ଅଜବ ଲୁକ୍ ସହ ପ୍ରଦର୍ଶନ ହେଲା ହୋଣ୍ଡାର ନୂଆ ମୋପେଡ୍ , ଫିଚର୍ସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 28, 2019 IST

ନିକଟରେ ଜାପାନରେ ଆୟୋଜନ ହୋଇଥିବା ଟକ୍ୟୋ ମୋଟର ଶୋରେ ନିଜର ନୂଆ ମୋପେଡ ପ୍ରଦର୍ଶନ କରିଛି ହୋଣ୍ଡା। ଏହି ମୋପେଡ୍‌ର ନାଁ ହେଉଛି “ସିଟି 125” । ଏହି ମୋପେଡ୍‌ର ବିଶେଷତ୍ବ ହେଉଛି ଏହାର ଖାସ ଡିଜାଇନ୍‌। ଏହି ଗାଡିର ଡିଜାଇନ ସମ୍ପୂର୍ଣ୍ଣ ନୂଆ ଓ ମର୍ଡନ। ଗାଡିର କ୍ଲାସିକ ଲୁକ ଅଧିକାଂଶ ଲୋକଙ୍କୁ ପାଗଳ କରିଦେବ। ବଜାରରେ ବିକ୍ରି ହେଉଥିବା ଅନ୍ୟ ମୋପେଡ ତୁଳନାରେ ହୋଣ୍ଡା ସିଟି 125 ବହୁତ ଷ୍ଟାଇଲିସ ରହିଛି।

{"id":175834}

ଏହି ଗାଡିରେ ୧୨୪ ସିସିର ଇଂଜିନ ଦିଆଯାଇଛି। ଏହି ଇଂଜିନରେ ୯.୩୮ବିଏଚ୍‌ପି ପାୱାର, ୧୦.୪୫ ନ୍ୟୁଟନ ମିଟର ଟର୍କ ପ୍ରଦାନ କରିବାର ସକ୍ଷମ ରହିଛି।ଏହି ମୋପେଡ ଟେଲିସ୍କୋପିକ ଫ୍ରଣ୍ଟ ଓ ରିୟର ଡୁଆଲ ଶୋକ ଦିଆଯାଇଛି। ଏହାର ଏଗଝଷ୍ଟ ମଧ୍ୟ ବହୁତ ଷ୍ଟାଇଲିସ। ଏହି ମୋପେଡରେ ସିଙ୍ଗଲ ସିଟ ଓ ଏଲିଡି ଲାଇଟ ରହିଛି। ଏହା ସହ ଗାଡିରେ ୧୮ ଇଂଚର ସ୍ପୋକ ହୁଇଲ ମଧ୍ୟ ରହିଛି। ଯାହା ଗାଡିକୁ କ୍ଲାସିକ ଲୁକ୍‌ ଦେଉଛି। ବ୍ରେକିଂ ପାଇଁ ହୋଣ୍ଡା ସିଟି 125ର ଫ୍ରଣ୍ଟ ଓ ରିୟରରେ ଡିକ୍ସ ବ୍ରେକ ଦିଆଯାଇଛି। ଏଥିରେ ସିଙ୍ଗଲ ଚ୍ୟାନେଲ ଏବିଏସ୍‌ ଲେସ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.