ହଜିଲା ପୁଅ ଘରକୁ ଫେରିଲା, ୫ ବର୍ଷ ପରେ ମିଳିଥିଲା ପୂର୍ଣ୍ଣ ଗୌଡ଼ର ପତ୍ତା

Published By : Prameya-News7 Bureau | October 11, 2021 IST

କଳାହାଣ୍ଡି ୧୧।୧୦: ୫ ବର୍ଷ ପରେ ଘର ବାହୁଡା । ପରିବାରକୁ ହସ୍ତାନ୍ତର ହେଲେ ମାନସିକ ବିକାରଗ୍ରସ୍ତ ଯୁବକ ପୂର୍ଣ୍ଣ ଗୌଡ଼ । ପରିବାରକୁ ହସ୍ତାନ୍ତର କରିଛି ଗୁଜୁରାଟ ପୋଲିସ । ଦୀର୍ଘ ୫ ବର୍ଷ ପରେ ଘରକୁ ଫେରିଛନ୍ତି ପୂର୍ଣ୍ଣ ଗୌଡ଼ । ନିଜର ମାନସିକ ସ୍ଥିତି ଠିକ୍‌ ନଥିଲେ ବି ପରିବାରକୁ ଦେଖି ଜାଣିପାରିଛନ୍ତି ।

ଖବର ଅନୁଯାୟୀ, ଗତ ୫ ବର୍ଷ ତଳେ ପୂର୍ଣ୍ଣ ଗୌଡ଼ ଗୁଜରାଟ ଯାଇ ନିଖୋଜ ହୋଇଯାଇଥିଲେ। ତେବେ ତାଙ୍କର ମାନସିକ ସ୍ଥିତି ଠିକ୍ ନ ଥିବା ବେଳେ ଗତ ୫ ତାରିଖ ଦିନ ଗୁଜୁରାଟ ବଲସାଡ ଜିଲ୍ଲା ଉଜଓ୍ବାଡା ଗାଁର ହିମ ଖାନ୍ ପୂର୍ଣ୍ଣର ଠିକଣା ଖୋଜିବାକୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଯାହାର ଖବର ନ୍ୟୁଜ ସେଭେନ ଡଟ୍ କମ୍‌ରେ ପ୍ରସାରଣ ହୋଇଥିଲା । ଏହା ପରେ ପୁର୍ଣ୍ଣର ପରିବାର ସଂପର୍କ ତଥ୍ୟ ମିଳିଥିଲା । ପୁର୍ଣ୍ଣକୁ ଫେରାଇ ଆଣିବାକୁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଥିଲା ପ୍ରୟାସ । ଶେଷରେ ଗୁଜୁରାଟ ପୋଲିସ ପୂର୍ଣ୍ଣ ଗୌଡଙ୍କୁ ତାଙ୍କ ବାପା ସୁଲ ଗୌଡ଼ଙ୍କୁ ହସ୍ତାନ୍ତର କରିଛି। ପୁର୍ଣ୍ଣଙ୍କୁ ଧରି ପରିବାର ଆସନ୍ତାକାଲି ଟ୍ରେନ ଯୋଗେ କଳାହାଣ୍ଡି ବାହୁଡିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.