ଶରୀରରେ ହେଉଥିବା ଧଳା ଦାଗକୁ ଦୁର କରିବ ଏହି ଘରୋଇ ଟିପ୍ସ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/୦୬: ଭିଟିଲିଗୋ ହେଉଛି ଏକ ରୋଗ ଯାହାକୁ ଧଳା ଦାଗ ବା ଛଉ ମଧ୍ୟ କୁହାଯାଇଥାଏ । ଏହି ରୋଗ ହେତୁ ଚର୍ମରେ ଧଳା ରଙ୍ଗର ଦାଗ ସୃଷ୍ଟି ହୋଇଥାଏ, ଯାହା ସମୟ ସହିତ ବଢିବାରେ ଲାଗେ । ଭିଟିଲିଗୋ ସମସ୍ୟା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ । ଯେତେବେଳେ ଆମର ଚର୍ମ କୋଷଗୁଡ଼ିକ ମେଲାନିନ ଉତ୍ପାଦନ ବନ୍ଦ କରିଦିଏ, ସେତେବେଳେ ଚର୍ମ, କେଶ କିମ୍ବା ମୁହଁରେ ଧଳା ଦାଗ ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଧଳା ଦାଗ କମାଇବା ପାଇଁ କିଛି ସହଜ ଟିପ୍ସ ।

{"width":661,"height":458}
PunjabKesari

ନାଲି ମାଟି:

୨ ବଡ ଚାମଚ ଲାଲ୍ ମାଟିରେ, ୨ ଟେବୁଲ ଚାମଚ ଅଦା ରସକୁ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ଧଳା ଦାଗରେ ଲଗାନ୍ତୁ । ପ୍ରତିଦିନ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଧଳା ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

ତୁଳସୀ ପେଷ୍ଟ:

ଆଣ୍ଟି-ଏଜିଙ୍ଗ ଏବଂ ଆଣ୍ଟି-ଭାଇରାଲ୍ ଗୁଣରେ ଭରପୂର ତୁଳସୀ ଭିଟିଲିଗୋ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ତୁଳସୀ ପତ୍ରରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଧଳା ଦାଗରେ ନିୟମିତ ଲଗାନ୍ତୁ ।

{"width":660,"height":413}
PunjabKesari

ଫ୍ଲାକ୍ସସିଡ୍ ଅଏଲ୍:

ପ୍ରତିଦିନ ରାତିରେ ଏହି ତେଲକୁ ଚେହେରାରେ ହାଲୁକା ମସାଜ ଲଗାନ୍ତୁ । ସକାଳେ ଉଠି ଭଲ ଭାବରେ ଧୋଇ ଦିଅନ୍ତୁ । ଧଳା ଦାଗଗୁଡ଼ିକ ଭଲ ହୋଇଯିବ ।

ନଡିଆ ତେଲ:

ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ନଡ଼ିଆ ତେଲକୁ ଦୁଇ ଦିନରେ ଥରେ ଭିଟିଲିଗୋ ହୋଇଥିବା ଯାଗାରେ ଲଗାନ୍ତୁ ।

{"width":669,"height":542}
PunjabKesari

ଅଖରୋଟ:

ଅଖରୋଟ ପେଷ୍ଟ ପ୍ରସ୍ତୁତ କରି ଭିଟିଲିଗୋ ହୋଇଥିବା ଯାଗାରେ ଦିନକୁ ୩-୪ ଥର ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ଏହି ସମସ୍ୟାରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.