Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦମଦାର ଲୁକ୍‌ ସହ ବଜାରକୁ ଆସିଲା ହୋଣ୍ଡାର ନୂଆ ବାଇକ୍ : ଜାଣନ୍ତୁ କଣ ରହିଛି ଅତ୍ୟାଧୁନିକ ଫିଚରର୍ସ ଓ ଦାମ୍‌

10/03/2021 at 10:05 PM

ନୂଆଦିଲ୍ଲୀ ୦୧/୦୨ : ହୋଣ୍ଡା କମ୍ପାନୀ ପୂର୍ବରୁ ଏକ ନୂଆ ବାଇକର ଟିଜର ରିଲିଜ୍‌ କରିଥିଲା । ଆସନ୍ତା କିଛି ଦିନ ମଧ୍ୟରେ ହୋଣ୍ଡାର ଏହି ବାଇକ୍‌ ବଜାର ପ୍ରବେଶ କରିବାକୁ ଯାଉଛି ବୋଲି କମ୍ପୀନୀ ପକ୍ଷରୁ କୁହାଯାଇଥିଲା । ଆକର୍ଷଣୀୟ ଲୁକ୍‌ ସହିତ ଦମଦାର ଫିଚର ଥିବା ଏହି ବାଇକର ଦାମ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇନଥିଲା । ତେବେ ୧୬ ଫେବୃୟାରୀ ୨୦୨୧ରେ ଏହାର ବଜାର ପ୍ରବେଶ ନେଇ ଆଶା କରାଯାଉଥିବା ବେଳେ ଏହା ପରେ ପରିବର୍ତ୍ତନ ହୋଇ ବୁଧବାର ଅର୍ଥାତ ଆଜିଠାରୁ ଡେଲିଭରୀ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ପୂର୍ବରୁ କମ୍ପାନୀ ପକ୍ଷରୁ, ବାଇକର ନାଁ କଣ ରହିଛି ସେ ନେଇ ନିର୍ଦ୍ଦିଷ୍ଟଭାବେ କିଛି କୁହାଯାଇନଥିଲେ ସୁଦ୍ଧା ଏହା ହୋଣ୍ଡା CB-350 ଉପରେ ଆଧାରିତ Cafe Racer ବାଇକ ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ଏହାକୁ CB350RS ବାଇକ୍‌ର ନାମ ଦିଆଯାଇଛି ।  

ଏହି ବାଇକକୁ କମ୍ପାନୀ ୩୫୦-ସିସି ଇଞ୍ଜନ୍‌ ସହିତ ଲଞ୍ଚ କରିଛି । ଯାହାର ବ୍ୟବହାର ହୋଣ୍ଡା ହାଇନେସ୍‌ ବାଇକରେ ମଧ୍ୟ କରାଯାଇଛି । ଏହି ବାଇକ୍‌ ୫ ସ୍ପିଡ୍ ଗିୟର ବକ୍ସ୍‌ ସହିତ ବଜାରକୁ ଆସିଛି । ହୋଣ୍ଡାର ଏହି ବାଇକ୍‌ର ଦାମ ସାମ୍ନାକୁ ଆସିନଥିବା ବେ​‌ଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ମଧ୍ୟରେ ହେବ ବୋଲି ପୂର୍ବରୁ କୁହାଯାଇଥିଲା । ଏହି ଅନୁମାନ ଅନୁସାରେ ଏହାର ମୂଲ୍ୟ ମଧ୍ୟ ପ୍ରାୟ ସମାନ ରହିଛି । ଏହା ୧ ଲକ୍ଷ ୯୬ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ୯୮ ହଜାର ଭିତରେ ରହିଥିବା ଜଣାପଡ଼ିଛି ।

ହୋଣ୍ଡାର ଏହି ଦମଦାର ବାଇକରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । ଏହି ବାଇକ୍‌ରେ ଏଲଇଡି ହେଡଲାଇଟ୍ ଅଛି । ଏହା ବ୍ୟତୀତ ସ୍ମାର୍ଟ ଭଏସ୍‌ କଣ୍ଟ୍ରୋଲ୍, ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ଭଳି ଫିଚରଗୁଡିକ ଏହି ବାଇକରେ ଦିଆଯାଇଛି । ଏହି ବାଇକ୍ DLX ଏବଂ DLX Pro, ଦୁଇଟି ମଡେଲରେ ଉପଲବ୍ଧ ହେବ । ଏହାର ହ୍ୟାଣ୍ଡେଲକୁ ମଧ୍ୟ ଆକର୍ଷଣୀୟ କରାଯାଇଛି ଯାହା ଫଳରେ କି ଚାଳକଙ୍କୁ ଗାଡି ଚଳାଇବା ବେଳେ ଆରାମ ମିଳିବ ।

   Related Posts