Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

‘ଆବାସ ଯୋଜନା ଆମ ପାଇଁ ଆକାଶ କଇଁଆ’… ପଲିଥିନ ତଳେ ହନ୍ତସନ୍ତ ୩୫ ପରିବାର କଥା ବୁଝିବ କିଏ ?

24/07/2020 at 6:17 PM

ପଦ୍ମପୁର, ୨୪|୦୭:  ଗରିବ ଅସହାୟ ଖଟିଖିଆଙ୍କୁ ରହିବା ପାଇଁ ସରକାର ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ବାବୁ ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗରିବ ଲୋକମାନେ ଏହି ଯୋଜନାର ସୁଫଳ ପାଇ ପାରୁ ନାହାଁନ୍ତି । ଗରିବ ଲୋକମାନେ ଝାଟି ମାଟି କୁଡିଆ ଘରେ ପଲିଥିନ ତଳେ ଜୀବନ ବିତାଉଛନ୍ତି । ଗୋଟିଏ ଗାଁର ପ୍ରାୟ ୩୫ ପରିବାର ପଲିଥିନ ତଳେ ଜୀବନ ବିତାଉଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଗାଁରେ ।

ପଦ୍ମପୁର ଉପଖଣ୍ଡ ସଦର ମହକୁମାଠାରୁ ପ୍ରାୟ ୭ କିମି ଦୂରରେ ଥିବା ବ୍ରାହ୍ମଣଡିହି ଗ୍ରାମରେ ଲୋକେ ବାଉଁଶରେ ବିଭିନ୍ନ ବିବାହ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଘରୋଇ ସାମଗ୍ରୀ ନିର୍ମାଣ କରିଥାନ୍ତି । ଗ୍ରାମର ୯୦ ପ୍ରତିଶତ ଗ୍ରାମବାସୀ ତଥା ପାଖାପାଖୁ ୩୦୦ ପରିବାର କେଉଁ ପୁରୁଖା କାଳରୁ ବାଉଁଶ କାରିଗରୀକୁ ନିଜ ଜୀବିକା ଭାବରେ ଗ୍ରହଣ କରି ପରିବାର ପୋଷଣ କରିଥାନ୍ତି । ଏହି ଗ୍ରାମର ପ୍ରାୟ ୩୦ ରୁ ୩୫ ପରିବାର ସରକାରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି । ବର୍ଷ ବର୍ଷ ଧରି ବାରମ୍ବାର ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ପଞ୍ଚାୟତରେ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ଆବେଦନ କରୁଥିଲେ ମଧ୍ୟ ପାଇପାରୁ ନାହାନ୍ତି । ଫଳରେ ସର୍ବହରା ହୋଇ ନିଜ ଉଦ୍ୟମରେ କିଏ ଝାଟି ମାଟିକୁ କାନ୍ଥ କରି ଉପରେ ପଲିଥିନ ଘୋଡାଇ  ଖରା ବା ବର୍ଷା ଏପରି ଭାବରେ ନିଜର ପରିବାରକୁ ରଖିଛନ୍ତି । ଝଡ଼ ତୋଫାନ ତଥା ଅତ୍ୟଧିକ ବର୍ଷା ହେଲେ ପଲିଥିନ ବାରମ୍ବାର ଉଡ଼ିଯାଇଥାଏ । ଏହାସହ ବର୍ଷାରେ ଘର ଭାଙ୍ଗି ଯିବାର ସମ୍ଭାବନା ରହିଛି ।ପରିବାର ମୁଣ୍ଡ ଉପରେ  ବିପଦ ସବୁ ସମୟରେ ରହିଛି ।

ଅନ୍ୟପଟେ ଯେତେ ଗୁହାରୀକଲେ ତଥା ଆବେଦନ କଲେ , ହେବ ଅଧର୍ଯ୍ୟ ହୁଅ ନାହିଁ ବୋଲି ଲୋକଙ୍କୁ କେବଳ ଆଶ୍ୱାସନା ଦେଉଛନ୍ତି ସରକାରୀ ବାବୁ । କିନ୍ତୁ ଲୋକଙ୍କ ଅସୁବିଧାକୁ କେହି ଶୁଣୁ ନାହାଁନ୍ତି । ଯେଉଁମାନେ ଆବାସ ଯୋଜନା ପାଉଛନ୍ତି ସେମାନେ ବାରମ୍ବାର ଏହି ଯୋଜନାର ଲାଭ ଉଠାଉଥିବା ବେଳେ କିଛି ଲୋକଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ପକ୍କାଘର ଦିଆଯାଇଥିବା ଲୋକ ଅଭିଯୋଗ କରିଛନ୍ତି । ହେଲେ ଯେଉଁ ମାନେ ଏହି ଯୋଜନାରୁ ବଂଚିତଅଛନ୍ତି ସେମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଭାବରେ ଗୁହାରୀ କଲେ ମଧ୍ୟ ଘର ପାଇପାରୁ ନାହାଁନ୍ତି । ଏବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଅବଗତ କରାଯିବାରୁ ଏସିସିସ ଲିଷ୍ଟରେ ଯେଉଁମାନଙ୍କ ନାମ ରହିଛି ତାଙ୍କୁ ଶୀଘ୍ର ଘର ଦିଆଯିବ ଏବଂ ଯେଉଁ ମାନଙ୍କ ନାମ ଏହି ଲିଷ୍ଟରେ ନ ଥିବା ସେମାନେ କିପରି ଶୀଘ୍ର ଘର ପାଇବେ ସେ ନେଇ ପିଡିଡିଆରଡିଏ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସେ ଜଣାଇଛନ୍ତି ।

   Related Posts