Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିସ୍‌ମିସ୍‌ ଓ ମହୁରେ ରହିଛି ଅନେକ ସ୍ୱାସ୍ଥ୍ୟକାରୀ ଗୁଣ : ବିବାହିତ ପୁରୁଷଙ୍କୁ ଅଧିକ ହିତକର

9/07/2020 at 7:20 PM

ନୂଆଦିଲ୍ଲୀ ୦୯/୦୭ : ଖାସ ବ୍ୟଞ୍ଜନ ପାଇଁ ସାଧାରଣତଃ ଆମେ କାଜୁ-କିସ୍‌ମିସ୍ ବ୍ୟବହାର କରିଥାଉ | କିସ୍‌ମିସ୍ ଅନେକ ସ୍ୱାସ୍ଥ୍ୟ ଲଭଦାୟୀ ଗୁଣ ରହିଛି | କିସ୍‌ମିସ୍ କୁ ମହୁ ସହିତ ମିଶାଇ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ | କିସ୍‌ମିସ୍ କୁ ମହୁ ସହିତ ମିଶାଇ ଖାଇଲେ ବିଶେଷକରି ବିବାହିତ ପୁରୁଷଙ୍କୁ ଲାଭ ମିଳିଥାଏ |କିସ୍‌ମିସ୍ ଓ ମହୁ ଟେଷ୍ଟୋଷ୍ଟୋରୋନ ଫୁଡ କ୍ୟାଟେଗରୀରେ ଆସିଥାଏ | ଏହା ଏକ ଏଭଳି ହର୍ମୋନ ଯାହା ପୁରୁଷଙ୍କ ସେକ୍ସୱାଲ ସମସ୍ୟା ଦୂର କରିଥାଏ | ଏହାଛଡା ଶରୀରର ଅନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ | ଏହା ପୁରୁଷଙ୍କ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | କିଛି ଦିନ ଯାଏଁ କିସମିସ ଓ ମହୁ ସେବନ କଲେ ଅନେକ ସମସ୍ୟା ଦୂର ହୋଇଥାଏ | ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଉଚିତ |

ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନସର ହେବାର ଅଧିକ ସମ୍ଭାବନା ଥାଏ | ଏକ ରିସର୍ଚ୍ଚରୁ ଜଣାପଡିଛି ଯେ କିସ୍‌ମିସ୍ ଓ ମହୁରେ ଆଣ୍ଟି କ୍ୟାନସର ଇଲିମେଣ୍ଟ ରହିଛି | ଆଣ୍ଟି କ୍ୟାନସର ଇଲିମେଣ୍ଟ ଶରୀରର ଯେକୌଣସି ଅଙ୍ଗରେ କ୍ୟାନସର ସେଲ୍ସକୁ ବଢ଼ିବାରେ ରୋକିଥାଏ ଓ କ୍ୟାନସର ଆଶଙ୍କା କମ କରିଥାଏ | ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା ପାଇବାକୁ କିସ୍‌ମିସ୍ ଓ ମହୁର ସେବନ ନିଶ୍ଚୟ କରନ୍ତୁ | 

ଶରୀରରେ ମାଂସପେଶୀ ଓ ସେଲ୍ସକୁ ମଜବୁତ କରିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ | ମହୁ ଓ କିସ୍‌ମିସ୍ ରେ ଥିବା ଟେଷ୍ଟୋଷ୍ଟୋରୋନ ହର୍ମୋନ ବୁଷ୍ଟିଙ୍ଗର ଗୁଣ ଶରୀରର ବିକାଶ ପାଇଁ ସହାୟକ ହୋଇଥାଏ | ମହୁ ଓ କିସ୍‌ମିସ୍ ରେ ବହୁ ମାତ୍ରାରେ ମ୍ୟାଗନେସିୟମ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ | ରକ୍ତଚାପ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ମହୁ ଓ କିସ୍‌ମିସ୍ ସେବନ କରିବା ଉଚିତ |

   Related Posts