Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏବେ ନିଜେ କରି ପାରିବେ କରୋନା ଯାଞ୍ଚ, ବଜାରରେ ଶୀଘ୍ର ଉପଲବ୍ଧ ହେବ ଟେଷ୍ଟିଂ କିଟ୍, ଜାଣନ୍ତୁ କେତେ ରହିଛି ଏହାର ଦାମ୍

20/05/2021 at 5:32 PM

ନୂଆଦିଲ୍ଲୀ ୨୦।୦୫: ଏବେ କରୋନା ଯାଞ୍ଚ ପାଇଁ ଆପଣଙ୍କୁ ନା ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବ ନା ନମୂନା ସଂଗ୍ରହ ପାଇଁ କାହାକୁ ଘରକୁ ଡକାଇବା ଆବଶ୍ୟକତା ପଡିବ। ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ ଟେଷ୍ଟିଂ କିଟ୍ କୋଭିସେଲ୍ଫ ଆଗାମୀ ସପ୍ତାହ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହୋଇଯିବ। ପୁଣେର ମାୟ ଲ୍ୟାବ୍‌ ଡିସ୍କଭରୀ ସଲ୍ୟୁସନର ନିର୍ଦ୍ଦେଶକ ସୁଜିତ ଜୈନ ଗୁରୁବାର ଏହାର ସୂଚନା ଦେଇଛନ୍ତି।

ଏହା ପ୍ରଥମ  ହୋମ ଟେଷ୍ଟିଂ କିଟ୍ ଯାହାକୁ ଦେଶରେ ବ୍ୟବହାର ପାଇଁ ଇଣ୍ଡିଆନ କାଉନସିଲ  ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମଞ୍ଜୁରୀ ଦେଇଛି। ଉତ୍ପାଦକ ଦେଶରେ ୯୦ ପ୍ରତିଶତ ପିନ୍ କୋଡ୍ ଏରିଆ ପର୍ଯ୍ୟନ୍ତ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଅନଲାଇନ୍‌ରେ ମଧ୍ୟ କିଣାଯାଇ ପାରିବ। ସୁଜିତ ଜୈନ କହିଛନ୍ତି, ଆଗାମୀ ସପ୍ତାହ ଶେଷ ସୁଦ୍ଧା ୭ ଲକ୍ଷ ଦୋକାନ ଏବଂ ଅନଲାଇନ୍ ଫାର୍ମାସୀଙ୍କ ପାଖରେ ଏହି କିଟ୍ ଉପଲବ୍ଧ  ହୋଇଯିବ।

କିଟ୍‌ର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ଏଥିରେ ଟ୍ୟାକ୍ସ ମଧ୍ୟ ସାମିଲ। କିଟ୍ ସହିତ ଏକ ମାନୁଆଲ ରହିବ, ଯେଉଁଥିରେ ବିନା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ସହାୟତାରେ ଆପଣ କେମିତି କରୋନା ଯାଞ୍ଚ କରି ପାରିବେ ତାର ସବିଶେଷ ସୂଚନା ଉଲ୍ଲେଖ ରହିବ। ଏହା ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଏଥିରେ କେବଳ ନାକରୁ ସଂଗୃହୀତ ନମୂନା ଯାଞ୍ଚ କରାଯାଇ ପାରିବ। ରିପୋର୍ଟ ବହୁତ ଶୀଘ୍ର ଆସିଯିବ। ଯଦି ରିପୋର୍ଟ ୨୦ ମିନିଟ୍‌ ପରେ ଆସେ ତେବେ ଏହାକୁ ଅବୈଧ ଧରାଯିବ।

   Related Posts