Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଗୃହହୀନ ଓ ଭିକାରୀ ମଧ୍ୟ ଦେଶ ଲାଗି କିଛି କରିବା ଉଚିତ ! ସେମାନଙ୍କ ସବୁ ଆବଶ୍ୟକତା ପୂରଣ କରିପାରିବନି ରାଜ୍ୟ: ବମ୍ବେ ହାଇକୋର୍ଟ

3/07/2021 at 3:46 PM

ମୁମ୍ବାଇ ୩।୭: ଗୃହହୀନ ଓ ଭିକାରୀଙ୍କୁ ମଧ୍ୟ ଦେଶ ଲାଗି କିଛି କରିବା ଦରକାର, ରାଜ୍ୟ ସେମାନଙ୍କୁ ସବୁକିଛି ଯୋଗାଇ ଦେଇପାରିବନି। ବମ୍ବେ ହାଇକୋର୍ଟ ଶନିବାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ମୁମ୍ବାଇ ମହାନଗରରେ ବାସହୀନ ବେସାହାର ଲୋକଙ୍କୁ ଦିନରେ ୩ ଥର ପୌଷ୍ଟିକ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ବ୍ରଜେସ୍ ଆର୍ଯ୍ୟଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଜି.ଏସ୍.କୁଲକର୍ଣ୍ଣିଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିବା ଅବସରରେ ଏହା କହିଛନ୍ତି।

ଆର୍ଯ୍ୟ ତାଙ୍କ ଆବେଦନରେ ସହରରେ ରହୁଥିବା ଗୃହୀନ, ଭିକାରୀ ଓ ଗରିବ ଲୋକଙ୍କ ଲାଗି ଆଶ୍ରୟ ଓ ସର୍ବସାଧାରଣ ଶୌଚାଳୟର ମୁକ୍ତ ଉପଯୋଗ ସମେତ ଦିନକୁ ୩ ଥର ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବୃହ୍ମୁମ୍ବାଇ ମହାନଗର ନିଗମ (ବିଏମସି)ଙ୍କୁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ।  ପ୍ରସଙ୍ଗରେ ବିଏମସି ଏନଜିଓଙ୍କ ମାଧ୍ୟମରେ ସମାଜର ଏହି ବର୍ଗର ଲୋକଙ୍କ ଲାଗି ପ୍ୟାକେଟ୍ ଖାଦ୍ୟ ବିତରଣ କରାଯାଉଥିବା ଓ ମହିଲାଙ୍କ ଲାଗି ସାନିଟାରୀ ନାପକିନ୍‌ ଉପଲବ୍ଧ କରାଯାଉଥିବା କୋର୍ଟଙ୍କୁ ସୂଚିତ କରିଥିଲେ।

ବିଏମସିଙ୍କ ଜବାବରେ କୋର୍ଟ ସନ୍ତୁଷ୍ଟି ବ୍ୟାକ୍ତ କରିଥିବା ବେଳେ ଏ ବାବଦରେ ବିତରଣ ବୃଦ୍ଧି ଲାଗି ଅଧିକ କିଛି ନିର୍ଦ୍ଦେଶକ ଦେବାର ଆବଶ୍ୟକତା ନଥିବା କହିଛନ୍ତି। କୋର୍ଟ କହିଛନ୍ତି ଯେ ସମାଜରେ ବସବାସ କରୁଥିବା ସବୁ ବର୍ଗରେ ଲୋକେ ନିଜ ପାଇଁ କିଛି ନା କିଛି କରୁଛନ୍ତି। ଏମାନଙ୍କୁ ମଧ୍ୟ ଦେଶଲାଗି ଓ ନିଜ ଲାଗି କିଛି କରିବାର ଆବଶ୍ୟକତା ରହିଛି। ଯଦି ମାମଲାରେ ଆବେଦନକାରୀଙ୍କ ସମସ୍ତ ନିବେଦନ ଗ୍ରହଣ କରାଯାଏ ତେବେ ଏହା ‘ଲୋକଙ୍କୁ କାମ ନ କରବା ଲାଗି କହିବା’ ଭଳି ହେବ ବୋଲି କୋର୍ଟ କହିଛନ୍ତି। ଏଣୁ ଆବେଦନକାରୀ ସେମାନଙ୍କ ଲାଗି କ’ଣ ଚାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ସାରା ରାଜ୍ୟରେ ଥିବା ସାର୍ବଜନିକ ଶୌଚାଳୟର ଉପଯୋଗ ଲାଗି ସର୍ବନିମ୍ନ ଦେୟ ଅସୁଲ କରାଯାଉଛି। ତେବେ ଏପରି ଲୋକଙ୍କ ଲାଗି ସାର୍ବଜନିକ ଶୌଚାଳୟ ଦେୟ ମୁକ୍ତ କରିବା ନିମନ୍ତେ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆବେଦନକାରୀ ରାଜ୍ୟ ଓ ସହରରେ ଗୃହୀନ କିଏ ଓ ଏମାନଙ୍କ ସର୍ବମୋଟ ସଂଖ୍ୟା କେତs, ସହରରେ ଏପରି ଲୋକଙ୍କ ସଂଖ୍ୟା ଆଦି ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେମାନେ ନିଜ ପାଇଁ କିଛି କରନ୍ତୁ ବୋଲି କୋର୍ଟ କହିଛନ୍ତି।

   Related Posts