ହଣ୍ଡା ଭାରତରେ ଲଞ୍ଚ କରିବ ଇଲେକ୍ଟ୍ରିକ କାର, ଥରେ ଚାର୍ଜ ହେଲେ ଚାଲିବ ୨ଶହ କିମି

Published By : Prameya-News7 Bureau | July 04, 2019 IST

ଜାପାନୀ କାର ନିର୍ମାତା ହଣ୍ଡା ଭାରତରେ ଲଞ୍ଚ କରିବେ ଇଲେକ୍ଟ୍ରିକ କାର ହଣ୍ଡା-ଇ। ଏହି କାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ପ୍ଲାଟଫର୍ମରେ ନିର୍ମିତ ହୋଇଥିବା ବେଳେ ଏଥିରେ ହାଇବ୍ରିଡ ଟେକ୍ନୋଲଜିର ଆଦୌ ବ୍ୟବହାର ହୋଇନାହିଁ। ଏହି କାର ରିୟର ହ୍ୱିଲ ଡ୍ରାଇଭ କାର ହୋଇଥିବା ବେଳେ ସନ୍ତୁଳନ ରକ୍ଷା ନିମନ୍ତେ କମ୍ପାନୀ କାରର ଫ୍ଲୋରରେ ରଖିଛନ୍ତି ବ୍ୟାଟେରୀ ବ୍ୟବସ୍ଥା। ଆସନ୍ତୁ ଜାଣିବା କାର ସମ୍ପର୍କରେ ଡିଟେଲ।

{"id":130440}

ହଣ୍ଡାର ଇ-କାର ସମ୍ପର୍କରେ ଅନେକଗୁଡିଏ ସୂଚନା ମିଳିଛି। ଯେଉଁଥିରେ ବ୍ୟାଟେରୀ ଚାର୍ଜ ସମ୍ପର୍କିତ ସୂଚନା ବି ରହିଛି। ସହରାଞ୍ଚଳ ପରିବହନକୁ ଦୃଷ୍ଟିରେ ରଖି ହଣ୍ଡା ଏହି କାର ନିର୍ମାଣ କରିଥିବାବେଳେ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏଥିରେ ବ୍ୟାଟେରୀ ବ୍ୟତୀତ ଅନ୍ୟ କୌଣସି ଇନ୍ଧନର ଉପଯୋଗ ହୁଏ ନାହିଁ । ଏଣୁ ପରିବେଶ ଉପରେ କାରର କୌଣସି ପ୍ରଭାବ ପଡିବ ନାହିଁ । ଯେହେତୁ ସହରାଞ୍ଚଳ ଗମନା ଗମନକୁ ଦଷ୍ଟିରେ ରଖି କାରକୁ ନିର୍ମାଣ କରାଯାଇଛି, ଏଥିରେ ଅନେକ ଅତ୍ୟାଧୁନିକ ଫିଚର ମଧ୍ୟ ରହିଛି।

{"id":130442}

ଏହି କାରର ବ୍ୟାଟେରୀ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ କାର ୨୦୦ କିଲୋମିଟର ଯାଇ ପାରିବ। ଅଧଘଣ୍ଟାରେ ଏହାର ବ୍ୟାଟେରୀ ୮୦ ପ୍ରତିଶତ ଚାର୍ଜ ହୋଇଯାଇପାରୁଛି।  କାରର ମୋଟର ପଛ ଚକ ଉପରେ ରହିଛି। ଏଣୁ ଏହା ଏକ ରିୟର ଇଞ୍ଜିନ ଡ୍ରାଇଭ କାର । ଏହା ପୂର୍ବରୁ କେବଳ ଫିଆଟ ୫୦୦ ରିୟର ଇଞ୍ଜିନ ଡ୍ରାଇଭ ଥିଲା। ଯେଉଁମାନେ ଏହି କାର ଚଳାଇଥିବେ ଏହାକୁ ଚଲାଇବାର ମଜା ନିଶ୍ଚିତ ଅନୁଭବ କରିପାରିବେ ବୋଲି କହିଛନ୍ତି ଏହି କାରର ପ୍ରକଳ୍ପ ମୁଖ୍ୟ କୋ ହେଇ ହିତୋମି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.