Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଡିସେମ୍ବରରେ ତିନି ଗୁଣ ବଢିଲା ହୋଣ୍ଡା ମୋଟର ସାଇକେଲ୍ ବିକ୍ରି, ୨୦୧୯ ତୂଳନାରେ ରହିଛି ଭଲ ପ୍ରଦର୍ଶନ

4/01/2021 at 8:29 PM

ନୂଆଦିଲ୍ଲୀ ୦୪।୦୧: କରୋନା ଯୋଗୁଁ ଦେଶର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ୨୦୨୦ ଡିସେମ୍ବରରେ ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚଏମଏସଆଇ)ର ବିକ୍ରି ତିନି ଗୁଣ ବୃଦ୍ଧି ଘଟିଛି। ଗତ ବର୍ଷର ଶେଷ ମାସରେ  ହୋଣ୍ଡାର ମୋଟର ସାଇକେଲ୍ ବିକ୍ରି ୨, ୬୩, ୦୧୭ରେ ପହଞ୍ଚିଛି। କମ୍ପାନୀ ୨୦୧୯ ଡିସେମ୍ବରରେ ୨,୫୫, ୨୮୩ ଗାଡି ବିକ୍ରି କରିଥିଲା।

କମ୍ପାନୀ ସୋମବାର ବୟାନରେ କହିଛି, ଡିସେମ୍ବରରେ ଘରୋଇ ବଜାରରେ ଏହାର ବିକ୍ରି ପାଞ୍ଚ ପ୍ରତିଶତ ବଢି ୨,୪୨,୦୪୬ରେ ପହଞ୍ଚିଛି। ଯାହା ୨୦୧୯ ଡିସେମ୍ବରରେ ଏହି ସମାନ ଅବଧିରେ ୨,୩୦,୧୯୭ ଗାଡି ବିକ୍ରି ହୋଇଥିଲା। କମ୍ପାନୀ କହିଛି ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ପାଞ୍ଚ ପ୍ରତିଶତ ବଢି ୧୧, ୪୯, ୧୦୧ରେ ରହିଛି। ଯାହା ଗତ ଆର୍ଥିକ ବର୍ଷର ସମାନ ସମୟରେ ୧୦,୯୧,୨୯୯ ରହିଥିଲା।

ବିକ୍ରିପଟାକୁ ନେଇ ଏଚଏମଏସଆଇର ନିର୍ଦ୍ଦେଶକ ଯାଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ୨୦୨୦ ଡିସେମ୍ବରରେ ରିଟେଲର ଏବଂ ଖୁଚୁରା ବିକ୍ରି ପରେ ୨୦୨୧ରେ ଏକ ନୂତନ ଆଶା ନେଇ ପ୍ରବେଶ କରିଛୁ। ଲମ୍ବା ସମୟ ପରେ ତୃତୀୟ ତ୍ରୈମାସିକରେ କମ୍ପାନୀର ସକରାତ୍ମକ ବିକ୍ରି ହୋଇଛି।

   Related Posts