ହୋଣ୍ଡା ବଜାରକୁ ଛାଡିବ ଏହି ସୁନ୍ଦର ଇଲେକ୍‌ଟ୍ରିକ୍‌ ବାଇକ୍‌, ଜାଣନ୍ତୁ ଫିଚର

Published By : Prameya-News7 Bureau | April 12, 2019 IST

wp:heading {"level":5}
ଇଲେକ୍‌ଟ୍ରିକ କନ୍‌ସେପ୍‌ଟ ମଟୋକ୍ରାସ ବାଇକ୍‌କୁ ହୋଣ୍ଡା ନିଜ ଟୋକ୍ୟୋ ମଟରସାଇକଲ୍‌ ସୋ ରେ ପ୍ରଦର୍ଶନ କରିଛି। ଏହି ମୋଟୋକ୍ରାସ ଇଲେକ୍‌ଟ୍ରିକ୍‌ ବାଇକ୍‌ ଜାପାନୀ କମ୍ପାନୀର ପ୍ରଥମ ଇଲେକ୍‌ଟ୍ରିକ୍‌ ଟୁ-ହ୍ବିଲର। ହୋଣ୍ଡା ଏବେ ଇଲେକ୍‌ଟ୍ରିକ୍‌ ସେଗମେଣ୍ଟରେ କାମ କରୁଛି। ଏହି ଜାପାନୀ କମ୍ପାନୀ ବାଇକ୍‌ର ଲୁକ ମଧ୍ୟ ଖୁବ୍ ଆକର୍ଷକ। CR ଇଲେକ୍‌ଟ୍ରିକ୍‌ MX ରେ CRF ଆଧାରିତ ଟୁଇନ୍‌ ସ୍ପାର ଫ୍ରେମ ବ୍ୟବହାର କରାଯାଇଛି।
/wp:heading {"id":102750,"width":584,"height":437}
wp:heading {"level":5}
ମଟୋକ୍ରାସ ବାଇକ୍‌ ଲେଟେଷ୍ଟ ହୋଣ୍ଡା ଇଲେକ୍‌ଟ୍ରିକ୍‌ କିଛି ମାତ୍ରାରେ ହୋଣ୍ଡା CRF250R ଭଳି ଦେଖିବାକୁ। ସୂଚନା ଅନୁସାରେ ଏଥିରେ ସମାନ ଚେସିସ, ସୁଇଙ୍ଗ ଆର୍ମ, ହୁଇଲ୍‌ ଓ ବ୍ରେକ୍‌ ଦିଆଯାଇଛି। ସ୍ପେଶିଫିକେସନ ଓ ବ୍ୟାଟରି ବିଷୟରେ ଏଯାଏଁ କୌଣସି ସୂଚନା ଆସିନାହିଁ। ଏହି ବାଇକ୍‌ର ପ୍ରଡକ୍‌ସନ ଭର୍ସନ ଖୁବ୍‌ ଶିଘ୍ର ବଜାରରେ ଦେଖିବାକୁ ମିଳିବ।
/wp:heading wp:heading {"level":5}
କମ୍ପାନୀ ସୂଚନା ଅନୁସାରେ ବ୍ୟାଟରୀ ଲିଥିୟମ ଆୟନ ହେବ ଓ ଏହାର ମାକ୍ସୱେଲ୍‌ ଦ୍ୱାରା ମାନୁଫାକଚରିଂ କରାଯିବ। ଏହି ବାଇକ୍‌ରେ ଇଲେକ୍‌ଟ୍ରିକ୍‌ ମଟର ଓ ଇନଭେଟର ଲିକ୍ୱିଡ-କ୍ଲୁଡ କନସେପ୍‌ଟ ରହିବ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.