Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦୁଇ ଚକିଆ ଇଲେକ୍ଟ୍ରିକ୍‌ ବାଇକ୍‌ ବଜାରରେ ପ୍ରବେଶ କରିବ ହୋଣ୍ଡା, ୪ଟି ମଡେଲ୍‌ରେ ହେବ ଉପଲବ୍ଧ

1/05/2021 at 10:51 PM

ନୂଆଦିଲ୍ଲୀ, ୦୧/୦୫: ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର କଲେଣି ତ ଆଉ କେହି ଇଲେକ୍ଟ୍ରି ବ୍ୟାଟେରି ଚାଳିତ ଗାଡ଼ି କିଣୁଛନ୍ତି  ।

ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ବିକଳ୍ପ ଭାବେ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିରେ ଚାର୍ଜ ହେଉଥିବା ବ୍ୟାଟେରୀ ଚାଳିତ ଗାଡ଼ି ହିଁ ବଜାରରେ ଏକ ଭଲ ସ୍ଥାନରେ ପହଞ୍ଚିବ । ଲୋକଙ୍କର ଏହା ଚାହିଦା ମେଣ୍ଟାଇବା ସହ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିବ ।

ତେବେ ଏହି ସ୍ରୋତରେ ବିଭିନ୍ନ କମ୍ପାନୀ ନିଜ ନିଜର ଦୁଇ ଚକିଆ ବ୍ୟାଟେରୀ ଚାଳିତ ଯାନ ପ୍ରସ୍ତୁତ କରି ବଜାରକୁ ଛାଡ଼ିଲେଣି । କିନ୍ତୁ ବାଇକ୍‌ ପ୍ରଡକ୍ସନ କ୍ଷେତ୍ରରେ ହୋଣ୍ଡା ମୋଟର୍ସ ଆଗରେ ରହିଥିବା ବେଳେ ଏହା ଏବେ ବ୍ୟାଟେରୀ ଚାଳିତ ଗାଡ଼ି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି । ଅଟୋକାର ଇଣ୍ଡିଆର ରିପୋର୍ଟ ଅନୁସାରେ, ହୋଣ୍ଡା ୨୦୨୪ରେ ଏହାର ଇଲେକ୍ଟ୍ରି ଭର୍ସନ ଦୁଇ ଚକିଆ ଯାନ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହା ୪ଟି ମଡେଲ୍‌ରେ ଉପଲବ୍ଧ ହେବା ନେଇ ଜଣାପଡ଼ିଛି ।

   Related Posts