ହୋଣ୍ଡା ହର୍ଣ୍ଣେଟ୍ ୨.୦ ଏବଂ ଡିଓର ରେପସୋଲ ଏଡିସନ ଉନ୍ମୋଚିତ

Published By : Prameya-News7 Bureau | November 19, 2020 IST

ଭୁବନେଶ୍ୱର ୧୯।୧୧: ରେସିଂ ଡିଏନଏକୁ ସଡ଼କ ପର୍ଯ୍ୟନ୍ତ ଆଣିଥିବା ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ତାଙ୍କର ହର୍ଣ୍ଣେଟ ୨.୦ ମୋଟର ସାଇକେଲ ଏବଂ ଡିଓ ରେପସୋଲ ଏଡିସନକୁ ଉନ୍ମୋଚନ କରିଛନ୍ତି। ଦେଶରେ ରେସିଂ ପ୍ରେମୀଙ୍କୁ ଉତ୍ସାହିତ କରିବା ଲାଗି ରେପସୋଲ ହୋଣ୍ଡା ରେସିଂ ଟିମ୍‌ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଦୁଇ ମଡେଲ ଉପସ୍ଥାପନ କରାଯାଇଛି। 

ନୂଆ ଏଡିସନ ଉନ୍ମୋଚନ ଅବସରରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଆତୋସୁସି ଓଗାତା କହିଛନ୍ତି ଯେ ରେସିଂ ଇତିହାସରେ ହୋଣ୍ଡାର ସ୍ଥାନ ସ୍ୱତନ୍ତ୍ର। ହୋଣ୍ଡା ଓ ରେପସୋଲଙ୍କ ସହଯୋଗୀତା ପରଠାରୁ ରେସିଂ ଟ୍ରାକ୍‌ରେ ଅନେକ ପରିବର୍ତ୍ତନ ଆସିଛି। ନିକଟରେ ଅନୁଷ୍ଠିତ ୮୦୦ ତମ ମୋଟୋଜିପିରେ ବିଜୟ ହେଉଛି ହୋଣ୍ଡାଙ୍କ  ରେସିଂ ପ୍ରତି ଝୁଙ୍କର ଏକ ନିଦର୍ଶନ।

ଏହି ସଫଳତାକୁ ପାଳନ କରିବା ଲାଗି ହୋଣ୍ଡା ଭାରତରେ ରେସିଂ ପ୍ରେମୀଙ୍କ ଲାଗି ହର୍ଣ୍ଣେଟ୍ ୨.୦ ଓ ଡିଓ ରେପସୋଲ ଏଡିସନ ଉପସ୍ଥାପନ କରିଥିବା ଓଗାତା କହିଛନ୍ତି। ଡିଓ ବିଏସ୍-୬ ୧୧୦ ସିସି ଏଚଇଟି ଇଞ୍ଜିନ ଯୁକ୍ତ ହୋଇଥିବା ବେଳେ ରେସିଂ ଟିମ୍‌ ଦ୍ୱାରା ଅନୁପ୍ରାଣିତ ହୋଇ ଗ୍ରାଫିକ୍ସ ଓ ଡିଜାଇନ୍‌ ଥିମ୍‌ ବ୍ୟବହାର କରିଛନ୍ତି। ଏହା ଛଡା ନାରଙ୍ଗୀ ରଙ୍ଗର ହ୍ୱିଲ ଟ୍ରିମ୍‌ ମଧ୍ୟ ବ୍ୟବହାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.