାମଗ୍ରୀ। ଘରେ ପୂଜା ହେଉକି ଛୋଟ ଛୁଆଙ୍କୁ ସର୍ଦ୍ଦି କାଶ  ସବୁଥିରେ ଖୋଜା ପଡେ ମହୁ। ଏଣୁ ଭାରତର ପ୍ରାୟ ରାଜ୍ଯରେ ମହୁମଳିଥାଏ। ତେବେ ନେପାଳର ଘନ ଜଙ୍ଗଲରୁ ମିଳୁଥିବା ନାଲି ମହୁ ସହ ଦେଶର ଅନ୍ୟ ପ୍ରାନ୍ତରେ ମିଳୁଥିବା ମହୁର ତୁଳନା ବି କରାଯାଇ ନପାରେ। ଏହି ମହୁ ଯେତିକି ଔଷଧିୟ ସେତିକି ନିଶା ମଧ୍ୟ। ଏହି ମହୁକୁ ତିଆରି କରୁଥବା ମହୁମାଛି ହିଁ ଏହାର କାରଣ ବୋଲି ଦୀର୍ଘ ବର୍ଷେ ପରେ ଜଣାପଡିଛି ।

ହିମାଳୟ ପାହାଡର ଘଞ୍ଚ ଜଙ୍ଗଲରେ ସଧାଣତଃ ଏହି ମହୁଭରା ମିଳିଥାଏ, ଯାହାକୁ ସଂଗ୍ରହ କରିବା ବାଘ ଶିକାରଠାରୁ ମଧ୍ୟ କଷ୍ଟକର। ନେପାଳ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଗୁରଙ୍ଗ ଜନଜାତି ଲୋକେ ହିଁ ଏହି ମହୁଜଙ୍ଗଲରୁ ସଂଗ୍ରହ କରିଥାନ୍ତି, ଯାହାର ଦେଶବିଦେଶରେ ଖୁବ୍ ଚାହିଦା ରହିଛି। ଏହି ମହୁକୁ ପ୍ରସ୍ତୁତ କରୁଥିବା ମହୁମାଛିକୁ ହିମାଲୟନ କ୍ଲିଫ କୁହାଯାଏ। ଏମାନେ ଦେଶର ଅନ୍ୟ ସ୍ଥାନରେ ମହୁ ଫେଣା କରୁଥିବା ମହୁମାଛିଙ୍କ ଆକାର ଅପେକ୍ଷା ଢେର ବଡ ଓ ଆକ୍ରମକ। ଏଣୁ ସେମାନଙ୍କ ମହୁଭରା ଭାଙ୍ଗିବାକୁ ମହୁସଂଗ୍ରହକାରୀ ବେଶ ସତର୍କତା ଅବଲମ୍ବନ କରିଥାନ୍ତି।

ଏହି ମହୁମାଛମାନେ କେବଳ ଫୁଲ ନୁହେଁ ବିଷାକ୍ତ ଜଙ୍ଗଲୀ ଫଳ ରସରେ ସେମାନଙ୍କ ମହୁଭରା ପ୍ରସ୍ତୁତ କରନ୍ତି । ଏଣୁ ପ୍ରସ୍ତୁତମହୁର ପ୍ରାକୃତିକ ରଙ୍ଗ ମଦ ଭଳିଲାଲ ହୋଇଥିବା ବେଳେ ମଦଠାରୁ ଏହି ମହୁର ନିଶା ଖୁବ୍ ଅଧିକା। ଏହି ମହୁର ଅନେକ ଔଷଧିୟ ଗୁଣ ବି ରହିଛି ଯେଉଁଥି ପାଇଁ ସାରା ବିଶ୍ବରେ ଏହାର ଚାହିଦା ରହିଛି। ଗୁରାଙ୍ଗ ଜନଜାତିର ଲୋକେ ବାର୍ଷକ ୨୦ରୁ ୫୦ ଗାଲନ ଲାଲ ମହୁ ସଂଗ୍ରହ କରିଥାନ୍ତି। ଖାସ ମହୁ କିଣିବା ପାଇଁ ଦେଶବିଦେଶରୁ ନେପାଳକୁ ଛୁଟି ଆସନ୍ତି ଲୋକେ।

182 Views

   ସମ୍ବନ୍ଧିତ ଖବର