Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ୟୁରିନ୍ ଇନଫେକ୍ସନରୁ ଆଶ୍ବସ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

16/09/2021 at 7:16 PM

ଭୁବନେଶ୍ୱର ୧୬/୦୯ : ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି ଦରଜ ସହ ଜ୍ୱର ମଧ୍ୟ ହୋଇଥାଏ। ଏହିସବୁ ଲକ୍ଷଣକୁ ନଜରଅନ୍ଦାଜ କଲେ ଇନଫେକ୍ସନ କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ୟୁରିନ ଇନଫେକ୍ସନର ଘରୋଇ ଉପଚାର ମଧ୍ୟ ଅଛି। ଜାଣନ୍ତୁ କଣ…

୧. ୫୦ ଗ୍ରାମ ଅଁଳା ରସରେ ୩୦ ଗ୍ରାମ ମହୁ ମିଶାଇ ଦିନକୁ ୩ଥର ସେବନ କରନ୍ତୁ। ଏହାକୁ ସପ୍ତାହେ ଯାଏଁ ସେବନ କରନ୍ତୁ। ଜ୍ବଳନ ଭଲ ହୋଇଯିବ।

୨. ଦିନକୁ ୫-୬ ଲିଟର ପାଣି ପିଅନ୍ତୁ। ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହେଲେ ୟୁରିନ ଇନଫେକ୍ସନ ହୋଇଥାଏ। ଅଧିକ ପାଣି ପିଇଲେ ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହୋଇପାରେ ନାହିଁ ଓ ସଂକ୍ରମଣରୁ ରକ୍ଷା ମିଳିଥାଏ।

୩. ୧୫ ଗ୍ରାମ ଧନିଆକୁ ରାତିରେ ପାଣିରେ ଭିଜେଇ ଦେବେ ସକାଳେ ଏହାକୁ ଥଣ୍ଡାଇ ଭଳି ଗ୍ରାଇଣ୍ଡ କରି ଛାଣି ଦେବେ। ଏଥିରେ ମିଶ୍ରି ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଜ୍ବଳନ ଭଲ ହୋଇଯିବ।

୪. ଧନିଆ ଓ ଅଁଳା ଚୁର୍ଣ୍ଣ ସମାନ ମାତ୍ରାରେ ମିଶାଇ ରାତିରେ ଭିଜେଇ ଦେବେ। ସକାଳେ ତାକୁ ଛାଣି ସେବନ କରିବେ। ଏହାଦ୍ୱାରା ୟୁରିନ ଇନଫେକ୍ସନରୁ ଆଶ୍ବସ୍ତି ମିଳିବ।

୫. ଖଟା ଫଳ ସେବନ କରିବେ। ଖଟା ଫଳରେ ସାଇଟରିକ ଏସିଡ ରହିଛି ଯାହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ। ସେଥିପାଇଁ ୟୁରିନ ଇନଫେକ୍ସନ ହେଲେ ଖଟା ଫଳ ସେବନ କରିବା ଉଚିତ।

   Related Posts