Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦମଦାର ଲୁକ୍‌ ସହ ବଜାରକୁ ଆସୁଛି ହୋଣ୍ଡାର ନୂଆ ବାଇକ୍ : ରହିଛି ଅତ୍ୟାଧୁନିକ ଫିଚରର୍ସ, ଆକର୍ଷଣୀୟ ଦାମ୍‌

1/02/2021 at 5:37 PM

ନୂଆଦିଲ୍ଲୀ ୦୧/୦୨ : ହୋଣ୍ଡା କମ୍ପାନୀ ଏବେ ଏକ ନୂଆ ବାଇକର ଟିଜର ରିଲିଜ୍‌ କରିଛି । ଆସନ୍ତା କିଛି ଦିନ ମଧ୍ୟରେ ହୋଣ୍ଡାର ଏହି ବାଇକ୍‌ ବଜାର ପ୍ରବେଶ କରିବାକୁ ଯାଉଛି । ଆକର୍ଷଣୀୟ ଲୁକ୍‌ ସହିତ ଦମଦାର ଫିଚର ଥିବା ଏହି ବାଇକର ଦାମ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇନାହିଁ । ତେବେ ୧୬ ଫେବୃୟାରୀ ୨୦୨୧ରେ ଏହାର ବଜାର ପ୍ରବେଶ ହୋଇପାରେ ।

କମ୍ପାନୀ ପକ୍ଷରୁ, ବାଇକର ନାଁ କଣ ରହିଛି ସେ ନେଇ ନିର୍ଦ୍ଦିଷ୍ଟଭାବେ କିଛି କୁହାଯାଇନଥିଲେ ସୁଦ୍ଧା ଏହା ହୋଣ୍ଡା CB-350 ଉପରେ ଆଧାରିତ Cafe Racer ବାଇକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

honda-racer

ଏହି ବାଇକକୁ କମ୍ପାନୀ ୩୫୦-ସିସି ଇଞ୍ଜନ୍‌ ସହିତ ଲଞ୍ଚ କରିବାକୁ ଯାଉଛି । ଯାହାର ବ୍ୟବହାର ହୋଣ୍ଡା ହାଇନେସ୍‌ ବାଇକରେ ମଧ୍ୟ କରାଯାଇଛି । ଏହି ବାଇକ୍‌ ୫ ସ୍ପିଡ୍ ଗିୟର ବକ୍ସ୍‌ ସହିତ ବଜାରକୁ ଆସିବ । ହୋଣ୍ଡାର ଏହି ବାଇକ୍‌ର ଦାମ ସାମ୍ନାକୁ ଆସିନଥିବା ବେ​‌ଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ମଧ୍ୟରେ ହେବ ।

ହୋଣ୍ଡାର ଏହି ଦମଦାର ବାଇକରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । ଏହି ବାଇକ୍‌ରେ ଏଲଇଡି ହେଡଲାଇଟ୍ ଅଛି । ଏହା ବ୍ୟତୀତ ସ୍ମାର୍ଟ ଭଏସ୍‌ କଣ୍ଟ୍ରୋଲ୍, ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ଭଳି ଫିଚରଗୁଡିକ ଏହି ବାଇକରେ ଦିଆଯାଇଛି । ଏହି ବାଇକ୍ DLX ଏବଂ DLX Pro, ଦୁଇଟି ମଡେଲରେ ଉପଲବ୍ଧ ହେବ । ଏହାର ହ୍ୟାଣ୍ଡେଲକୁ ମଧ୍ୟ ଆକର୍ଷଣୀୟ କରାଯାଇଛି ଯାହା ଫଳରେ କି ଚାଳକଙ୍କୁ ଗାଡି ଚଳାଇବା ବେଳେ ଆରାମ ମିଳିବ ।

   Related Posts