Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବଢ଼ିବ ହୋଣ୍ଡା କାର ମୂଲ୍ୟ, ନୂଆ ବର୍ଷରୁ ଲାଗୁ ହେବ ନୂଆ ଦାମ !

20/12/2020 at 10:46 PM

ନୂଆଦିଲ୍ଲୀ ୨୦/ ୧୨: ବଢ଼ିବ କାର ମୂଲ୍ୟ। ନୂଆବର୍ଷରୁ କାର କ୍ରୟ ଉପରେ ଲାଗୁ ହେବ ନୂଆ ମୂଲ୍ୟ। ଏଣିକି ହୋଣ୍ଡା କାର ହେବ ମହଙ୍ଗା । ସମସ୍ତ କାର କମ୍ପାନୀ ଜାନୁଆରିରୁ ସମସ୍ତ କାର ଉପରେ ଦାମ ବୃଦ୍ଧି କରିବାକୁ ଯୋଜନା କରିଥିବା ବେଳେ ଏବେ ହୋଣ୍ଡା କାର ଦାମ ବଢ଼ିବ ବୋଲି ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଆସନ୍ତା ମାସରୁ ଜାପାନିଜ୍‌ କାର ନିର୍ମାତା କମ୍ପାନୀ ନିଜର ସମସ୍ତ ମଡେଲ୍‌ ଉପରେ ଦାମ ବୃଦ୍ଧି କରିବ।

ହୋଣ୍ଡା କାର ଇଣ୍ଡିଆ ଲିମିଟେଡ୍‌, ସେଡାନ୍‌ ଆମେଜ୍‌ରୁ ଆରମ୍ଭ କରି ଏସୟୁଭି ସିଆର-ଭି ବିକ୍ରି କରୁଛି। ତେବେ ଆମେଜ୍‌ର ମୂଲ୍ୟ ୬.୧୭ ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ସିଆର-ଭିର ଏକ୍ସ ସୋରୁମ୍‌ ମୂଲ୍ୟ ୨୮.୭୧ ଲକ୍ଷ ଟଙ୍କା ରହିଛି। ଜଣେ କମ୍ପାନୀ ଡିଲରଙ୍କ ଅନୁସାରେ ଜାନୁଆରୀରୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। ଏହା ପଛର ମୁଖ୍ୟ କାରଣ ଆମଦାନୀ ଖର୍ଚ୍ଚ ଓ ଟଙ୍କାର ପ୍ରଭାବ ବୋଲି ମଧ୍ୟ ଜଣାପଡ଼ିଛି।

ଏହା ପୂର୍ବରୁ ଅନ୍ୟ କାର କମ୍ପାନୀ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି। ଗତ ସପ୍ତାହରେ ରେନୋ ଇଣ୍ଡିଆ ସମସ୍ତ ମଡେଲ୍‌ ଉପରେ ମୃଲ୍ୟ ବୃଦ୍ଧି ନେଇ କହିଥିଲା। ପ୍ରତି ମଡେଲ୍‌ ଉପରେ ପାଖାପାଖି ୨୮ ହଜାର ଟଙ୍କା ବୃଦ୍ଧି କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହା ସହ ମାରୁତି ସୁଜୁକି, ଫର୍ଡ ଇଣ୍ଡିଆ ଓ ମହିନ୍ଦ୍ରା ଆଣ୍ଡ ମହିଦ୍ରା ମଧ୍ୟ ନିଜ କାର ଦାମ ବୃଦ୍ଧି କରିବାକୁ ଯାଉଛନ୍ତି। ଦୁଇ ଚକିଆ ଯାନ ନିର୍ମାଣ କମ୍ପାନୀ ହିରୋ ମଟୋ କର୍ପ ମଧ୍ୟ ପ୍ରତି ମଡେଲ୍‌ ଉପରେ ପାଖାପାଖି ଦେଢ଼ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଥିବା ବେଳେ ନୂଆ ଦାମ ୧ ଜାନୁଆରି ୨୦୨୧ରୁ ଲାଗୁ ହେବ ବୋଲି କହିଛି।

   Related Posts