ଯାଯାବର ଜୀବନ, କେବଳ ଯନ୍ତ୍ରଣା: ସବୁ ଅନିଶ୍ଚିତ... ନାହିଁ ଆଶ୍ବସନା

Published By : Prameya-News7 Bureau | December 18, 2019 IST

ସୁବର୍ଣ୍ଣପୁର୧୮/୧୨: ଜୀବନ ଜୀବିକାକୁ ନେଇ ମଣିଷ କେତେବେଳେ ଏ ରାଜ୍ୟରୁ ସେ ରାଜ୍ୟକୁ ଯାଏ ତ କେବେ ବିଦେଶକୁ । ଅନେକ ଏପରି ଅଛନ୍ତି ଯେଉଁମାନେ ରାସ୍ତା କଡରେ ବିତାଇ ଦେଇଥାନ୍ତି ସାରା ଜୀବନ । ଏମିତି ଝାରିଆ ସମ୍ପ୍ରଦାୟର ଏକ ପରିବାର ସୁବର୍ଣ୍ଣପୁରର ରାସ୍ତା କଡରେ ବଞ୍ଚୁଛନ୍ତି। ଅଭାବ ଅସୁବିଧା ସତ୍ତ୍ୱେ ପାରମ୍ପରିକ ବୃତ୍ତିକୁ ଜାବୁଡି ଧରିଛି ଏହି ପରିବାର ।

{"id":199474,"sizeSlug":"large"}

ରାତି ପାହିବା ମାତ୍ରେ ଚାଖଣ୍ଡେ ପେଟ ପାଇଁ କେତେ ସଜବାଜ । ଲୁହାକୁ ନିଆଁରେ ତରଳାଇ ତିଆରି ଚାଲିଛି ଚାଷରେ ବ୍ୟବହୃତ ଦାଆ ଓ ଟାଙ୍ଗିଆ । ସତେ ଯେମିତି ଏ କାକର ଭିଜା ସକାଳ ଏ ପରିବାର ପାଇଁ ବୈଶାଖର ଟାଣ ଖରା । ଦେହରୁ ଝରି ପଡୁଛି ଝାଳ । ଛୁଆଙ୍କ ମୁହଁରେ ମୁଠେ ଆହାର ଓ ପେଟକୁ କଂସାଏ ପଖାଳ ପାଇଁ ଚାଲିଛି ହାଡ ଭଙ୍ଗା ପରିଶ୍ରମ । ସୁବର୍ଣ୍ଣପୁର ଜିଲ୍ଲାର ରହୁଥିବା ଝାରିଆ ସମ୍ପ୍ରଦାୟଙ୍କ ମଧ୍ୟରୁ ଏହା ଏକ ପରିବାର । ଏମାନଙ୍କର ଘରଦ୍ୱାର ନଥିବାରୁ ବିତାଉଛନ୍ତି ଯାଯାବର ଜୀବନ । ଜୀବୀକା ପାଇଁ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଘୁରି ବୁଲୁଛନ୍ତି ପୂରା ପରିବାର । ଏମାନଙ୍କ ପାଇଁ ନା ଅଛି ସରକାରୀ ଯୋଜନା ନା ମିଳିଛି ମୁଣ ଗୁଞିବାକୁ ଘର ।

{"id":199475,"sizeSlug":"large"}

କୌଳିକ ବୃତ୍ତି ଟିକକ ସତେ ଯେମିତି ଏମାନଙ୍କୁ ବଂଚେଇ ରଖିଛି ଏମିତି ରାସ୍ତା କଡରେ । ଆଜି ଏଠି ତ କାଲି ସେଠି । ଖଂଡେ ପଲିଥିନର କୁଡିଆରେ ପିଲା ବୟସରୁ ବୁଢା ହେଲାଣି ଘରର ମୁଖିଆ ବେଡା ପ୍ରଧାନ । ବାପ ପୁଅ ଲୁହା କାମରେ ଲାଗି ଥିବାବେଳେ ଶାଶୁ ବହୁ ଖଜୁରୀ ପଟି ତିଆରି ରୋଜଗାର କରନ୍ତି ଦିପଇସା । ଏହାରି ଭିତରେ ଦୁଇଟି ଶିଶୁର ଭବିଷ୍ୟତ କେଉଁଆଡକୁ ଯିବ କାହାକୁ ବି ଜଣାନାହିଁ । ପେଟ ଚିନ୍ତାରେ ପାଠ କଥା ପଚାରେ କିଏ । ଏବେ ବୁଢାର ଚିନ୍ତା ତା ଅନ୍ତେ ତା ପୁଅ କି ନାତି ହେଲେ ପାଆନ୍ତୁ ସରକାରୀ ସାହାଯ୍ୟ ବାଇଟ-୩-ଜିରା ପ୍ରଧାନ,ଝାରିଆ ସଦସ୍ୟ

{"id":199476,"sizeSlug":"large"}

ସମାଜର ଅସହାୟ ଲୋକଙ୍କ ପାଇଁ ସରକାରଙ୍କ କୁଢ କୁଢ ଯୋଜନା  । ହେଲେ ବେଡା ପ୍ରଧାନ ପରି ଯାଯାବରଙ୍କ ପାଇଁ ଏ ସବୁ ସରକାରୀ ଯୋଜନା ଅପହଂଚ । ତଥାପି ଖରା,ବର୍ଷା,ଶୀତକୁ ପିଠି କରି ଅନ୍ଧାରରୁ ଆଲୁଅ ଆଡକୁ ଚାଲିଛି ମଣିଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.