ହୋଣ୍ଡା ଲଞ୍ଚ୍ କଲା ଚମତ୍କାର ଫିଚର୍ ସହ ଦମଦାର୍ ସ୍କୁଟର : ୬ବର୍ଷର ଓ୍ବାରେଣ୍ଟି ସାଙ୍ଗକୁ ୩ବର୍ଷର ସର୍ଭିସିଂ ଫ୍ରି

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪/୬: ହୋଣ୍ଡା ମଟର ସାଇକେଲ୍ ଏଣ୍ଡ ସ୍କୁଟର ଇଣ୍ଡିଆ HMSI ନିଜର ଏହି ସେଗମେଣ୍ଟରେ ବୁଧବାର ଗ୍ରାଜିଆ 125cc BSVIକୁ ଲଞ୍ଚ କରିଛି। ହୋଣ୍ଡା ଏହି ଦମଦାର ସ୍କୁଟରର ମୂଲ୍ୟ ୭୩,୩୩୬ଟଙ୍କା ରଖିଛି। BS6 Honda Grazia କୁ ଅପଡେଟେଡ ଇଞ୍ଜିନ୍,ନୂଆ ଲୁକ୍ ଏବଂ ଅଧିକ ଫିଚର ସହ ବଜାରରେ ଛଡ଼ା ଯାଇଛି। HMSI ଏକ ବୟାନରେ କହିଛି ଯେ 125cc ଇଞ୍ଜିନ୍ ସହ ସ୍କୁଟରରେ ଇନଷ୍ଟ୍ରୃମେଣ୍ଟ ଡିସପ୍ଲେ ଦିଆଯାଇଛି। ଯେଉଁଥିରେ ଆଭେରେଜ୍ ଫ୍ୟୁଏଲ୍ ଏଫିସିଏନ୍ସି,ରିୟଲ୍ ଟାଇମ୍ ଫ୍ୟୁଏଲ୍ ଏଫିସିଏନ୍ସି ସହ ଇଲିଂ ଷ୍ଟପ୍ ସିଷ୍ଟମ୍ ଏବଂ ସାଇଡ ଷ୍ଟାଣ୍ଡ ଇଣ୍ଡିକେଟର,ମିଟର ୩-ଷ୍ଟେପ୍ ECO ଇଣ୍ଡିକେଟର,କ୍ଲାକ୍,ସ୍ପିଡର ସୂଚନା ମିଳିବ।

{"id":290940,"width":589,"height":450,"sizeSlug":"large"}

ନୂଆ ଗ୍ରାଜିଆ ୧୨୫ବିଏସବିଆଇ ଗ୍ରାହକଙ୍କ ପାଇଁ ଖୁବ୍ ଷ୍ଟାଇଲିଶ୍ ପ୍ରସ୍ତୁତ କରାଯାଇଛି। ଏହାର ଯାନ୍ତ୍ରିକ ଅଂଶକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ମାଣ କରାଯାଇଛି। HMSI କହିଛି ଯେ ଗ୍ରାଜିଆ ୧୨୫ କମ୍ବି ବ୍ରେକ୍ ସିଷ୍ଟମରେ ହୋଇଛି ଯାହା ଆଗ ଏବଂ ପଛ ଚକ ମଧ୍ୟରେ ବ୍ରେକିଂ ଫୋର୍ସକୁ ସମାନ ରୂପରେ ବାଣ୍ଟିବ।

{"id":290941,"width":592,"height":453,"sizeSlug":"large"}

ସିଟ୍ ଅନଲକ୍ କରିବା ପାଇଁ ଏକ ନୂଆ ମଲଟି ଫଙ୍କସନ୍ ସ୍ବିଚ୍,ପେଟ୍ରୋଲ୍ ପକାଇବା ପାଇଁ ବାହାରେ ଘୋଢ଼ଣୀ ଏବଂ ଟେଲିସ୍କୋପିକ୍ ସସପେନସନ୍ ସେଟଅପ୍ ଦିଆଯାଇଛି। 125 cc PGM-FI HET ଇଞ୍ଜିନ୍ ରହିଛି ଯାହା କମ୍ପାନୀର ଜଣାଶୁଣା ଏନହାନ୍ସଡ ସ୍ମାର୍ଟ ପାଓ୍ବାର ଟେକ୍ନିକ୍ ସହ ଆସୁଛି।

{"id":290942,"sizeSlug":"large"}

ନୂଆ ଗ୍ରାଜିଆ ୪ଟି ବୋଲ୍ଡ ରଙ୍ଗରେ ଉପଲବ୍ଧ-ମ୍ୟାଟ୍ ସାଇବର ୟେଲୋ,ପର୍ଲ ସ୍ପାର୍ଟନ୍ ରେଡ,ପର୍ଲ ସାଇରନ୍ ବ୍ଲ୍ୟୁ ଏବଂ ମ୍ୟାଟ୍ ଏକ୍ସିସ୍ ଗ୍ରେ। ହୋଣ୍ଡା ସ୍କୁଟରରେ ଏକ ସ୍ପେଶାଲ୍ ପ୍ୟାକେଜ ଦିଆଯାଉଛି। ଏଥିରେ ୩ବର୍ଷ ଯାଏଁ ଫ୍ରି ସର୍ଭିସିଂ ଏବଂ ୩ବର୍ଷର ପେଡ ସର୍ଭିସ୍ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.