ଟିଆଇ ପରେଡରେ ହୋମଗାର୍ଡଙ୍କୁ ଚିହ୍ନିଲା ନାବାଳିକା , ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗରେ ଉଠାଇନେଲା କ୍ରାଇମବ୍ରାଞ୍ଚ୍

Published By : Prameya-News7 Bureau | August 30, 2020 IST

କୁଆରମୁଣ୍ଡା,୩୦|୦୮ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସହରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ କରିବା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣକ ହେଲେ ଗୁରୁ ଚରଣ ପରିକାର । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ବୀରମିତ୍ରପୁର ଥାନାର ବହିଷ୍କୃତ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଓ ପୀଡ଼ିତାଙ୍କ ଗର୍ଭପାତ କରାଇଥିବା ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିସାରିଛି ।

ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ତାହାର ତଦନ୍ତ ଚାଲିଥିବା ବେଳେ ୪ ଦିନ ହେବ କ୍ରାଇମବ୍ରାଞ୍ଚ ଟିମ୍‌ ଥାନାର ସମସ୍ତ କର୍ମଚାରୀଙ୍କ ଟିଆଇ ପରେଡ ବିଚାରପତିଙ୍କ ସମ୍ମୁଖରେ କରାଇଥିଲା । ଏପରିକି କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ମଧ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଟିଆଇ ପରେଡରେ ପୀଡ଼ିତା ହୋମଗାର୍ଡ ଗୁରୁଚରଣଙ୍କୁ ଚିହ୍ନିବା ପରେ ତାଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.