ଦୁଇ ଚକିଆ ବାହନ କିଣିବାକୁ ଚାହୁଁଛନ୍ତି କି? ହୋଣ୍ଡା ଦେଉଛନ୍ତି ବିପୁଳ ରିହାତି

Published By : Prameya-News7 Bureau | July 17, 2020 IST

ହୋଣ୍ଡା ମୋଟାର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଏବେ ଅନଲାଇନରେ ତାଙ୍କର ଅବ୍ୟବହୃତ ଦୁଇ ଚକିଆ ଯାନ ବିକ୍ରି କରୁଛନ୍ତି, ଯେଉଁଥିଲାଗି ବିପୁଳ ରିହାତି ମଧ୍ୟ ଦେଉଛନ୍ତି। ଏପରି ବାହନ କିଣିବା ଲାଗି ଆଗ୍ରହୀ କ୍ରେତାଙ୍କ ନିମନ୍ତେ କମ୍ପାନୀ ପୋର୍ଟାଲ ମଧ୍ୟ ଲଞ୍ଚ କରିଛନ୍ତି। ଯେଉଁଥିରେ କ୍ରେତା ନିଜକୁ ପଞ୍ଜିକୃତ କରିପାରିବେ।    

{"id":301860,"width":579,"height":321,"sizeSlug":"large"}

ତେବେ କମ୍ପାନୀ ଏହି ଅବ୍ୟବହୃତ ଯାନଗୁଡିକ କଣ ବୋଲି ସ୍ପଷ୍ଟ କରିନାହାନ୍ତି। ତେବେ ଏହା ହୁଏତ ପୂର୍ବ ପଞ୍ଜିକୃତ ବିଏସ୍-୪ ଷ୍ଟକ୍ ବି ହୋଇପାରେ। ଯାହାକୁ ଦେଶରେ ୧ ଏପ୍ରିଲ ପରେ ବିକ୍ରି ଲାଗି କଟକଣା ଲାଗିଛି। ଏଣୁ କମ୍ପାନୀ ଅନଲାଇନ୍‌ ପ୍ଲାଟଫର୍ମରେ ଏହି ଷ୍ଟକ୍ କ୍ଲିୟର କରିବା ଲାଗି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

{"id":301861,"sizeSlug":"large"}

ତେବେ ଯେଉଁମାନେ ଗାଡି କିଣିବା ଲାଗି ଆଗ୍ରହୀ ଅଛନ୍ତି ସେମାନେ କମ୍ପାନୀ ୱେବସାଇଟ୍‌କୁ ଯାଇ ‘ବୁକ୍ ନାଓ’ ଟ୍ୟାବ୍ ଉପରେ କ୍ଲିକ୍‌ କରି ଅବ୍ୟବହୃତ ବିଭାଗକୁ ଚୟନ କରିବେ।  ଏଥିଲାଗି ଆବଶ୍ୟକ ତଥ୍ୟ ଦାଖଲ କରିବା ପରେ ଗ୍ରାହକଙ୍କୁ ହୋଣ୍ଡା ପ୍ରତିନିଧି ସିଧା ଶଳଖ ଯୋଗାଯୋଗ କରିବେ। ହୁଏତ ଏହି ଅବ୍ୟବହୃତ କୁହାଯାଉଥିବା ଏହି ଯାନଗୁଡିକ ଓଡୋ ମିଟରରେ ଗୋଟିଏ କିଲୋମିଟର ବି ଚାଲିନଥାଇପାରେ। ଅର୍ଥାତ ନୂଆ ବୋଲି ମଧ୍ୟ କୁହାଯାଇପାରେ। ତେବେ ଏହା ପୂର୍ବରୁ କମ୍ପାନୀ ଡିଲରଙ୍କ ନାମରେ ପଞ୍ଜିକୃତ କରିସାରିଛି ଓ ନୂଆ କ୍ରେତା ବାହନର ଦ୍ୱିତୀୟ ମାଲିକ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.