କରୋନା ପାଇଁ ହୋମିଓପାଥି ଔଷଧ, ମାସକୁ ମାତ୍ର ୬ ଥର ଖାଇବାକୁ ହେବ, ଆୟୁଷ ମନ୍ତ୍ରାଳୟର ଗାଇଡଲାଇନରେ ହୋଇଛି ପ୍ରସ୍ତୁତ
25/05/2020 at 6:57 PM

ମୁମ୍ବାଇ, ୨୫|୦୫: ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢେଇ କରୁଛି । ଭାରତ ମଧ୍ୟ ଏହି ଲଢେଇରେ ସାମିଲ ଅଛି । ତେବେ କରୋନାକୁ ମାତ୍ ଦେବା ପାଇଁ ହୋମିଓପାଥିକୁ ମଧ୍ୟ ବ୍ୟବହାର କରାଯାଉଛି ।ହୋମିଓପାଥି ସାହାଯ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯିବା ସହ ଏହାକୁ ମଜବୁତ ମଧ୍ୟ କରୁଛି । ଏହାର ବ୍ୟବହାର କେବଳ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାକୁ ନୁହେଁ ବରଂ ନୂଆ ମାମଲାକୁ କମାଇବାକୁ କରାଯାଇଛି। ଏନେଇ ଜୀ ନ୍ୟୁଜରେ ଖବର ପ୍ରକାଶ ପାଇଛି ।
ଜୀ ନ୍ୟୁଜ୍ ଅନୁସାରେ, ଡାକ୍ତର ଜବାହାର ଶାହ ଗତ ୪୦ ବର୍ଷରୁ ଅଧିକ ସମୟ ଧରି ମୁମ୍ବାଇରେ ହୋମିଓପାଥି ଅଭ୍ୟାସ କରୁଛନ୍ତି । ସେ ସାରା ବିଶ୍ୱର ପ୍ରାୟ ୧୦୦ ଡାକ୍ତରଙ୍କ ସହ ମିଶି ସିକେ୧ ଓ ସିକେ୨ ଡେଭଲପ୍ କରିଛନ୍ତି । ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
ଏହି ଔଷଧକୁ ୨୨୦୦୦ରୁ ଅଧିକ ପୋଲିସ କର୍ମୀ, ୪୦୦୦ ଆଗ୍ନିକ ଓ ୨୦୦୦ ଲୋକଙ୍କ ସହ ପ୍ରାୟ ୧ ଲକ୍ଷଙ୍କୁ ପ୍ରଦାନ କରାଯାଇ ସାରିଛି । ଏହା ସାଇକୋ ନ୍ୟୁରୋ ଏଣ୍ଡୋକ୍ୟୁରିନରେ ପ୍ରଭାବ ପକାଇଥାଏ । ଏହାକୁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ଜାରି ନିୟମାନୁସାରେ ହିଁ ପ୍ରସ୍ତୁତ କରାଯାଇଛି ।
ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣିତ ଆର୍ସେନିକ୍ ଏଲଗମ୍ ଓ କ୍ୟାମ୍ପର ଏମ୧କୁ ଏହି ଔଷଧରେ ସାମିଲ କରାଯାଇଛି, ଯାହାର ଚାହିଦା ଆଜିକାଲି ବିଦେଶରେ ରହିଛି। ଏହି ଔଷଧର ସବୁଠାରୁ ଖାସ୍ କଥା ଏହା ଯେ, ଏହାକୁ ପ୍ରତି ମାସରେ କେବଳ ଥରଟିଏ ବ୍ୟବହାର କରିହେବ, ଯାହାର କୋର୍ସ ୬ ଦିନ ରହିଛି। ପ୍ରଥମେ ସିକେ୧ ଔଷଧକୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ନେବାକୁ ପଡିବ। ଏହାକୁ ଦିନରେ ୩ ଥର ନେବାର ଅଛି। ଏହା ପରେ ସିକେ୨ ର ବ୍ୟବହାର ଲଗାତାର ୩ ଦିନ କରିବାକୁ ହେବ। ଏହାକୁ ମଧ୍ୟ ଦିନରେ ୩ଥର ନେବାକୁ ପଡିବ। ଏଭଳି ଭାବରେ ଏକ ମାସରେ ଏହି ଔଷଧର କୋର୍ସ ୬ ଦିନର ରହିଛି।
ଡାକ୍ତର ଶାହଙ୍କ କହିବା ଅନୁସାରେ, ଯେତେବେଳେ ବହୁ ସଂଖ୍ୟାରେ ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇଥାନ୍ତି ସେତେବେଳେ ଏହି ଔଷଧ ତାଙ୍କୁ ଦିଆଯିବ। ଏହାଦ୍ୱାରା କରୋନା ଭାଇରସ୍ ଏହି ଲୋକଙ୍କୁ ବ୍ୟପିବାର ବିପଦ କମ୍ ହୋଇଯିବ। ଏହି ଔଷଧର ଖର୍ଚ୍ଚ ମଧ୍ୟ ୧୫- ୨୦ ଟଙ୍କାଠାରୁ ଅଧିକ ନୁହେଁ।
ମହାରାଷ୍ଚ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ କହିବାନୁସାରେ, ଆୟୁଷ ମନ୍ତ୍ରଣାଳୟର ନିର୍ଦେଶରେ ଆମେ ଆର୍ୟୁବେଦିକ ଓ ହୋମିଓପାଥି ଡାକ୍ତରଙ୍କୁ ନେଇ ଏକ ପ୍ରାୟ ୧୦ ଜଣିଆ ଡାକ୍ତରଙ୍କ ଏକ ଟାସ୍କ୍ ଫୋର୍ସ ଗଠନ କରିଛ। ଡକ୍ଟର ଶାହ ହେଉଛନ୍ତି ଟାକ୍ସ ଫୋର୍ସର ସଦସ୍ୟ।ତାଙ୍କୁ ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସହ ଲଢିବା ପାଇଁ ଆର୍ୟୁବେଦିକ ଓ ହୋମିଓପାଥି ଡାକ୍ତରଙ୍କ ଟିମ ଗଠନ କରାଯାଇଛି। ଏହି ଟାକ୍ସ ଫୋର୍ସର କାମ ହେଉଛି ଯେଉଁ ଲୋକଙ୍କ ନିକଟରେ କରୋନାର ଲକ୍ଷର ନାହିଁ କିନ୍ତୁ ସେମାନେ କରୋନା ପଜିଟିଭ ତାଙ୍କୁ ଫୋନ କଲରେ ପ୍ରତିଦିନ ପରାମର୍ଶ ଦ୍ୱାରା ଚିକିତ୍ସା କରିଥାନ୍ତି।